ଫେର୍ ପାଠପଢା ବନ୍ଦ୍‌

କରୋନା ଲାଗି ଆଏବାର ଏପ୍ରିଲ୍ ୩୦ ତାରିଖ୍ ତକ୍ ନବମ ଆରୁ ଏକାଦଶ ଶ୍ରେଣୀ ଛୁଆକଁ ପଢାବନ୍ଦ

0

ରାଜ୍ୟନେ ଉପରମୁହାଁ ହେଇଛେ କରୋନା ସଂକ୍ରମଣ । ଆଏବାର କିଛି ମାସ୍ ବହୁତ୍ ଜଗି ରଖିକରି ପାର୍ କରବାର ଲାଗି ପଡବା । ଇହାଦେନୁ ନାଇଁ ଜଗଲେ ଆଗକେ ଇଟା ଆହୁରି ବିପଦ୍ କରବାର ଡର୍ ରହିଛେ । ଇ ଭିତରେ ସ୍କୁଲ ଆରୁ ଗଣଶିକ୍ଷା ବିଭାଗ ଆଡୁ ଗୁଟେ ବଡ ନିଷ୍ପତ୍ତି ନିଆଯାଇଛେ । ନବମ ଆରୁ ଏକାଦଶ ଶ୍ରେଣୀ ପିଲାମାନକଁର ପାଠପଢା ନେଇକରି ଏନ୍ତା ନିଷ୍ପତ୍ତି ନିଆଯାଇଛେ । ଗଲା ବଛରନୁ ସ୍କୁଲ କଲେଜ ସବୁ କରୋନା ଲାଗି ବନ୍ଦ କରିଦିଆଯାଇଥିଲା ଆରୁ ପଛେ ଅନଲାଇନ୍ ମାଧ୍ୟମନେ ପାଠପଢା ଯାଉଥିଲା । ସ୍ଥିତି ଟିକେ ସୁଧରିଲା ଉତାରୁ ଫେବୃଆରୀନୁ ଧୀରେ ଧୀରେ ଶିକ୍ଷାନୁଷ୍ଠାନ୍ ମାନେ ଖୁଲିଥିଲା । ହେଲେ ଫେର୍ ମାର୍ଚ୍ଚନୁ ପଜିଟିଭକଁର ସଂଖ୍ୟା ବଢି ବଢି ଚାଲିଥିବାରନୁ ଇହାଦେ ନବମ ଆରୁ ଏକାଦଶ ଶ୍ରେଣୀର ଛୁଆକଁର ପାଠପଢା ବନ୍ଦ କରିଦିଆଯାଇଛେ । ଆଏଜଠାନୁ ଆଏବାର ୩୦ ତାରିଖ ତକ୍ ଇ ଦୁହି ଶ୍ରେଣୀର ଛାତ୍ରଛାତ୍ରୀକୁଁ ପାଠପଢା ବନ୍ଦ ରହେବା ।

ମେ ମାସେ ଦଶମ ଆରୁ ଦ୍ୱାଦଶ ଶ୍ରେଣୀ ପିଲାକଁର ପରୀକ୍ଷା ରହିଥିବାରନୁ ଇମାନକଁର ଖାଲି କ୍ଲାସ୍ ଚାଲବା ସେଟା ବି ଏପ୍ରିଲ୍ ୨୫ ତାରିଖ ତକ୍ । ଆଏଜଠାନୁ ସବୁନେ ଇ ନିୟମ୍ ଲାଗୁ ଲାଗି ଶିକ୍ଷା ବିଭାଗ ଆଡୁ କୁହାଯାଇଥିବାର ବେଲକେ ସବୁ ଜିଲ୍ଲା ଶିକ୍ଷାଧିକାରୀ ମାନକୁଁ ନିର୍ଦ୍ଦେଶ ଦେଇଛନ୍ ବିଦ୍ୟାଳୟ ଆରୁ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ । ସବୁ ସରକାରୀ, ବେସରକାରୀ ତଥା ଅନୁଦାନ୍ ପ୍ରାପ୍ତ ସ୍କୁଲର ଛାତ୍ରଛାତ୍ରୀକଁର ଲାଗି ଇଟା ଲାଗୁ ହେଇଛେ । ସେଆଡେ କ୍ଲାସ୍‌ରୁମ୍ ପାଠପଢା ସାଙ୍ଗେ ହଷ୍ଟେଲନେ ରହିକରି ପଢୁଥିବାର ଛୁଆମାନକୁଁ ଭିଲ୍ ହଷ୍ଟେଲ ଛାଡବାର ଲାଗି ନିର୍ଦ୍ଦେଶ ଦିଆଯାଇଛେ । ଦଶମ ଆର ଦ୍ୱାଦଶ ଶ୍ରେଣୀ କ୍ଲାସ୍ କରୋନା ଗାଇଡଲାଇନ୍ ହିସାବେ କରାଯିବା , ଶହେ ଦିନିଆ ପାଠ୍ୟଖସଡା ହିସାବେ ଇମାନକଁର ଫିଜିକାଲ କ୍ଲାସ୍ କରାଯିବା । ଆଗକେ ଦରକାର ହେଲେ ନବମ ଆରୁ ଏକାଦଶ ଶ୍ରେଣୀର ଛୁଆମାନକଁର ଅନଲାଇନ୍ କ୍ଲାସ୍ କରାଯିବାର ନେଇକରି ଚିଠିନେ ଉଲ୍ଲେଖ କରାଯାଇଛେ ।

Leave A Reply

Your email address will not be published.