କରୋନା ଲାଗି ଫେର୍‌ଥରେ ଫୋକସ୍‌ନେ ପଶ୍ଚିମ୍ ଓଡିଶା

0

ପଶ୍ଚିମ୍‌ଓଡିଶାନେ ଉପର୍ ମୁହାଁ ହେଇଛେ କରୋନା । ଦିନ୍ କୁ ଦିନ୍ କରୋନା ସଂକ୍ରମଣ ବଢବାର୍ କେ ଲାଗିଛେ । ସେଥିର୍ ଲାଗି କରୋନା କେ କାବୁ କର୍‌ବାର୍ କେ ନେଇକରି ମୁଖ୍ୟମନ୍ତ୍ରୀ କେତେଟା ନିୟମ୍ ଆର୍ ବେଶିକରି ପଶ୍ଚିମଓଡିଶା କେ ଫୋକସ୍ ନେ ରଖିକରି ଅଲ୍‌ଗା ଗାଇଡ୍‌ଲାଇନ୍ ସବୁ ବାହାର୍ କର୍‌ବାର୍ ଲାଗି ସ୍ୱାସ୍ଥ୍ୟ ବିଭାଗ୍‌କେ ନିର୍ଦ୍ଦେଶ୍ ଦେଇଛନ୍ । ମୁଖ୍ୟ ଶାସନ ସଚିବ୍ ଆର୍ ସ୍ୱାସ୍ଥ୍ୟ ବିଭାଗ୍ ଏସିଏସ୍ କୁଁ ପଶ୍ଚିମ୍‌ଓଡିଶା ର୍ କୋଭିଡ୍ ପ୍ରଭାବିତ୍ ଅଂଚଳ ମାନକୁଁ ଯାଇକରି ତର୍ଜମା କର୍‌ବାର୍ ଲାଗି ନର୍ଦ୍ଦେଶ୍ ଦେଇଛନ୍ । କୋଭିଡ୍ କେ ନେଇକରି ମୁଖ୍ୟମନ୍ତ୍ରୀ କରିଥିବା ସମିକ୍ଷା ଥି ଆଗ୍‌କେ ରାଏଜ୍ ନେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରନେ କେନ୍‌ସି ପ୍ରକାରର୍ ଅବହେଲା ନାଇ କରାଯାଏ ବଲିକରି ମୁଖ୍ୟମନ୍ତ୍ରୀ କହିଛନ୍ । ପଶ୍ଚିମ୍ ଓଡିଶାର୍ ସ୍ଥିତି କେ ଦେଖିକରି ସେନ ସବୁନୁ ଅଧିକା ପାରା ମେଡିକାଲ୍ ଷ୍ଟାଫ୍ ନିଯୁକ୍ତି ଦିଆଯିବା ବଲି କହିଛନ୍ । ଛତିଶ୍‌ଗଡ୍ ସୀମା କେ ଲାଗିକରି ରହିଥିବାର୍ ପଶ୍ଚିମ୍ ଓଡିଶାର୍ ଅଂଚଳ୍ ମାନେ ଯେନ୍ତା ନୂଆପଡା , କଲାହାଣ୍ଡି , ଝାରସୁଗୁଡା , ସମ୍ବଲପୁର୍ , ବରଗଡ, ସୁନ୍ଦର୍‌ଗଡ ଜିଲ୍ଲା ମାନକଁର୍ ସୁରକ୍ଷା ଲାଗି ଅଲ୍‌ଗା ପଦେକ୍ଷପ୍ ନିଆଯାଉଛେ । ଆର୍ ସେ ଅଂଚଳ ମାନକୁଁ ସ୍ୱାସ୍ଥ୍ୟ ସେବା କେ ଧ୍ୟାନ୍ ଥି ରଖିକରି ସେନ ଅଧିକା ଡାକ୍ତର୍ କଁର୍ ନିଯୁକ୍ତି ଦିଆଯିବା ଆର୍ ଡାକ୍ତର୍‌ଖାନା ମାନକୁଁ ଆମ୍ବୁଲେନ୍ସ୍ ,ଅକ୍ସିଜେନ୍ , ଆର୍ ବେଡ୍ ସବୁ ର୍ ସୁବିଧା ବେଶିକରି କରାଯାଉଛେ । ସୀମା କେ ଲାଗିକରି ରହିଥିବାର୍ ଅଂଚଲ୍ ମାନକୁଁ କରୋନା ନିୟମ୍ ଅନୁସାରେ ସୁରକ୍ଷା ବେବ୍‌ସ୍ଥା କେ କଡାକଡି କରାଯାଉ ବଲିକରି ମୁଖ୍ୟମନ୍ତ୍ରୀ କହିଛନ୍ । କୋଭିଡ୍‌୍ ଲଢେଇ ଥି ମିଶନ୍ ଶକ୍ତି ଆର୍ ପଂଚାୟତିରାଜ୍ ର୍ ସଦସ୍ୟ ମାନକୁଁ ସାମିଲ୍ କରାଯିବା । ନିୟମ୍‌କେ ନାଇ ମାନୁଥିବାର୍ ଲୁକକଁର୍ ଉପ୍‌ରେ କଡା କାର୍ଯ୍ୟାନୁଷ୍ଠାନ୍ ନିଆଯିବା । ରାଏଜ୍‌ନେ ମହାମାରୀ କେ ହରାବାର୍ ଲାଗି ସମସ୍ତକୁଁ ଗୁଟେ ହେଇକରି ସବୁ ନିୟମ୍ ମାନିକରି ଲଢବାର୍ କେ ପଡବା ବଲି ଆହ୍ୱାନ୍ ଦେଇଛନ୍ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.