ପଶ୍ଚିମ ଓଡ଼ିଶାନେ ସ୍ଥିତି ସାଂଘାତିକ୍

0

କରୋନା ଲାଗି ଇଥର ପଶ୍ଚିମ ଓଡ଼ିଶାନେ ସ୍ଥିତି ସାଂଘାତିକ୍ । ଆଏଜ୍ ସାରା ରାଏଜୁ ୮୭୯ କରୋନା ପଜିଟିଭ୍ ବାହାରିଥିବାର୍ ବେଲକେ ଖାଲି ସୁନ୍ଦରଗଡ ଜିଲ୍ଲାନୁ ବାହାରିଛନ୍ ୧୩୧ ପଜିଟିଭ୍ । ସମ୍ବଲପୁରନୁ ୪୮, ବରଗଡନୁ ୫୩, କଳାହାଣ୍ଡିନୁ ୪୩, ନୂଆପଡାନୁ ୬୧, ବଲାଙ୍ଗିରନୁ ବାହାରିଛନ୍ ୨୬ ପଜିଟିଭ , ଝାରସୁଗୁଡାନୁ ୨୩ ପଜିଟିଭ୍ । ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାନୁ ବାହାରୁଛନ୍ ପଜିଟିଭ୍ ।
କରୋନା ଗ୍ରାଫ୍ ବଢିଚାଲିଛେ । ଛତିଶଗଡ ସୀମାନେ ଥିବାର୍ ବରଗଡ, ନୂଆପଡା, କଳାହାଣ୍ଡି ଆର୍ ସୁନ୍ଦରଗଡ ଜିଲ୍ଲାକେ ଅଧିକା ବିପଦ୍ ଘାରିଛେ । ସେଆଡେ ଛତିଶଗଡନେ କାମ୍ କରୁଥିବାର୍ ଲୋକ୍ ମାନେ ଏବେ ଘରମୁହାଁ । ସେଆଡେ ବୁର୍ଲା ମେଡିକାଲ ଉପରେ ଏକା ସଭେ ଭରସା କରୁଥିବାର୍ ବେଲକେ ପଡୋଶୀ ଛତିଶଗଡନୁ ରୋଗୀ ମାନେ ଇଠାନେ ଆସିଥିସନ୍ । ତ ଏନ୍ତାଥି ରାତିରେ ୭ଟା ଜିଲ୍ଲରେ ନାଇଟ୍ କର୍ଫ୍ୟୁତ ଲାଗିଛେ । ପୁଲିସ୍ ଆର୍ ଜିଲ୍ଲା ପ୍ରଶାସନ୍ ଆଡୁ ବି କୋଭିଡ ଗାଇଡଲାଇନ୍ ଲୋକ୍ ମାନୁଛନ୍ କି ନେଇ ସେନେଇ ଚେକିଂ ଜୋରଦାର କରାଯାଇଛେ । ଯେନ୍ତାକି ସମ୍ବଲପୁର ସହରେ ମଙ୍ଗଲବାର୍‌,ଆର୍ ବୁଧବାର ଦିନ ସାରା ସହରର ଅଲଗା ଅଲଗା ଛକ୍ ଆର୍ ଜାଗା ମାନକୁଁ ମାସ୍କ ପିନ୍ଧିଛନ୍ କି ନାଇଁ ଦେଖାଯାଉଥିଲା । ମାସ୍କ ଟିକେ ତଲକେ ଥିଲେ ବି ପୁଲିସ ଫାଇନ୍ କାଟୁଥିଲେ । ବହୁତ୍ ସଂଖ୍ୟାନେ ପୁଲିସ୍ ଇଥି ଲାଗିଛନ୍ । ବଜାର, ମଲ ସବୁ ଜାଗା ମାନେ ବୁଲି ଦେଖୁଛନ୍ । ବରଗଡନେ ବି ଦେଖବାରକେ ମିଲିଥିଲାଯେ ରାତି ପୁଲିସ ମାନେ ଲୁକକୁଁ ସଚେତନ୍ କରୁଥିଲେ । ଖାଲି ସମ୍ବଲପୁର କି ବରଗଡ ନାଇଁସେ ପଶ୍ଚିମ ଓଡ଼ିଶାର ଅଲଗା ଜିଲ୍ଲା ମାନକୁଁ ଇହାଦେ ଚେକିଂ ଜୋରଦାର ଚାଲିଛେ ।

Leave A Reply

Your email address will not be published.