ଗଛେ ପିଟିହେଲା ଇନୋଭା ଗାଡି, ଦୁର୍ଘଟଣାନେ ୩ ଜନ୍‌କଁର ଗଲା ଜୀବନ୍‌

ବଲାଙ୍ଗିର ଦେଓଗାଁ ସାଗରପାଲିନେ ସଡକ୍ ଦୁର୍ଘଟନା, ୩ ଜନକଁର ଗଲା ଜୀବନ୍ ଆରୁ ଡ୍ରାଇଭର ଗୁରୁତର୍‌

0

ବଲାଙ୍ଗିର ଦେଓଗାଁ ସାଗରପାଲିନେ ସଡକ୍ ଦୁର୍ଘଟନାନେ ୩ ଜନକଁର ଜୀବନ୍ ଯାଇଛେ । ଘଟନା ଜାଗାନେ ଦୁଇ ଜନକଁର ଜୀବନ୍ ଯାଇଥିବାର ବେଲକେ ଜନକୁଁ ମେଡିକାଲନେ ସ୍ଥାନାନ୍ତର ସମିଆଁନେ ଜୀବନ୍ ଯାଇଥିବାର ନେଇକରି ଜନାପଡିଛେ । ଗାଡି ଡ୍ରାଇଭର ଅବସ୍ଥା ଗୁରୁତର ଥିବାର ବେଲକେ ତାକୁଁ ବୁର୍ଲା ମେଡିକାଲନେ ଭର୍ତ୍ତି କରାଯାଇଛେ । ସୂଚନା ହିସାବେ ଆଏଜ ସଖାଲୁ ଗୁଟେ ଇନୋଭା କାରଥି ୪ ଜନ୍ ନବରଙ୍ଗପୁର ଡାବୁଗାଁରୁ ଭୁବନେଶ୍ୱର ଯାଉଥିଲେ । ପାହାନ୍ତିଆ ୪ ବଜାନେ ସାଗରପାଲି ଛକ୍ ପାଶେ ଗାଡି ଡ୍ରାଇଭର ଭାର ସମ୍ଭଲେଇନାଇଁ ପାରିକରି ଗାଡିଟାକେ ଗୁଟେ ଗଛେ ପିଟିଦେଇଥିଲା । ଦୁର୍ଘଟଣାନେ ଜୀବନ୍ ଯାଇଥିବାର ଲୋକ ମାନକଁର ଭିତରେ ଜନେ ଷ୍ଟେଟ୍ ବେଙ୍କ ମେନେଜର ରହିଛନ୍‌, ଆର ଜନେ ସାମ୍ବାଦିକ୍ ଆରୁ ତାକଁର ବାପା ରହିଥିଲେ ।

Leave A Reply

Your email address will not be published.