ନିଷିଦ୍ଧାଂଚଲନେ ଫଟୋସୁଟ୍‌

ବୁର୍ଲା ପାୱାର ହାଉସନେ ପିଲା ଟୁକେଲକଁର ଫଟୋ ଉଠା ହେଲା ଭାଇରାଲ, କାହାରି ନିଘା ନାଇଁ

0

ହୀରାକୁଦ ଡେମ୍ ନିଷିଦ୍ଧାଂଚଲନେ କଡା ସୁରକ୍ଷା ବେବସ୍ଥା ଭିତରେ ଭିଲ୍ ନିୟମ୍ ଉଲଘଂନ୍ କରୁଥିବାର ଲେଖେଁ ଘଟନା ଦେଖବାକେ ମିଲିଛେ । ଡେମ୍‌କେ ବୁଲି ଆସୁଥିବାର ପିଲା ଟୁକେଲମାନେ ପାୱାର ହାଉସ୍ ଛାତ୍ ଉପରକେ ଚଢିକରି ଫଟୋ ଉଠୋଉଥିବାର ଭାଇରାଲ ହେବାରନେ ଲାଗିଛେ । ଇ ଜାଗାକେ ଯିବାର ଲାଗି ବାରଣ ଥିବାର ସତ୍ତ୍ୱେ ଇମାନେ କାହାର ଅନୁମତି ନେଇକରି ଇଠାନକେ ଚଢଲେ ସେଟା ଇହାଦେ ପ୍ରଶ୍ନ ବନିଛେ ।

ସେଆଡେ ଘଟନା ବାବଦେ ପୁଲିସ ପାଶେ କେନସି ଖବର ନାଇଁନ ଆର ଓଆଇଏସ୍‌ଏଫ୍ ଭିଲ୍ ଘଟନା ବିଷୟନେ କିଛି ନାଇଁ ଜାନିଥିବାର କହୁଛନ୍ । ସୂଚନା ହିସାବେ ମଙ୍ଗଲବାର ସଖାଲୁ ୨ଟା ଗାଡିନେ ୨୦ନୁ ଅଏତକା ପିଲା ଟୁକେଲ ମିଶିକରି ହୀରାକୁଦ ଡେମ୍ ଉପର ଦେଇକରି ବୁର୍ଲା ସାଇଟ୍‌କେ ଆସିଥିଲେ । ମଝିନେ ଗାଡି ଅଟକେଇକରି ନିଷିଦ୍ଧାଂଚଲ ଲେଖା ହେଇଥିବାର ଓଏଚପିସି ଅଫିସ ଛାତନେ ବୁଲାବୁଲି କରିକିନା ଫଟୋ ସୁଟ୍ କରିଥିଲେ । ଇତାର ସାଙ୍ଗେ ଲୁହାସିଢିନେ ଯାଇକରି ହୀରାକୁଦ୍ ଡେମ୍ ପାଶ ତକ୍ ପଲେଇଥିଲେ । ସୁରକ୍ଷା ଦୃଷ୍ଟିନୁ ଇ ଅଂଚଲକେ କାହାକେ ଯିବାକେ ମନା କରାଯାଇଛେ ଆରୁ ଫଟୋ ଉଠାବାର ଲାଗି ମନା ହେଇଥିବାର ବେଲକେ ହୀରାକୁଦ୍ ଡେମ୍ ମୁଖ୍ୟ ବନ୍ଧ ପାଶ ତକ୍ ପଲେଇଥିଲେ ।

ଇତାର କିଛି ଦିନ୍ ଆଘୋନୁ ଚିପଲିମା ଓଏଚ୍‌ପିସି ସାଇଟ୍‌ନେ ଭିଲ୍ ଏନ୍ତା ସମାନ୍ ଘଟନା ଦେଖବାକେ ମିଲିଥିଲା । ହୀରାକୁଦ୍ ମେନ୍ ଡେମ୍ ଉପରେ ଓଲିଉଡ୍‌ର ୩ ଜନ୍ ଅଭିନେତ୍ରୀକଁର ଭିଡିଓ କରବାର ଘଟନାକେ ନେଇକରି ଗଲା ବରଷ୍ ବିବାଦ ଦେଖାଦେଇଥିଲା । ଏତେ ଘଟନା ହେଲା ବାଦ୍ ଭିଲ୍ ନିଷିଦ୍ଧାଂଚଲନେ ଫଟୋସୁଟ୍ କରାଯାଉଛେ ଆର ଇଆଡେ କାହାରିର ନିଘା ଭିଲ୍ ନାଇଁ ରହେବାର । ଅଭିଯୋଗ ଉତାରୁ ଘଟନାର ତଦନ୍ତ କରାଯିବା ବଲି ନିର୍ଦ୍ଦେଶ ଦେଇଛନ୍ ବୁର୍ଲା ଏସଡିପିଓ ।

Leave A Reply

Your email address will not be published.