ଡରଉଛେ ବାତ୍ୟା “ୟାସ୍‌’

0

ଓଡିଶା କେ ଆସୁଥିବାର୍ ସାମୁଦ୍ରିକ୍ ବାତ୍ୟା ୟାସ୍ ତାର୍ ପ୍ରଭାବ୍ ଦେଖାବାର୍ ଆରମ୍ଭ କରି ଦେଇଛେ । ଓଡିଶାର୍ ଉପକୂଳ ବର୍ତ୍ତୀ ଅଞ୍ଚଳ ନେ ଇତାର୍ ବେଶି ପ୍ରଭାବ୍ ଦେଖାଯାଉଛେ । ବାତ୍ୟା ୟାସ୍ ର୍ ପ୍ରଭାବ୍ ବହୁତ୍ ଭୟଙ୍କର୍ ରୂପ୍ ନେବା ବଲି ସୂଚନା ଆସୁଥିବାର୍ ବେଲ୍‌କେ ବାତ୍ୟା ୟାସ୍ ଉପ୍‌ରେ ଭାରତୀୟ୍ ପାଣିପାଗ୍ ବିଭାଗ୍ ଆଡୁ  ସୂଚନା ଦିଆଯାଇଛେ  ।

କରୋନା ସାଙ୍ଗେ ବାତ୍ୟା ର୍ ତାଣ୍ଡବ୍ ଇହାଦେ ଓଡିଶା ନେ ଦେଖ୍‌ବାର୍ କେ ମିଲିଛେ । ବାତ୍ୟା ୟାସ୍ ର୍ ଡର୍ ଡର୍‌ନା ରୂପ୍ ଆଏବାର୍ ୨୪ ଘଣ୍ଟା ଭିତ୍‌ରେ ଦେଖାବା ବଲିକରି ଶୁନ୍‌ବାର୍ କେ ମିଲୁଛେ ଯେନଥିର୍ ଲାଗି ଭାରତୀୟ ପାଣିପାଗ ବିଭାଗ୍ ଆଡୁ ବାତ୍ୟା ୟାସ୍ କେ ନେଇକରି କେତେଟା ସୂଚନା ଦିଆଯାଇଛେ । ଓଡିଶାର୍ ଉପକୂଲବର୍ତ୍ତୀ ଅଂଚଳ ଯେନ୍ତା ବାଲେଶ୍ୱର୍ , କେନ୍ଦ୍ରାପଡା, ଗଞାମ୍ , ପୂରୀ ଜିଲ୍ଲା ମାନକୁଁ ବତ୍ୟା ର୍ ପ୍ରଭାବ୍ ବେଶି ହେବା ବଲିକରି ସୂଚନା ମିଲିଛେ । ବାତ୍ୟା ୟାସ୍ ୨୬ ତାରିଖ୍ ଦିପହର୍ ବେଲା ପାରାଦୀପ୍ ଆର୍ ବାଲେଶ୍ୱର୍ ଦେଇକରି ଓଡିଶା ଆର୍ ପଶ୍ଚିମବଙ୍ଗ୍ କେ ଅତିକ୍ରମ୍ କର୍‌ବା । ଯେନଥିର୍ ଲାଗି ଓଡିଶା ର୍ କେତେଟା ଜାଗା ରେ ଲଘୁଚାପ୍ ଆରମ୍ଭ ହେଇଯାଇଛେ । ଯେନଥିର୍ ଲାଗି ରାଜ୍ୟ ସରକାର୍‌କଁର୍ ଆଡୁ ବାତ୍ୟା ର୍ ମୁକାବିଲା ଲାଗି ସବୁ ପ୍ରସ୍ତୁତି କରାଯାଇଛେ ।

ବାତ୍ୟା ର୍ ମୁକାବିଲା ଲାଗି ସୁରକ୍ଷା ବାହୀନି ମାନକୁଁ ସଯାଗ୍ କରାଯାଇଛୋ । ବାତ୍ୟା ୟାସ୍ ଗଲା ୬ ଘଣ୍ଟା ଥି ଘଣ୍ଟା ପ୍ରତି ୯ କିଲୋମିଟର୍ ଗତି ଥି ଉତ୍ତର୍ ପଶ୍ଚିମ୍ ଆଡ୍‌କେ ଗତି କର୍‌ବା । ସେନ୍ତା ପାରାଦୀପ୍ ର୍ ଦକ୍ଷୀଣ ପୂର୍ବ ଆଡକେ ୩୫୦ କିମି ଆର୍ ବାଲେଶ୍ୱର୍ ଦକ୍ଷୀଣ ପୂର୍ବ ଦିଗ୍ ଆଡେ ୪୬୦ କିମି ତକ୍ ବାତ୍ୟା ର୍ ପ୍ରଭାବ୍ ପଡବା । ଆଏବାର୍ ୧୨ ଘଣ୍ଟା ଥି ବାତ୍ୟା ର୍ ଭୟଙ୍କର୍ ପ୍ରଭାବ୍ ଉତ୍ତର୍ ପଶ୍ଚିମ୍ ଆଡକେ ଯିବା ବଲି ପାଣିପାଗ୍ ବିଭାଗ୍ ଆଡୁ ସୂଚନା ମିଲିଛେ ।

Leave A Reply

Your email address will not be published.