ହରିଶଙ୍କର ଲାଗି ଇଣ୍ଟିଗ୍ରେଟେଡ୍ ମାଷ୍ଟରପ୍ଲାନ୍‌

ହରିଶଙ୍କରର ବିକାଶ ଦିଗନେ କାମ୍ ଆରମ୍ଭ, ଓଟିଡିସି ଅଧ୍ୟକ୍ଷା ବୁଲି ଦେଖଲେ ମନ୍ଦିର

0

ବଦଲିବା ହରିଶଙ୍କର ଆର ନରସିଂହନାଥର ରୂପ୍ । ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ୍ ସ୍ଥଲ୍ ଆରୁ ଐତିହାସିକ୍ ପୀଠ୍ ମାନକେ ସଜଡାବାର ଲାଗି ଚେଷ୍ଟା ମୁଲ କରିଛନ୍ ରାଜ୍ୟ ସରକାର । ଇ ସବୁ ଜାଗା ମାନକୁ ସୁନ୍ଦର ହିସାବେ ସଜାବାର ସାଙ୍ଗେ ଇତାର ବିକାଶ ଦିଗନେ କାମ୍ ମୁଲ୍ ହେଇଛେ । ପର୍ଯ୍ୟଟକ୍ ମାନର୍କର ଲାଗି ସବୁ ରକମର ସୁବିଧା ଯୁଗାବାର ଲାଗି ବେବସ୍ଥା କରାଯିବା ।ଯେନ୍ତା କେନଠାନୁ କେହି ଭିଲ୍ ଇଠାନକେ ବୁଲି ଆଏଲେ ସୁବିଧାନେ ଆସିକରି ବୁଲାବୁଲି କରବାର ସାଙ୍ଗେ ଇତାର ମଜା ଉଠେଇପାରବେ ।

ପଶ୍ଚିମ ଓଡ଼ିଶାର ଦୁଇଟା ଐତିହାସିକ୍ ଜାଗା ହଉଛେ ହରିଶଙ୍କର ଆରୁ ନରସିଂହନାଥ୍ ମନ୍ଦିର । ଇଠାନକେ ବାର ମାସି ଲୁୁକକଁର ଭିଡ୍ ଲାଗିଥିସି । ପ୍ରକୃତିର ସୁନ୍ଦରତା ଇଠାନେ ଭରିକରି ରହିଥିବାର ବେଲକେ ଇହାଦେ ରାଜ୍ୟ ସରକାର ଆରୁ ରାଜ୍ୟ ପର୍ଯ୍ୟଟନ୍ ବିଭାଗ ଆଡୁ ଇତାର ବିକାଶ କାମ୍ ଲାଗି ପଦକ୍ଷେପ୍ ନିଆଯାଇଛେ । ଇ ଦୁହି ପୀଠ୍ ଯେନ୍ତା ପର୍ଯ୍ୟଟକ ମାନକୁଁ ତାର ଆଡକେ ଆକୃଷ୍ଟ କରବା ହେଥିର ଲାଗି ପ୍ରସ୍ତୁତ କରାଯିବା ଇଣ୍ଟିଗ୍ରେଟେଡ୍ ମାଷ୍ଟର ପ୍ଲାନ୍ ।

ରାଜ୍ୟ ପର୍ଯ୍ୟଟନ୍ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଗୁଟେ ବୈଷୟିକ୍ ଟିମ୍ ସାଙ୍ଗେ ଇ ପ୍ଲାନ୍ ବାବଦେ କାମ୍ ନେଇକରି ହରିଶଙ୍କର ପୀଠ୍ ବୁଲି ଦେଖିଛନ୍ । ଇ ବାବଦେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନକଁର ସାଙ୍ଗେ ଭିଲ୍ ଆଲୋଚନା କରିଛନ୍ । ଇତାର ପୁନଃଉତ୍‌ଥାନ୍ କାମ୍ ଲାଗି ଭୋପାଲର ଗୁପ୍ତା ଆଣ୍ଡ ଏସୋସିଏଟକେ ଦାୟିତ୍ୱ ଦିଆଯାଇଥିବାର ନେଇକରି ସୂଚନା ରହିଛେ । ଆଏବାର ଦିନେ ହରିଶଙ୍କର ବିକାଶ ଲାଗି କାମ୍ କରାଯାିବାର ନେଇକରି ଭିନ୍ ଭିନ୍ ଯୋଜନା କରାଯାଇଛେ ଆରୁ ଇଥିର ଲାଗି ରାଜ୍ୟ ସରକାରକଁର ଆଡୁ ଅର୍ଥ ଭିଲ୍ ମଂଜୁର୍ ହେଇଛେ ।

ପର୍ଯ୍ୟଟନ୍ ମାନଚିତ୍ରନେ ହରିଶଙ୍କରର ଜାଗାକେ ଆହୁରି ଲୋକ୍ ଲୋଚନ୍‌କେ ଆନବାର ଲାଗି ଏନ୍ତା ଚେଷ୍ଟା ମୁଲ ହେଇଛେ । ହରିଶଙ୍କରନେ ରୋପ୍‌ୱେ ବେବସ୍ଥା କରାଯିବାର ନେଇକରି ଭିଲ୍ କାମ୍ ଚାଲିଛେ । ସେଆଡେ ଗଲା କିଛି ଦିନ୍ ତଲେ ‘ବଣଭୋଜି’ ନାଁନେ ପର୍ଯ୍ୟଟକ ମାନକଁର ଯିବାର ଆଏବାର ବେବସ୍ଥା ଲାଗି ବସ୍ ସୁବିଧା ଭିଲ୍ କରଯାଇଛେ । ଯେନଟାକି ବଲାଙ୍ଗିରନୁ ହରିଶଙ୍କର ଯାଉଛେ ।

ଇ ବସ୍‌ଥି ଲୁକେ ସିଧା ବଲାଙ୍ଗିରନୁ ଆସିକରି ଠିକ୍ ହିସାବେ ହରିଶଙ୍କରନେ ପୁହୁଞ୍ଚି ପାରବେ । ଆଏବାର ଦିନେ ଏନ୍ତା ଆହୁରି ବିକାଶମୂଖି କାମ୍ ଇଠାନେ କରାଯିବାର ଯୋଜନା ଚାଲିଛେ । ଇଥିରେ ଜିଲ୍ଲା ପ୍ରଶାସନ୍ ଆଡୁ ସାହାଜ୍ ସହଯୋଗ କରଯାଉଛେ । ହରିଶଙ୍କରର ବିକାଶ ହେଲେ ଇଠାନକେ ଆହୁରି ପର୍ଯ୍ୟଟକ୍ ଆସବାର ଆଶ୍ କରାଯାଉଛେ । ବାହାରର ପର୍ଯ୍ୟଟକ୍ ଭିଲ୍ ହରିଶଙ୍କରକେ ଆଗକେ ଆଏବାର ଲାଗି ଆକୃଷ୍ଟ ହେବେ ।

Leave A Reply

Your email address will not be published.