ନାଇଁ ବସେ ଶୀତ୍ ଅଧିବେଶନ୍ 

କରୋନା ଲାଗି ସଂସଦନେ ହେବାକେ ଥିବାର ଶୀତ୍ ଅଧିବେଶନ୍ କରାଗଲା ବାତିଲ୍‌

0

ଇ ବରଷ୍ ସଂସଦର ଶୀତ ଅଧିବେଶନ୍ ନାଇଁ କରାଯାଏ । କରୋନା ଡର୍ ଲାଗି ଶୀତ୍ ଅଧିବେଶନ୍ ବନ୍ଦ କରବାର ଲାଗି ନିଷ୍ପତ୍ତି ନିଆଯାଇଥିବା ନେଇକରି ଜନାପଡିଛେ । ଜାନୁଆରୀନେ ଯାଇକରି ଏକାଥରେ ବଜେଟ୍ ଅଧିବେଶନ୍ କରାଯିବା ନେଇକରି ସହମତି ମିଲିଥିବାର ସୂଚନା ରହିଛେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଇ ନେଇକରି ସୂଚନା ଦେଇଥିବାର ବେଲକେ ସେ କହିଛନ୍ ଯେ, କରୋନା ଲାଗି ଦିଲ୍ଲୀନେ ସ୍ଥିତି ଠିକ୍ ନାଇଁନ ଇହାଦେ ।

ଆଏବାର ମାସ୍ ତକ୍ ଦେଶନେ କରୋନା ଟିକା ମିଲିଯିବାର ଚେଷ୍ଟା ଚାଲିଛେ । ସେତକି ସମିଆଁ ତକ୍ ସଭେଁ ଠିକ୍ ସେ ସୁରକ୍ଷିତ୍ ରହୁନ୍ ବଲି କହିଛନ୍ । ସବୁ ରାଜନୈତିକ ଦଲତ ଇଥରେ ସହମତି ଦେଇଥିବାର ନେଇକରି ସେ ଜନେଇଛନ୍ । କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀକଁର ଚିଠିର ଉତ୍ତରନେ ଏନ୍ତା ପ୍ରତିକ୍ରିୟା ଦେଇଛନ୍ ପ୍ରହଲ୍ଲାଦ ଯୋଶୀ । ଅଧୀର ରଂଜନ ଚୌଧୁରୀ କେନ୍ଦ୍ରର ନୂଆଁ କୃଷି ଆଇନ୍ ବାବଦେ ଆଲୋଚନା ଲାଗି ପ୍ରସ୍ତାବ ଦେଇଥିଲେ । ହେଲେ ଇହାଦେ କରୋନା ଡର ରହିଥିବାର ବେଲକେ ଦିଲ୍ଲୀନେ ଭିଲ୍ ଇହାଦେ ସ୍ଥିତି ଠିକ୍ ନାଇଁ ଥିବାର କହିଛନ୍ ଶ୍ରୀ ଯୋଶୀ ।

ହେଲେ ନୂଆଁ କୃଷି ଆଇନ୍‌କେ ନେଇକରି ଚାଷୀ ଆନ୍ଦୋଳନ ଚାଲିଥିବାରନୁ ଆଏବାର ଜାନୁଆରୀନେ ବଜେଟ୍ ଅଧିବେଶନ୍ ବସବାର ନେଇକରି କେନ୍ଦ୍ର ସରକାର ଚିନ୍ତା କରିଛନ୍ । ଶୀତ ଅଧିବେଶନ୍ ବାତିଲ୍ କରାଯିବାର ନେଇକରନ୍ସବୁ ଦଲର ନେତାକଁର ସାଙ୍ଗେ ଆଲୋଚନା କରାଯାଇକରି ନିଷ୍ପତ୍ତି ନିଆଯାଇଥିବାର ସେ କହିଛନ୍ ।

ସେଆଡେ ଇହାଦେ କରୋନା କାଲନେ କରୋନା ଟିକା, ଆରୁ ନୂଆଁ କୃଷି ଆଇନକେ ନେଇକରି ଚାଷୀ ଆନ୍ଦୋଳନ ପ୍ରସଙ୍ଗନେ ବିରୋଧୀ ସରକାରକୁଁ ଘେରିପାରନ ଭାବି କରି ଶୀତ୍ ଅଧିବେଶନ୍ ବନ୍ଦ କରାଯାଇଥିବାର ନେଇକରି ସାଧାରଣନେ ଚର୍ଚ୍ଚା ଜୋର ଧରିଛେ ।

Leave A Reply

Your email address will not be published.