ଜଲୁଛେ ସମ୍ବଲପୁର୍ ‌!

ଖୁଲାଖୁଲି ବୁଲୁଛନ୍ ଅପରାଧୀ ପୁଲିସ୍ ହାତ୍ ଖାଲି, କୁନି ହତ୍ୟାକାଣ୍ଡନେ ଅଭିଯୁକ୍ତର ଗିରଫ୍ ଦାବିନେ ଜଲାପୁଡା

0

ଜଲୁଛେ ସମ୍ବଲପୁର ସହର । ସହରନେ ଧୀରେ ଧୀରେ ବଢବାରନେ ଲାଗିଛେ ଅପରାଧୀକ୍ କାମ୍ । ଗ୍ୟାଙ୍ଗ୍ ଗ୍ୟାଙ୍ଗ୍ ଭିତରେ ମାଡ୍‌ପିଟ୍ ଚାଲିଛେ ଆରୁ କାହାର ନା କାହାର ହତ୍ୟା ହେଉଥିବାର ଘଟନା ସାମ୍ନାକେ ଆସୁଛେ । ସେଆଡେ ସହରନେ ଏତେ ସବୁ ଘଟନା ବାଦ୍ ଭିଲ୍ ନିଦେ ଶୁଇଛେ ପୁଲିସ ଆରୁ ପ୍ରଶାସନ୍ । ପୁଲିସ ବିଭାଗନେ ଦୁଇଟା ମୁଖ୍ୟ ପଦ୍ ଖାଲି ପଡିଥିବାର ବେଲକେ ଇଆଡେ ଅପରାଧୀକଁର ଉତ୍ପାତ୍ ଦିନକେ ଦିନ୍ ବଢତେଲ ଚାଲିଛେ । ଅପରାଧୀ ଖୁଲାଖୁଲି ବୁଲୁଥିଲେ ଭିଲ୍ ପୁଲିସ୍ ହାତ୍ ଖାଲି ପଡିଥିବାର ଅଭିଯୁଗ କରିଛନ୍ ଇଠାନର ଲୋକ୍ ।

ସେଆଡେ ଇହାଦେ ସମ୍ବଲପୁର ଧନୁପାଲି ଥାନା ସାକ୍ଷୀପଡାର କୁନି ଓରଫ୍ ବିଜୟ ନ୍ରାକ ହତ୍ୟା ଘଟନାକେ ନେଇକରି ସ୍ଥାନୀୟ ଅଂଚଲନେ ଝମେଲିଆ ସ୍ଥିତି ଦେଖବାକେ ମିଲିଛେ । ଘଟନାକେ ଦୁଇ ଦିନ୍ ଉଫରେ ବିତି ଯାଇଥିଲେ ଭିଲ୍ ଇହାଦେ ତକ୍ ପୁଲିସ ଅପରାଧୀକେ ଧରିନାଇଁପାରି । ବାହାରେ ଖୁଲାଖୁଲି ଅପରାଧୀ ବୁଲୁଥିବାର ବେଲେ ପୁଲିସର କାମ୍ ନେଇକରି ପ୍ରଶ୍ନ ଉଠିଛେ । ଘଟନାକେ ନେଇକରି ସ୍ଥାନୀୟ ଅଂଚଲନେ ଶହ ଶହ ଲୋକ୍ ଗୁରୁବାର ଧନୁପାଲି ଥାନା ଘେରିଥିଲେ । ରାଗିଥିବାର ଲୁକେ ଭିଏସ୍‌ଏସ୍ ରାସ୍ତାନେ ଟାୟାର ଜାଲିକରି ଛେକିଥିଲେ ।

୨ ଘଂଟା ଧରିକରି ରାସ୍ତା ଉପରେ ଝମେଲିଆ ସ୍ଥିତି ଲାଗି ରହିଥିବାର ବେଲକେ ଜଲଦି ଅଭିଯୁକ୍ତକେ ଗିରଫ କରବାର ଲାଗି ଦାବି କରିଥିଲେ ଲୁକେ । ଫଟୋ ବ୍ୟାନର ଧରି ଲୁକେ ରାସ୍ତାକେ ଉତରିକରି ନ୍ୟାୟ ଦେବାର ଲାଗି ଦାବି କରିଥିଲେ । ଯଦି ପୁଲିସ ଜଲଦି ନ୍ୟାୟ ଦେବାରନେ ଅସମର୍ଥ ହେବା ତାହେଲେ ଜନତା ହାତେ ଅସ୍ତ୍ର ଧରବାକେ ବାଧ୍ୟ ହେବେ ବଲି ଚେତାବନୀ ଦେଇଛନ୍ । ରାସ୍ତାର ଦୁଇ ଫାଲେ ଗାଡିମଟର ଜାମ୍ ହେଇକରି ବହୁତ୍ ସମିଆଁ ତକ୍ ରହିଥିଲା ଆରୁ ପୁଲିସ୍ ଜନତା ମୁହାଁମୁହିଁ ହେଇଥିଲେ । ଏନ୍ତା ଘଟନା ବାଦ୍ ସ୍ଥିତି ସମ୍ଭଲବାର ଲାଗି ଗୁଟେ ପ୍ଲାଟୁନ୍ ପୁଲିସ ରଖାଯାଇଥିଲା ଘଟନା ଜାଗାନେ । ଦୁଇ ଦିନ୍ ଭିତରେ ଅଭିଯୁକ୍ତକେ ଗିରଫ୍ କରାଯିବାର ଟିଆ ଦେଇଥିଲେ ଏସଡିପିଓ, ଯାର ବାଦ୍ ଲୁକେ ଶନ୍ତ୍ ହେଇଥିଲେ ଆରୁ ରାସ୍ତାନୁ ହଟିଥିଲେ ।

ଆଏବାର ଦୁଇ ଦିନ୍ ଭିତରେ ଅଭିଯୁକ୍ତକେ ନାଇଁ ଧରଲେ ଫେର୍ ଲକ୍ଷ୍ମୀ ଟକିଜ ପାଶେ ରାସ୍ତାଛେକିକରି ଆନ୍ଦୋଲନ ଜୋର୍ ଧରବା ବଲି ଚେତାବନୀ ଦେଇଛନ୍ ଲୁକେ । ରାଜନୈତିକ୍ ଦଲ୍ ଭିଲ୍ ଇ ଘଟନାନେ ସ୍ଥାନୀୟ ଲୁକକୁଁ ସମର୍ଥନ୍ ଜନେଇଥିଲେ । ଗୁରୁବାର ଦିନ୍ କୁନିକେ ନ୍ୟାୟ ଦାବିନେ କେଣ୍ଡେଲ୍ ମାର୍ଚ୍ଚ କରିଛନ୍ ସାକ୍ଷୀପଡାର ଲୁକେ । ଗଲା ଦୁଇ ମାସ ଭିତରେ ସମ୍ବଲପୁରନେ ଅପରାଧୀକ୍ କାମ୍ ବଢିଛେ । ନିଶା କାରବାର ଚାଲିଥିବାର ବେଲକେ ଇ ସବୁକେ ନେଇକରି ହତ୍ୟା ଘଟନା ହେଉଥିବାର ଦେଖବାକେ ମିଲୁଛେ । ଜିଲ୍ଲାନେ କ୍ରାଇମ୍ ବଢୁଥିଲେ ଭିଲ୍ ପୁଲିସ୍ ଇତାର ଉପରେ କେନସି ସମାଧାନ୍ ନାଇଁ କରୁଥିବାରନୁ ଲୁକକଁର ଭିତରେ ଅସନ୍ତୋଷ ଦେଖାଦେଇଛେ ।

          ଗଲା ୧୦ ଦିନ୍ ଭିତରେ ସମ୍ବଲପୁରନେ ୪ ଜନ୍‌କୁଁ ହତ୍ୟା କରାଯାଇଛେ । ଏନ୍ତା ଘଟନା ଯଦି ଲାଗି ରହେବା ଇଠାନେ ତ ଆର କିଛି ଦିନ୍ ଉତାରୁ ସମ୍ବଲପୁର ଅପରାଧୀକ୍ ଅଡ୍ଡା ବନବାରନେ ଡେରି ନାଇଁ ଲାଗେ । ଇହାଦେର ସ୍ଥିତି ନେଇକରି ଲୋକ୍ ଘରୁ ବାହାରିବାକେ ଡରୁଥିବାର ବେଲକେ ଆଗକେ ଇତାର ସମାଧାନ୍ ନାଇଁ ହେଲେ ପରିସ୍ଥିତି ଆହୁରି ଖରାପ୍ ହେବା । ଜଲଦି ଇ ଦିଗନେ ପୁଲିସ୍ ଆରୁ ପ୍ରଶାସନ୍ ଗୁରୁତ୍ୱ ଦେଇକରି ସମାଧାନ୍‌ର ବାଟ୍ ଖୁଜବାର ଲାଗି ଦାବି କରିଛନ୍ ସ୍ଥାନୀୟ ଲୁକେ ।

Leave A Reply

Your email address will not be published.