ସମ୍ବଲପୁର୍ ନେ ଟିକା ନେଲେ ୬୧୨ ଜନ

0

ଶନିବାର୍ ଦିନ ସାରା ଦେଶ୍‌ନେ ଟିକାଦାନ୍ କରାଯାଇଥିବାର୍ ବେଲ୍‌କେ ସମ୍ବଲପୁର୍ ଜିଲ୍ଲା ନେ ଭିଲ୍ ଟିକାଦାନ୍ କରାଯାଇଛେ । ସମ୍ବଲପୁର ଜିଲ୍ଲା ର୍ ୭ଟା ଡାକ୍ତରଖାନା ସମ୍ବଲପୁର୍ ବଡ ଡାକ୍ତରଖାନା, ଭିମସାର୍ ବୁର୍ଲା ,କୁଚିଣ୍ଡା ଡାକ୍ତରଖାନା, ରେଢାଖୋଲ୍ ଡାକ୍ତର୍‌ଖାନା , ହୀରାକୁଦ୍ ଗୋଷ୍ଠୀ ଡାକ୍ତରଖାନା,ଅଇଁଠାପାଲି ଆର୍ ଧନ୍‌କଉଡା ପ୍ରାଥମିକ୍ ଡାକ୍ତରଖାନା ନେ ଟିକାଦାନ୍ କରାଯାଇଛେ । ଶନିବାର୍ ଦିନ ଜିଲ୍ଲା ନେ ମୋଟ୍ ୭୦୦ ଜନ୍‌କୁଁ କରୋନା ଟିକା ଦେବାର୍ ସ୍ଥିର୍ କରାଯାଇଥିବାର୍ ବେଲ୍‌କେ ୬୧୨ ଜନକୁଁ ଟିକାଦାନ୍ କରାଯାଇଛେ ।

ଶନିବାର୍ ଦିନ ପହେଲା ଟିକାଦାନ୍ ସରିଯାଇଥିବାର୍ ବେଲ୍‌କେ ସୋମବାର୍ ନୁ ଫିର୍‌ଥରେ ଟିକାଦାନ୍ ଅରମ୍ଭ କରାଯିବା । ସମ୍ବଲପୁର୍ ନେ ପହେଲା ଜନେ ସଫେଇ କର୍ମଚାରୀକୁଁ କୋଭିସିଲ୍ଡ୍ ଟିକା ଦିଆଯାଇଥିଲା ତାର୍ ଉତାରୁ ଡାକ୍ତର୍ ଆର୍ ସ୍ୱାସ୍ଥ୍ୟକର୍ମୀ ମାନେ ଇ ଟିକା ନେଇଥିଲେ । ସମ୍ବଲପୁର୍ ନେ ହେଇଥିବାର୍ ଟିକାଦାନ୍ କେ ଉତ୍ତରାଚଂଲ୍ ରାଜସ୍ୱ କମିଶନର୍ ନିରଞ୍ଜନ ସାହୁ ଉଦ୍‌ଘାଟନ୍ କରିଥିଲେ । ଆର୍ ଟିକା ନେବାର୍ ଉତାରୁ ସବୁ ସ୍ୱାସ୍ଥ୍ୟକର୍ମୀ ମାନେ ତାକଁର୍ ଉସ୍‌ନାକି ଦେଖେଇଥିଲେ ।

Leave A Reply

Your email address will not be published.