ଝାରସୁଗୁଡା ଆର୍‌ ବରଗଡ୍‌ କେ ଜୁଡବା ଜରିମୁଲି–ଭିକରମପାଲି ପୋଲ୍‌

କେନ୍ଦ୍ରର୍‌ ଟିମ୍‌ କରବେ ଛାନ୍‌ବିନ୍‌

0

ସମ୍ବଲପୁର ଜିଲ୍ଲାର ରମ୍ପେଲା ନେ ହୀରାକୁଦ ଉପରେ ‌ ପୋଲ୍ ବନବାର୍‌ ନୁ ସମ୍ବଲପୁର୍‌ ଆର୍‌ ଝାରସୁଗୁଡା ଜିଲ୍ଲାର୍‌ ଲଖନପୁର୍‌ କେ ଯିବାର୍‌ ଲାଗି ସୁବିଧା ହେଇଛେ । ସେନ୍ତା ବହୁତ୍‌ ବରଷ୍‌ ହେଲା ଝାରସୁଗୁଡା ନୁ ବରଗଡ କେ ଯୁଡବାର୍‌ ଲାଗି ସିଧା ସଲକ୍‌ ରାସ୍ତା ତିଆରି ଆର ପୋଲ୍‌ ବନାବାର୍‌ କେ ନେଇକରି ଯୋଜନା ଚାଲିଥିଲା । ହେଲେ ଈହାଦେ ତକ୍‌ ଭିଲ୍‌ ସେଟା କାର୍ଯ୍ୟକାରୀ ନାଇ ହେଇ ପାରିଥାଇ । ଗୁଟେ ନଦୀର୍‌ ଆଖେ ପାଖେ ଥିଲେ ବି ଜିଲ୍ଲା ବାସୀ ମାନକୁଁ ସମ୍ବଲପୁର୍‌ ରାସ୍ତା ଦେଇକରି ପାଖାପାଖି ୧୧୦ କିମି ବୁଲିକରି ଆସବାର୍‌କେ ପଡସି । ଝାରସୁଗୁଡା ନେ ଟ୍ରେନ୍‌ ଚଲାଚଲ ଆର୍‌ ରାଏଜର୍‌ ୨ନଂ ଏୟାରପୋର୍ଟ ରହିଥିବାର୍‌ ନୁ ପଶ୍ଚିମ୍‌ଓଡିଶାର୍‌ ଲୋକମାନେ ଯିବାର୍‌ ଆସବାର୍‌ ଲାଗି ଝାରସୁଗୁଡା ଜିଲ୍ଲା କେ ସଂଯୋଗ କରସନ୍‌ । ସେଥିର୍‌ ଲାଗି ବଲିକରି ବରଗଡ ,ବଲାଙ୍ଗୀର୍‌ , ଟିଟଲାଗଡ ,ସୋନପୁର ଜିଲ୍ଲାର ଲୋକ୍‌ ମାନକଁର ଯିବାର୍‌ ଆସବାର୍‌ ସୁବିଧା ଲାଗି ବରଗଡ ଜିଲ୍ଲାର୍‌ ଅମ୍ବାଭୋନା ବ୍ଲକ୍‌ନୁ ଝାରସୁଗୁଡାର ଭିକମପାଲି କେ ସିଧାସଲକ ଜାତୀୟ ରାଜପଥ ତିଆରି କରବାର୍‌ ଲାଗି ବହୁତ୍‌ ଦିନୁ ଦାବି କରୁଥିଲେ ଲୋକ ଯେନଟାକେ ଦେଖିକରି ସାଂସଦ ସୁରେଶ ପୂଜାରୀ ରାସ୍ତା କାମ୍‌ ଆର୍‌ ପୋଲ କାମ୍‌ ର ଦେଖ୍‌ରେଖ୍‌ କରବେ ।

ବରଗଡ ନୁ ବୋରିଗୁମ୍ପା ଦେଇକରି ଯାଇଥିବାର୍‌ ରାସ୍ତା ଆର୍‌ ବରଗଡ ଦେଇକରି ଯାଇଥିବାର୍‌ କଲିକତା–ମୁମ୍ବାଇ ଜାତୀୟ ରାଜପଥ୍‌ କେ ଝାରସୁଗୁଡା ଜିଲ୍ଲା ସାଙ୍ଗେ ଯୁଡବାର୍‌ ଲାଗି ଅମ୍ବାଭୋବା ବ୍ଲକ ଦେଇକରି ବହୁଥିବାର୍‌ ମହନଦୀ ଉପରେ ବ୍ରିଜ୍‌ ହେବାର୍‌ ଟା ନିହାତି ଜରୁରୀ । ସୁରେଶ ପୂଜାରୀ ଆର୍‌ ସେ ଅଂଚଲର ଲୋକମାନେ ୍‌ ଝାରସୁଗୁଡା ଭିକମ୍‌ପାଲି ଛକ୍‌ ନୁ ରାସ୍ତା ଦେଖିକରି ଅନୁଧ୍ୟାନ କରିଥିଲେ । ସେ ଟିମ୍‌ର ରିପୋର୍ଟ ହିସାବେ ପୋଲ୍‌ କାମ୍‌ ଆରମ୍ଭ୍‌ କରାଯିବା ବଲି ସୂଚନା ମିଲିଛେ ।

Leave A Reply

Your email address will not be published.