ସର୍ବୋଚ୍ଚ ଅଦାଲତକଁର ରାୟକେ ଚାଷୀକଁର ନାପସନ୍ଦ

ନୂଆଁ କୃଷି ଆଇନ୍ ସ୍ଥଗିତ ରଖବାର ସାଙ୍ଗେ କମିଟି ଗଠନ୍ ଲାଗି ସୁପ୍ରିମ୍ କୋର୍ଟ ରାୟ ଶୁନେଇଥିଲେ

0

ନୂଆଁ କୃଷି ଆଇନ୍ ନେଇକରି ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ୍ କରିକିନା ଗୁଟେ ରାୟର ଶୁଣାଣି କରିଥିଲେ । ହେଲେ କୃଷି ଆଇନ୍‌କେ ବିରୋଧ୍ କରୁଥିବାର ଚାଷୀ ସଂଗଠନ୍ ମାନେ କୋର୍ଟକଁର ରାୟକେ ସମର୍ଥନ୍ ନାଇଁ ଜନେଇ । ସର୍ବୋଚ୍ଚ ଅଦାଲତ୍ କୃଷି ଆଇନ୍‌କେ ସ୍ଥଗିତ୍ ରଖବାର ଲାଗି କେନ୍ଦ୍ରକେ ନିର୍ଦ୍ଦେଶ ଦେଇଛନ୍ । ଆରୁ ଇ ସବୁ ବିବାଦର ସମାଧାନ୍ ଲାଗି ଗୁଟେ କମିଟି ଗଠନ୍ କରିଛନ୍ । ହେଲେ ଚାଷୀ ଇହାଦେ ଭିଲ୍ ନିଜର ଜିଦ୍‌ନେ ରହିଛନ୍ ଆରୁ କୋର୍ଟକଁର କଥାନେ ସହମତି ଦେବାର ଲାଗି ମନା କରିଦେଇଛନ୍ ।

ସ୍ଥଗିତ ନାଇଁ କରିକି ପୂରା ଆଇନ୍‌କେ ହଟାବାର ଲାଗି ଚାଷୀ ସଂଗଠନ୍ ଆଡୁ କୁହାଯାଇଛେ । ଭାରତୀୟ କିଷୋନ ସଂଘ କହିଛେ ଯେ କୋର୍ଟକଁର ଆରୁ ଗଠିତ୍ କମିଟିନେ ଥିବାର ସବୁ ସଦସ୍ୟ କୃଷି ଆଇନର ସମର୍ଥକ୍ । ଆରୁ ଇ ଆନ୍ଦୋଳନ୍ ଇହାଦେ ନାଁ ହଟେ ଯେତେବେଲ ତକ୍ ତିନି କୃଷି ଆଇନ୍ ନାଇଁ ହଟାଯାଇ । ସେଆଡେ ଏମଏସପି ପ୍ରସଙ୍ଗନେ ଭିଲ୍ ଚାଷୀ ସଂଗଠନ୍‌ନ୍ଥା ଉଠେଇଛନ୍‌, କୋର୍ଟ ଇତାକେ ନେଇକରି ଯେନ୍ ରାୟ ଶୁନେଇଛନ୍ ସେଟା ନୂଆଁ କୃଷି ଆଇନ୍ ସମର୍ଥନନେ ରହିଛେ । ଇହାଦେ ଭିଲ୍ ଜିଦ୍‌ନେ ଥିବାର ଚାଷୀ ଆନ୍ଦୋଲନନେ ବସିରିଛନ୍ ।

Leave A Reply

Your email address will not be published.