ରାଜ୍ୟନେ ବଢୁଛନ୍ କେନ୍ସର ରୁଗୀ

ଫି ବଛର୍ ୫୦ ହଜାର କେନ୍ସର ରୁଗୀ ହେଉଛନ୍ ଚିହ୍ନଟ୍‌

0

ରାଜ୍ୟନେ କେନ୍ସର ବେମାରର ହାର୍ ବଢତେଲ୍ ଯଉଛେ । ଫି ବଛର୍ ୩୫ନୁ ୫୦ ହଜାର ନୂଆଁ କେନ୍ସର ରୁଗି ଚିହ୍ନଟ୍ ହେଉଛନ୍ । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରନେ ଖାଲି ୩୫ନୁ ୩୬ ହଜାର ରୁଗୀ ଚିହ୍ନଟ ହେଇଥିବାର ବେଲକେ ରାଜ୍ୟର ଦୁଶରା କେନ୍ସର ହସ୍ପିଟାଲ ମାନକେ ଇ ସଂଖ୍ୟା ୫୦ ହଜାରନୁ ଅଏତକା ରହିଛେ । ଫି ବଛର ଯେତକି ରୁଗୀ ଚିହ୍ନଟ ହେଉଛନ୍ ଇମାନକଁର ଭିତରୁ ଏକ ତୃତୀୟାଂଶ ରୁଗୀକଁର ଜୀବନ୍ ଭିଲ୍ ଟଉଛେ । ଆଉ ବାକି ରୁଗୀକଁର ଚିକିତ୍ସା କରାଯାଉଛେ । ରାଜ୍ୟନେ ଇହାଦେ ଦେଖବାକେ ଗଲେ ପାଖାପାଖି ଦେଢଲାଖ୍ କେନ୍ସର ସର୍ଭାଇଭର୍ ରହିଛନ୍ ।

ରାଜ୍ୟରେ ଯେତକି ଭିଲ୍ କେନ୍ସର ରୁଗୀ ଚିହ୍ନଟ ହେଉଛନ୍ ଅଏତକା ମୁହୁଁ କେନ୍ସରନେ ପୀଡିତ ରହିଛନ୍ । ପାନ୍‌, ଗୁଟଖା, ତମ୍ବାକୁ ଖାଏବାର ଲାଗି ପ୍ରାୟ ଲୁକକଁରନେ ମୁହୁଁନେ କେନ୍ସର ହେଉଥିବାର ଦେଖବାକେ ମିଲୁଛେ । ସରକାରୀ ଆରୁ ବେସରକାରୀ ଡାକ୍ତରଖାନା ସବୁ ରାଜ୍ୟନେ ରହିଥିବାର ବେଲକେ ଇଠାନେ କେମୋ ସେବା ଭିଲ୍ ଦିଆଯାଉଛେ । ସରକାର ସବୁ ଜିଲ୍ଲା ଡାକ୍ତରଖାନା ବାଦ୍ କେପିଟାଲ୍ ହସ୍ପିଟାଲ ଆରୁ ଆରଜିଏଚ୍ ରାଉରକେଲାନେ ଡେ କେୟାରର ସୁବିଧା ଭିଲ ୍ ଯୁଗେଇ ଦିଆଯାଉଛେ ।

Leave A Reply

Your email address will not be published.