ଖରିଫ୍ ଧାନ୍ ଘିନା ଲାଗି ପ୍ରସ୍ତୁତି

ଆଏବାର ୯ ତାରିଖନୁ ବରଗଡ଼ନେ ମୁଲ୍ ହେବା ଧାନ୍ ଘିନା

0

ଖରିଫ୍ ଧାନ୍ ଘିନା ନେଇକରି ମୁଲ ହେଇଛେ ପ୍ରସ୍ତୁତ୍ । ବରଗଡ଼ ଜିଲ୍ଲାନେ ଆଏବାର ୯ ତାରିଖନୁ ଧାନ୍ ଘିନା ମୂଲ ହେବାର ନେଇକରି ଜନାପଡିଛେ । ଇ ବଛର ଧାନ୍ ଘିନାନେ ଯେନ୍ତା କେନସି ଅସବିଧା ନାଇଁ ହୁଏ ସେ ନେଇକରି ବୈଠକ କରାଯାଇକରି ଆଲୋଚନା କରାଯାଇଛେ । ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନକଁର ଭାରନେ ଆଲୋଚନା କରାଯାଇଥିବାର ବେଲକେ ଇଥରେ ସାଂସଦ ସୁରେଶ ପୁଝାରୀ, ଅତାବିରା ବିଧାୟିକା ସେନାଂହାଙ୍ଗିନୀ ଛୁରୀଆ , ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟକଁର ସାଙ୍ଗେ ଚାଷୀ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଧାନ୍‌ର ମାନ୍‌ନୁ ନେଇକରି ଧାନ ବିକ୍ରି ସମିଆଁନେ ହେଉଥିବାର ଦୁଶରା ସବୁ ସମସ୍ୟା ବାବଦେ ଆଲୋଚନା କରାଯାଇଥିଲା ।

ମଣ୍ଡି ଅବେବସ୍ଥା ଆରୁ ଟୋକନ୍ ସମସ୍ୟା ନେଇକରି ଅଧିକାରୀକଁର ଉପରେ ବରଷିଥିଲେ ଚାଷୀ ପ୍ରତିନିଧି । ଚାଷୀମାନକଁର ପାଶେ ଧାନ୍ ଥିବାର ବେଲକେ ଟୋକନ୍ ହିସାବେ ଧାନ୍ ଘିନବାର ସମିଆଁ ଶେଷ ହେଇଯାଉଛେ । ସେଆଡେ ଆଉଥରେ ଯେନ୍ତା ଟୋକନ୍ ଲାଗୁ କରାଯାଇପାରବା ସେ ଉପରେ ଧ୍ୟାନ୍ ଦିଆଯିବା ବଲି କହିଛନ୍ ଜିଲ୍ଲାପାଲ । ଇ ବଛର ୫୮ଟା ପେକ୍ସ, ୧୪ଟା ମହିଲା ସ୍ୱଂୟ ସହାୟକ ଗୋଷ୍ଠୀ ଆଡୁ ଧାନ୍ ଘିନାଯାଇପାରବା । ଧାନ୍ ଘିନା ନେଇକରି ୧,୩୩,୦୯୪ ଝନ୍ ଚାଷୀ ପଂଜିକୃତ୍ ହେଇଛନ୍ । ଧାନ୍ କ୍ୱିଇଣ୍ଟାଲ୍ ପିଛା ୧୮୬୮ ଟଙ୍କା ଆରୁ ଗ୍ରେଡ୍ ‘ଏ’ ଜଳରୟ ୧୮୮୮ ଟଙ୍କାନେ ଘିନାଯିବା । ସଖାଲର ୭ ବଜାନୁ ଦିନର ୧୨ ବଜା ତକ୍ ମଣ୍ଡିକେ ଧାନ୍ ଆସବା । ଇହାଦେ ଭିଲ୍ ଟୋକନ୍ ବେବସ୍ଥାକେ ନେଇକରି ଚାଷୀକଁର ଭିତରେ ରିସମୀ ରହିଛେ ।

Leave A Reply

Your email address will not be published.