ସିନେଟ୍ନେ ନିର୍ଣ୍ଣୟ ହେବା ଟ୍ରମ୍ପକଁର ଭାଗ୍ୟ
ନିମ୍ନ ସଦନନେ ମହାଭିଯୋଗ ପ୍ରସ୍ତାବ ଆଗତ ଉତାରୁ ସିନେଟ୍ନେ ହେବା ଟ୍ରମ୍ପକଁର
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକଁର ବିରୋଧନେ ସଂସଦର ସର୍ବ ନିମ୍ନ ସଦନନେ ବିରୋଧୀ ଡେମୋକ୍ରାଟ୍ ଦଲ୍ ଆଡୁ ଆଗତ ହେଇଥିବାର ମହାଅଭିଯୋଗ ପ୍ରସ୍ତାବ ଲାଗି ଗଲାକାଲି ୨୩୨ ଭୋଟ୍ ପାରିତ ହେଇଯାଇଛେ । କ୍ୟାପିଟଲ୍ନେ ଟ୍ରମ୍ପକଁର ସମର୍ଥକ୍ କରିଥିବା ଦଙ୍ଗାନେ ତାକୁଁ ଦାୟୀ କରାଯାଇଛେ । ନିଜର ସମର୍ଥକକୁଁ ଉସକେଇକରି ଏନ୍ତା କାଣ୍ଡ କରେଇଥିବାର ଅଭିଯୋଗ ହେଲା ଉତାରୁ ତାକଁର ବିରୋଧନେ ମହାଅଭିଯୋଗ ପ୍ରସ୍ତାବ ଆଗତ୍ କରବାର ଲାଗି ନିଷ୍ପତ୍ତି ନିଆଯାଇଥିଲା । ଆରୁ ଇ ନିଷ୍ପତ୍ତି ସପକ୍ଷନେ ବହୁତ୍ ସଦସ୍ୟ ଆସିଥିଲେ ଏନ୍ତାକି ରିପବ୍ଲିକାନ୍ ଦଲର ସଦସ୍ୟକଁର ସହମତି ଭିଲ୍ ମିଲିଥିଲା । ସେଆଡେ ନିମ୍ନ ସଦନନେ ଦୋଷୀ ସାବ୍ୟସ୍ତ ହେଲା ଉତାରୁ ସିନେଟ୍ନେ ଇହାଦେ ଟ୍ରମ୍ପକଁର ରାଜନୈତିକ୍ ଭାଗ୍ୟ ନିର୍ଣ୍ଣୟ କରାଯିବା ।
ସଂସଦର ନିମ୍ନ ସଦନନେ ଖାଲି ରାଷ୍ଟ୍ରପତିକଁର ବିରୁଧନେ ମହାଅଭିଯୋଗ ପ୍ରସ୍ତାବ ଆଗତ ହେଇପାରବାର ନିୟମ୍ ରହିଛେ । ଇତାର ଉତାରୁ ବାକି ନିର୍ଣ୍ଣୟ ଉଚ୍ଚ ସଦନ ବା ସିନେଟ୍ନେ ହିଁ ନିର୍ଣ୍ଣୟ କରାଯିବା । ଇଥିର ଲାଗି ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଜରୁରୀ । ଭୋଟ୍ ସମିଆଁନେ ଯଦି ଶହେ ଜନ୍ ଯାକ ସିନେଟନେ ଉପସ୍ଥିତ ରହେବେ ତାହାଲେ ଦଲୀୟ ସ୍ଥିତି ହିସାବନେ ରିପବ୍ଲିକାନ୍ ଦଲର ୧୭ ଜନ୍ ସଦସ୍ୟ ଡେମୋକ୍ରାଟିକ୍ ମାନକୁଁ ସମର୍ଥନ୍ କରବାକେ ପଡବା । ସେଆଡେ ସିନେଟ୍ର ସଦସ୍ୟ ମାନେ ଫିରଲା ଉତାରୁ ଯାଇକରି ଭୋଟ୍ ନିଆଯିବା । ଆଏବାର ଜାନୁଆରୀ ୨୦ ତାରିଖ ନେ ଟ୍ରମ୍ପ ନିଜର କ୍ଷମତା ହସ୍ତାନ୍ତର କରିସାରଲା ଉତାରୁ ହିଁ ସମ୍ଭବ ବଲି ରିପବ୍ଲିକାନ୍ ଦଲର ନେଦତା ମିଚ୍ ମ୍ୟାକକୋନେଲ୍ କହିଛନ୍ । ସିନେଟ୍ ଅଧିବେଶନନେ ନୂଆଁକରି ନିର୍ବାଚିତ୍ ଉପରାଷ୍ଟ୍ରପତି କମଳା ହାରିସ୍ ଅଧ୍ୟକ୍ଷତା କରବାର ନେଇକରି ଜନାପଡିଛେ ।