ଇଥର ପରୀକ୍ଷା କେନ୍ତା ଦେବେ ପିଲା ?

0

କରୋନା ଲାଗି ବନେ ଦିନ୍‌ୁ ବନ୍ଦ ଅଛେ ସ୍କୁଲ, କଲେଜ ସବୁ । ଛୁଆକଁର୍ ସୁରକ୍ଷାକେ ନଜରଥି ରଖି ଏନ୍ତା ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏବେ ବଡ ପ୍ରଶ୍ନ ଉଠିଛେ ଯେ ଆଗକେ ପରୀକ୍ଷା କେନ୍ତା ହେବା । କ୍ଲାସରୁମରେ ପଢେଇକରି ସବୁ ସିଲାବସ ସାରିକରି ପରୀକ୍ଷା ହେବା ନା ଅନଲାଇନ୍ ପାଠପଢାକେ ଏକା ଦେଖିକରି କରି ପରୀକ୍ଷା ସେ ହିସାବେ କରାଯିବା । ଯଦି କ୍ଲାସ ମାନକୁଁ ପାଠ ପଢାଯିବା, ବଏଲେ କେନ୍ତା ହିସାବେ ପାଠ ପଢାଯିବା, ସେନେଇ ବି ପ୍ରଶ୍ନ ଉଠିଛେ । ପିଲାକଁର୍ କ୍ୟାରିୟରରେ ଦଶମ ଆର୍ ପ୍ଲସ ଟୁ ଦୁଇଟା ଯାକ ଜରୁରୀ ହେଇଥିବାର୍ ବେଲକେ ସେଟା ବି କେନ୍ତା ହିସାବେ ପରୀକ୍ଷା କରାଯିବା , ସେ ବାବଦେ କିଛି ଜନା ନାଇଁ ପଡବାର୍ । କେଭେ ହେବା ପରୀକ୍ଷା ସେନେଇ ବି କିଛି ଜନା ନାଇଁ ପଡବାର୍ ତାଏଲ । କାରନ୍ ଯଦି ଗଲା ବର୍ଷ ମାନକୁଁ ଦେଖମା ଦଶମ ଆର୍ ପ୍ଲସ ଟୁ ଲାଗି ପରୀକ୍ଷା ତାରିଖ ଆର୍ ଫର୍ମ ପୂରନ୍ ଏନ୍ତା ବେଲକେ ହେଇ ସାରିଥିସି । ହେଲେ ଇ ବର୍ଷ କିଛି ବି ନାଇଁ ହେବାର୍ ଏବେ ତକ୍ । କେଭେ ହେବା ସେନେଇ ବି କିଛି ଜନା ନାଇଁ ପଡବାର୍ । ତାର ଛଡା ବୈଷୟିକ୍ ଶିକ୍ଷାନେ ବି ସମାନ ଅବାଦବା ଲାଗିରହିଛେ ।

 

ଡିସେମ୍ବର ମାସେ ସେମିଷ୍ଟାର ପରୀକ୍ଷା ମାନେ ହେଇଥିସି । ହେଲେ ଇଥର ବିଲକୁଲ କ୍ଲାସ ରୁମନେ ପାଠ ପଢା ହେଇ ନାଇଁ । ତ ଇନେ ବି କେନ୍ତା ପରୀକ୍ଷା ହେବା ତାକେ ନେଇ ବି ଚିନ୍ତାନେ ପିଲା ଅଛନ୍ । ସବୁଆଡେ ଯଦି ଦେଖମା ସ୍କୁଲ ହେଉ କଲେଜ ହେଉ ସବୁଆଡେ ଅନଲାଇନନେ କ୍ଲାସ ମାନେ ହେଉଛେ । ଏନ୍ତାଥି ଯେନ୍ ମାନେ ସୁବିଧା ପାଉଛନ୍ ସେମାନେ ଅନଲାଇନ୍ କ୍ଲାସ କରିପାରୁଛନ୍ । ହେଲେ ବହୁତଟେ ଏନ୍ତା ଛୁଆ ଅଛନ୍ ସେମାନେ କରି ନାଇଁ ପାରବାର୍ । କାରନ୍ ନେଟୱର୍ର୍କ ଅସୁବିଧା । ଖାସ କରି ଗାଁ ମାନକୁଁ ବନେ ଅସୁବିଧାନେ ପଡୁଛନ୍ ପିଲା ଆର୍ ଏନ୍ତା ବି ଗାଁ ମାନେ ଅଛେ ଯେନେ କି ବିଲକୁଲ ବି ପଢି ନାଇଁ ପାରବାର୍ ପିଲା । ତ ସେମାନେ କେନ୍ତା ପରୀକ୍ଷା ଦେବେ ସେଟା ବି ଗୁଟେ ପ୍ରଶ୍ନ ଉଠିଛେ । ଯେନଥିରଲାଗି ଛୁଆ ମାନକଁରନୁ ନେଇ ତାକଁର୍ ଘରର ଲୋକ୍ ବି ଚିନ୍ତାନେ ପଡିଛନ୍ । ଆର ଆଗକେ ଯଦି ପରୀକ୍ଷା ହେବା ବଏଲେ ଇମାନେ ବନେ ଅସୁବିଧାନେ ପଡିଯିବେ । ଯଦି ଅନଲାଇନ୍ ପାଠ ପଢାକେ ଦେଖିକରି ପରୀକ୍ଷା କରାଯିବା ବଏଲେ ସିଲାବସ୍ ସବୁ ଜାଗାନେ ସରିପାରିଛେ କାଏଁ । ସିଲାବସ୍ ସରି ନାଇଁ ପାରିିଥିଲେ ସେଟା ଆର ଗୁଟେ ଅସୁବିଧା । ଗାଁ ମାନକେ ଯେନ୍ ପିଲା ମାନେ ଅଛନ୍ ଯେନ୍ ମାନେ ଅନଲାଇନ୍ କ୍ଲାସ ବି କରି ନାଇଁ ପାରବାର୍‌, ଆର କ୍ଲାସ ରୁମ୍ ପଢା ତ ହେନ୍ତା ଏକା ବନ୍ଦ, ସେମାନେ କେନ୍ତା ପରୀକ୍ଷା ଦେବେ ।

 

ଆର୍ ଗୁଟେ ବି ଇନ ପ୍ରଶ୍ନ ଉଠୁଛେ ଯେ ଅନଲାଇନ୍ ପାଠ ପଢାକେ ନେଇ ପରୀକ୍ଷା କରବାରଟା ସମ୍ଭବ ଆଏ କାଏଁ । ଏତେ ସବୁ ଗୁନ୍ଦଲିଆ ପରିସ୍ଥିତି ଭିତରେ ପିଲା ମାନେ ହେଉନ କି ତାକଁର ବାପା ମାଁ ସଭେ ଚିନ୍ତାନେ ପଡିଛନ୍‌,କାରନ୍ କାହାକେ କିଛି ସଠିକ୍ ହିସାବେ ଜନା ନାଇଁ ପଡବାର୍ । ଇଟା ତ ଗଲା ଗଣଶିକ୍ଷା, ଉଚ୍ଚଶିକ୍ଷା ଆର୍ ବୈଷୟିକ୍ ବିଭାଗ କଥା । ଆଏବାର୍ ବର୍ଷ ଲାଗି ଯେନ୍ ମାନେ ପ୍ରବେଶିକା ପରୀକ୍ଷା ଲାଗି ନିଜର ପ୍ରସ୍ତୁତି ଚଲେଇଛନ୍‌, ସେଟା କେନ୍ ହିସାବେ ହେବା, ସେଟା ବି ଜନା ନାଇଁ । ସେଆଡେ କିନ୍ତୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଟୁଇଟ କରି ଜନେଇଛନ୍ ଯେ ଆଏବାର୍ କାଲକେ ଦିନର ୧୦ ବଜେ ପ୍ରବେଶିକା ପରୀକ୍ଷା ଆର୍ ବୋର୍ଡ ପରୀକ୍ଷାକେ ନେଇ ଗୁଟେ ୱେବିନାର କରି ସେନେ କଥା ହେବେ । ସେ ଯାହା ବି ହେଉ ଇ ସବୁ ଏତକିଟେ ପ୍ରଶ୍ନ ଭିତରେ ବନେ ଅବାଦବା ଭିତରେ ଅଛନ୍ ପିଲା ମାନେ ।

Leave A Reply

Your email address will not be published.