ଟ୍ରମ୍ପକଁର ବିରୋଧନେ ମହାଅଭିଯୋଗ ପ୍ରସ୍ତାବ ଗୃହୀତ

କାର୍ଯ୍ୟକାଲ ଶେଷ ହେବାର ସମିଆଁନେ ମହାଅଭିଯୋଗ ପ୍ରସ୍ତାବର ସାମ୍ନା କରବାରନେ ଟ୍ରମ୍ପ ପହେଲା ରାଷ୍ଟ୍ରପତି

0

ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପକଁର ବିରୋଧନେ ମହାଅଭିଯୋଗ ପ୍ରସ୍ତାବ ସଂସଦର ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍‌ରେ ଗୃହୀତ ହେଇଛେ । ୧୦ ଘଣ୍ଟା ଯୁକ୍ତିତର୍କ ହେଲା ଉତାରୁ ଭୋଟ୍ କରାଯାଇକରି ମହାଅଭିଯୋଗ ପ୍ରସ୍ତାବ ସପକ୍ଷନେ ୨୩୧ ଜନ୍ ସାଂସଦ ଭୋଟ୍ ଦେଇଥିବାର ବେଲକେ ପ୍ରସ୍ତାବ ବିରୋଧନେ ୧୯୭ ସାଂସଦ ଭୋଟ୍ ଦେଇଥିଲେ । ଆରୁ କିଛି ଦିନ୍ ଉତାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକଁର କାର୍ଯ୍ୟକାଲ୍ ଶେଷ୍ ହେବାକେ ଯାଉଥିବାର ବେଲକେ ତାକଁର ନାଁନେ ମହାଅଭିଯୋଗ ପ୍ରସ୍ତାବ ଦିଆଯାଇଛେ । ଏନ୍ତା ଘଟନାନେ ଟ୍ରମ୍ପ ପହେଲା ରାଷ୍ଟ୍ରପତି । ସଂଖ୍ୟାଗରିଷ୍ଠ ଡେମୋକ୍ରେଟ୍ ଦଲ୍ ଆଡୁ ଟ୍ରମ୍ପକଁର ବିରୋଧନେ ଆଗତ ମହାଅଭିଯୋଗ ପ୍ରସ୍ତାବକେ ୧୦ ଜନ୍ ରିପବ୍ଲିକାନ୍ ସଦସ୍ୟ ଭିଲ୍ ସମର୍ଥନ କରିଛନ୍ ।

ଯେନଟାକି ଟ୍ରମ୍ପ ଆରୁ ତାକଁର ଦଲ୍ ଲାଗି ବଡ୍ ଝଟକା ଆଏ । ଟ୍ରମ୍ପ ସମର୍ଥକ୍ କ୍ୟାପିଟଲ୍‌ନେ ଭିତରକେ ଢୁକିକିନା ଦଙ୍ଗା କରିଥିବାର ଘଟନାନେ ଟ୍ରମ୍ପ୍ ହିଁ ଦାୟୀ ବଲି ଅଭିଯୋଗ୍ ହେଇଥିଲା । ଟ୍ରମ୍ପକଁର ବିରୋଧନେ ମହାଅଭିଯୋଗ ପ୍ରସ୍ତାବ ଆନବାର ପ୍ରସଙ୍ଗନେ ବହୁତ୍ ରିପବ୍ଲିକାନ୍ ସାଂସଦ ବିରୋଧ କରିଥିଲେ । କାର୍ଯ୍ୟକାଲ୍ ସରିଆସୁଥିବାର ଜନେ ରାଷ୍ଟ୍ରପତିକଁର ନାଁନେ ଏନ୍ତା ପ୍ରସ୍ତାବ ଆନବାର ଠିକ୍ ନୁହେଁ ଆରୁ ଇଟା ଅପ୍ରାସଙ୍ଗିକ୍ । ସେଆଡେ ବାଚସ୍ପତି ନାନ୍‌ସି ପେଲୋସି ଇତାର ଜବାବନେ କହିଥିଲେ ଯେ ଆମେରିକା ଲାଗି ଟ୍ରମ୍ପକଁର କାମ୍ କଳଙ୍କ ଆନିଛେ ଆରୁ ଦେଶର ଗଣତନ୍ତ୍ରକେ ବିପଦନେ ପକେଇଛେ ।

Leave A Reply

Your email address will not be published.