ନିୟମ୍ ନାଇଁ ମାନଲେ ଲକଡାଉନ୍‌!

କରୋନା ନିୟମ୍ ମାନବାର ଲାଗି ଚେତାଲେ ମୁଖ୍ୟମନ୍ତ୍ରୀ, ଦୁଇ ନମ୍ବର ଲହର ବଢେଇପାରେ ବିପଦ୍‌

0

ଗଲା ବଛର କରୋନା ଲାଗି ଖାଲି ଦେଶ ନାଇଁସେ ପୂରା ବିଶ୍ୱ ଚିନ୍ତାନେ ରହିଥିଲା । ବେମାର ଧୀରେ ଧୀରେ ବଢବାରନେ ଲାଗିଥିଲା ଆରୁ ଇଥରେ ବହୁତ୍ ଲୋକ୍‌କଁର ଜୀବନ୍ ଭିଲ୍ ଯାଇଥିଲା । ଅଦୃଶ୍ୟ ବେମାରର କେନସି ଟିକା ସେତେବେଲେ ନାଇଁଥାଇ ଆରୁ ଇ ମହାମାରୀଟା ଚାପି ଚାପି ଚାଲିଥିଲା । କରୋନା ମୁକାବିଲା ଲାଗି କେନ୍ଦ୍ରନୁ ନେଇକରି ସବୁ ରାଜ୍ୟର ରାଜ୍ୟ ସରକାରମାନେ ଚିନ୍ତାନେ ଥିଲେ । ଲକ୍‌ଡାଉନ୍‌, ସଟଡାଉନ୍ ହେଲା ଆର ଲୋକ୍ ରୋଜଗାର ଭିଲ୍ ହରେଇଥିଲେ । ଇ ସବୁ କଥାକେ ଇହାଦେ ବଛରେ ପୂରିଛେ ହେଲେ ଫେର୍ ସମାନ୍ ଡର୍ ଦେଖବାର ଲାଗି ମିଲଲାନ୍ । ଫେର୍ କରୋନା ଫିରିଛେ, ଇତାର ଦୁଇ ନମ୍ବର ଲହର ଇହାଦେ ଦେଖବାର ଲାଗି ମିଲିଛେ । ଓଡ଼ିଶାନେ ସ୍ଥିତି ଆଘୋନୁ ଠିକ୍ ଠାକ୍ ରହିଥିଲା, ହେଲେ ଇହାଦେ କରୋନା ପଜିଟିଭକଁର ସଂଖ୍ୟା ଭିନ୍ ଭିନ୍ ଜିଲ୍ଲାନେ ବଢୁଥିବାର ଜନାପଡିଛେ । ଆର ଇ ସବୁ ଭିତରେ ନାଇଟ୍ କଫ୍ରୁ୍ୟ ଭିଲ୍ ଫିରିଛେ ।
ରାଜ୍ୟନେ କରୋନା ଫେର୍ ଉପର ମୁହାଁ ହେଇଛେ । ଫି ଦିନ୍ ନୂଆଁ ନୂଆଁ ପଜିଟିଭ୍ ଚିହ୍ନଟ୍ ହେଉଛନ୍ । ବେଶୀକରି ଟ୍ୱିନ୍ ସିଟିନୁ ଅଏତକା ଆକ୍ରାନ୍ତ ବାହାରୁଥିବାର ଦେଖବାର ଲାଗି ମିଲିଛେ । ଜାଭିୟର ମ୍ୟାନେଜମେଣ୍ଟ୍‌ନୁ ଏକାଥରେ ୨୮ ଜନ୍ ପଜିଟିଭ୍ ସଂକ୍ରମିତ୍ ହେଲା ଉତାରୁ ଭୁବନେଶ୍ୱର କରୋନା ହଟସ୍ପଟ୍ ହେବାର ଡର୍ ରହିଛେ । ସେଆଡେ ମାଲକାନଗିରି ଜିଲ୍ଲାନେ ଆଏଜଠାନୁ ନାଇଟ୍ କଫ୍ରୁ୍ୟ ଜାରି କରାଯାଉଥିବାର ବେଲକେ ରାଜ୍ୟକେ ଫେର୍ ଫିରିଛେ ରାତିନେ ଲାଗୁଥିବାର କଟକନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସ୍ଥିତି ନେଇକରି ଆଏଜ୍ ସବୁ ଜିଲ୍ଲାର ଜିଲ୍ଲାପାଳ ଆରୁ ଅଧିକାରୀକଁର ସାଙ୍ଗେ ବୈଠକ୍ କରିଛନ୍ । ସବୁ ଜିଲ୍ଲାର କରୋନା ସ୍ଥିତି ସମୀକ୍ଷା କରିଛନ୍ ମୁଖ୍ୟମନ୍ତ୍ରୀ । ସେ କହିଛନ୍ ଇହାଦେ କରୋନା ସ୍ଥିତି ଫେର୍ ବିଗିଡିବାରନେ ଲାଗିଛେ । ଲୋକ୍ ମାନେ ଯଦି ଇହାଦେନୁ ସଚେତନ୍ ନାଇଁ ହେବେ ବେଲେ ଆଗକେ ଲକଡାଉନ୍ ସ୍ଥିତି ଆସିପାରେ । ଆର ଇହାଦେ ଫେର ଗୁଟେ ଲକଡାଉନ୍ ବହୁତ୍ ଖରାପ୍ ହେଇପାରେ । କରୋନା ନିୟମ୍ ଠିକ୍ ସେ ମାନିକରି ରହେଲେ କରୋନା ସଂକ୍ରମଣକେ ଅଟକାଯାଇପାରବା । କରୋନାକେ ବଛରେ ପୂରିଥିବାର କଥା କହେବାର ସାଙ୍ଗେ ଡାକ୍ତର, ପାରାମେଡିକ୍ , ଆଗାଡେ ଥିବାର ସବୁ କରୋନା ଯୋଦ୍ଧା, ପ୍ରଶାସନ,ପଂଚାୟତ ପ୍ରତିନିଧି ଆରୁ ପୁଲିସ ବିଭାଗର ସବୁ ସଦସ୍ୟକଁର କାମ୍‌କେ ପ୍ରଂଶସା କରିଛନ୍ । ସବୁ ଜିଲ୍ଲାର ଲୋକମାନକୁଁ ସଚେତନ୍ କରବାର ଲାଗି ଭିନ୍ ଭିନ୍ କାର୍ଯ୍ୟକ୍ରମ୍ ହାତକେ ନେବାର ଲାଗି କହିଛନ୍ ।

କେନସି ବଜାର ହେଉ କି ଦୁଶରା ଜାଗା ମାନକେ ଯେନ୍ତା ଲୋକ୍ ଭିଡ୍ ଭାଡ୍ ନାଇଁ କରବେ ତାର ଉପରେ ନଜର ରଖବାର ଲାଗି କହିଛନ୍ ମୁଖ୍ୟମନ୍ତ୍ରୀ । ଗଲା କିଛି ହେଲା ରାଜ୍ୟର ଭିନ୍ ଭିନ୍ ଜିଲ୍ଲା କୋଭିଡ୍ ପଜିଟିଭ୍‌କଁର ସଂଖ୍ୟା ବଢି ବଢି ଚାଲିଥିବାର ବେଲକେ ରାଜ୍ୟର ସୁନ୍ଦରଗଡ଼, ମୟୂରଭଞ୍ଜ, କଟକ, ଆରୁ ଖୋର୍ଦ୍ଧା ଜିଲ୍ଲାନୁ ୪୦ ପ୍ରତିଶତ୍ ପଜିଟିଭ୍ ଚିହ୍ନଟ ହେଇଛନ୍ । ସେଆଡେ ଷ୍ଟେସନ୍‌, ବିମାନବନ୍ଦର, ମାନକେଁ ବାହାରୁ ଆସୁଥିବାର ଯାତ୍ରୀକଁର ଉପରେ କଡା ନଜର ରଖାଯିବାର ଲାଗି ନିର୍ଦ୍ଦେଶ ଦେଇଛନ୍ ମୁଖ୍ୟମନ୍ତ୍ରୀ । ଠିକ୍ ହିସାବେ କୋଭିଡ୍ ନିୟମ ପାଲନ କରାଯାଉଛେ କି ନାଇଁ ସେସବୁ ଉପଲ୍ନେଜର ରଖବାର ଲାଗି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଆରୁ ଏସପି ମାନକୁଁ ନିର୍ଦ୍ଦେଶ ଦେଇଛନ୍ । ପରିସ୍ଥିତି ବାବଦନେ ଫିଦିନ୍ ମୁଖ୍ୟ ଶାସନ ସଚିବ ସମୀକ୍ଷା କରବେ ଇତାର ସାଙ୍ଗେ ମାସ୍କ ବେଭହାର କଡାକଡି କରାଯିବା । ସର୍ଭିଲାନ୍ସ ଆରୁ ଟେଷ୍ଟିଂ ବଢାବାର ଲାଗି ମୁଖ୍ୟମନ୍ତ୍ରୀ କହିଛନ୍ ।

ଇତାର ଆଘୋନୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲ୍ଲାପାଳକଁର ସାଙ୍ଗେ ଭର୍ଚୁଆଲ ମାଧ୍ୟମନେ ଆଲୋଚନା କରିଥିଲେ ଆରୁ ସତର୍କ ରହେବାର ଲାଗି କହିଥିଲେ । ଗଲା ବଛର ଯେନ୍ତା ଆଶା, ଅଙ୍ଗନୱାଡି କର୍ମୀ ମାନକୁଁ ଦାୟିତ୍ୱ ଦିଆଯାଇଥିଲା ଫେର୍ ଇଥର ଦିଆଯିବା । ଟେଷ୍ଟିଂ ଆରୁ ଟ୍ରାକିଂ ଉପରେ ଇହାଦେ ଅଏତକା ଗୁରୁତ୍ୱ ଦିଆଯିବାର ନେଇକରି ନିଷ୍ପତ୍ତି ନିଆଯାଇଛେ ।

Leave A Reply

Your email address will not be published.