କଳାହାଣ୍ଡିକେ ୨୦୮୫ କୋଟି ଟଙ୍କାର ଭେଟି

ବୃହତ୍ ଉଠାଜଳସେଚନ୍ ପ୍ରକଳ୍ପର ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

କଳାହାଣ୍ଡିନେ ବୃହତ୍ ଇନ୍ଦ୍ରାବତୀ ଉଠାଜଳସେଚନ୍ ପ୍ରକଳ୍ପର ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୮୫ କୋଟି ଟଙ୍କାର ଇ ପ୍ରକଳ୍ପ ଆଡୁ ଉଠାଜଳସେଚନ୍ ସୁବିଧା ଯୋଗେଇ ଦିଆଯାଇଛେ ଜିଲ୍ଲାବାସୀକୁଁ । ୨୦୧୫ ମସିହାନେ ଆରମ୍ଭ ହେଇଥିବାର ଇ ପ୍ରକଳ୍ପ ଗଲା ବଛର୍ ସେପ୍ଟେମ୍ବର ମାସେ ଶେଷ୍ ହେଇଛେ । ଇଥରେ ୯୮୬ କୋଟି ୭୧ ଲାଖ୍ ଟଙ୍କା ଖର୍ଚ୍ଚା ହେଇଛେ । ଇଆଡୁ ଜୟପାଟଣା, କୋକସରା ଆରୁ ଧର୍ମଗଡ଼ର ୨୫୨୭୪.୯୪ ଏକଡ୍ ଜମିକେ ପାଏନ୍ ମଡାଯାଇପାରବା । ଇଆଡୁ ୩୯ଟା ପଂଚାୟତ୍‌ର ୫୦ ହଜାର ୪୦୬ ଲୋକ୍ ଉପକୃତ୍ ହେବେ । ଇତାର ସାଙ୍ଗେ ୩୦.୫ ମିଟର ଜାଗାକେ କେନାଲ ଆଡୁ ପାଏନ୍ ଯୁଗେଇଦିଆଯିବା । ମୁଖ୍ୟମନ୍ତ୍ରୀ ଆଏଜ୍ ଜିଲ୍ଲାର ସାଲେଭଟା ବୃହତ୍ ଉଠା ଜଳସେଚନ୍ ପ୍ରକଳ୍ପ, ଚମ୍ପାଦେଇପୁର ବୃହତ୍ ଉଠାଜଳସେଚନ ପ୍ରକଳ୍ପ, ଗୋପୀନାଥପୁର ବୃହତ୍ ଉଠାଜଳସେଚନ ପ୍ରକଳ୍ପ, ଟେରାଙ୍ଗସିଲ୍ ବୃହତ୍ ଉଠାଜଳସେଚନ ପ୍ରକଳ୍ପ ଆରୁ ସାନ୍ଦୁଲ ଉଠାଜଳସେଚନ ପ୍ରକଳ୍ପର ଭିଲ୍ ଭିତ୍ତିପ୍ରସ୍ତର ସ୍ଥାପନ୍ କରିଛନ୍ । ୪ କୋଟି୪୩ ଲାଖ୍ ଟଙ୍କା ଖର୍ଚ୍ଚାନେ କାଶୀପୁର ୨୨୦-୩୩ କେଭି ଗ୍ରୀଡନୁ ଗୁଟେ ବିକଳ୍ପ ୩୩ କେଭି ଫିଡର୍ ଲାଇନ୍ ଥୁଆମୂଳ ରାମପୁରକେ ସଂଯୋଗ କରବା । ସେନ୍ତା ୫୨ କୋଟି ଟଙ୍କା ଖର୍ଚ୍ଚାନେ ୧୩୨-୩୩ କେଭି ଗ୍ରୀଡ୍ ସବଷ୍ଟେସନ୍ ଲେଖେଁ ଦୁଶରା ପ୍ରକଳ୍ପର ଭିଲ୍ ଶିଳାନ୍ୟାସ୍ କରିଛନ୍ ।

Leave A Reply

Your email address will not be published.