କରୋନା ସାଜଲା କାଲ୍‌, ପୁଓ ଉତାରୁ ଗଲା ବୁଆର ଜୀବନ୍‌

ବଲାଙ୍ଗିର ଆର ସମ୍ବଲପୁରନେ କରୋନା ଲାଗି ଦୁଖଦ୍ ଘଟନା

0

କରୋନା ଭାଇରସ୍ ଲାଗି ଇହାଦେ ପୁରା ବିଶ୍ୱ ଯୁଝୁଛେ । ଇହାଦେ ଭିଲ୍ ବେମାରୀ ବଢ୍‌ବାର ଡର ରହିଥିବାର ବେଲକେ ବଲାଙ୍ଗିରନୁ ଆସିଛେ ଗୁଟେ ଦୁଖଦ୍ ଖବର । କରୋନା ଭାଇରସ୍ ପହେଲା ପୁଓର ଜୀବନ୍ ଯାଇଥିବାର ବେଲକେ ଇହାଦେ ବୁଆର ଜୀବନ୍ ଭିଲ୍ ଯାଇଛେ । ବଲାଙ୍ଗିର ଜିଲ୍ଲାନୁ ଆସିଛେ ଏନ୍ତା ଖବର କରୋନା ପଜିଟିଭ୍ ଜାନଲା ବାଦ୍ ମେଡିକାଲନେ ଭର୍ତ୍ତି ହେଇଥିଲେ ଦୁହି ବାପ ପୁଓ । ହେଲେ ଇହାଦେ ଦୁହିକଁର ଜୀବନ୍ ନେଇଯାଇଛେ କରୋନା ।ଏନ୍ତା ଘଟନା ବାଦ୍ ବଲାଙ୍ଗିର କୋଶଲ ନଗର ଅଂଚଲନେ ଦୁଖ୍‌ର କଲାବାଦଲ୍ ଦେଖବାକେ ମିଲିଛେ । କୁଟୁମ୍‌ର ସଭେ କରୋନା ବେମାରନେ ପଡିଥିଲେ । ପହେଲା ପୁଓ ସନ୍ତୋଷକଁର ହାଲତ ବିଗଡିଥିଲା ଆର ପଛେ ତାକଁର ବାପା ଶୋଭାଚନ୍ଦ୍ରକଁର ଦିହି ବିଗଡିବାରନୁ ମେଡିକାଲନେ ଭର୍ତ୍ତି କରାଯାଇଥିଲା ।

ସେଆଡେ ସମ୍ବଲପୁର ଭୀମସାର ମେଡିକାଲନେ ଦେଖବାକେ ମିଲିଛେ ଗୁଟେ ଅକଥନୀୟ କଥା । ଝନେ ମହିଲା ମେଡିକାଲନେ ଚିକିତ୍ସିତ ହେଉଥିବାର ବେଲକେ କରୋନା ପଜିଟିଭ୍ ଚିହ୍ନଟ ହେଇଥିଲେ । ଆରୁ ମହିଲାକଁର କୁଟୁମ୍ ଲୁକେ ଇ ବାବଦେ ଜାନଲା ବାଦ୍ ତାକଁର ପାଶକେ କେହି ଭିଲ୍ ନାଇଁ ଆସଲେ କି ଦେଖରେଖ୍ ଭିଲ୍ ନାଇଁକଲେ । ଶେଷେ ମେଡିକାଲନେ ହିଁ ମହିଲାକଁର ଜୀବନ୍ ଯାଇଥିଲା ଆରୁ ମେଡିକାଲନେ ଇହାଦେ ତକ୍ ମହିଲାକଁର ମଲାଦେହଁ ପଡିରହିଛେ । କୁଟୁମ୍ ଲୋକ୍ ନାଇଁ ଆଏଲେ ପ୍ରଶାସନ ଆଡୁ ଦାହ ସଂସ୍କାର କରାଯିବା ।

Leave A Reply

Your email address will not be published.