ଫେର୍ କମାଲ୍ ଦେଖାଲେ ଟିଟଲାଗଡ଼ର ପୁଓ ଜିତେନ୍ଦ୍ର

ଅଲମ୍ପିଆ ଫିଲ୍ମୋତ୍ସବନେ ଦେଖା ହେଇଛେ ‘ହ୍ୟୁମନ ଓକ’୍‌

0

ଅନ୍ତର୍ଜାତୀୟ ଫିଲ୍ମ ଦୁନିଆନେ ନାଁ କରିଥିବାର ପଶ୍ଚିମଓଡ଼ିଶାର ଜିତେନ୍ଦ୍ର ମିଶ୍ରକଁର ଫିଲ୍ମ ଦେଖା ହେଇଛେ ଅଲମ୍ପିଆ ଫିଲ୍ମୋତ୍ସବନେ । ଟିଟଲାଗଡନେ ଜନମ୍ ହେଇଥିବାର ଜିତେନ୍ଦ୍ରକଁର ପ୍ରଜୋଜନାଥି ବନିଥିବାର ଫିଲ୍ମ ‘ହ୍ୟୁମନ ଓକ’୍ ୨୩ ନମ୍ବର ଅଲମ୍ପିଆ ଫିଲ୍ମୋତ୍ସବନେ ଦେଖା ହେଇଛେ । ଗ୍ରୀସ୍‌ନେ ହେଉଥିବାର ଇ ଫିଲ୍ମୋତ୍ସବ ଲାଗି ଜିତେନ୍ଦ୍ରକଁର ଫିଲ୍ମକେ ଭିଲ୍ ବଛାଯାଇଛେ । ରୋମ୍‌ର କମନୱେଲ୍‌ଥ କ୍ଲବନେ ନଭେମ୍ବର ୨୮ ତାରିଖନୁ ମୁଲ ହେଇଥିବାର ଫିଲ୍ମ ଫେଷ୍ଟିଭାଲ୍ ଡିସେମ୍ବର ୫ ତାରିଖ ତକ୍ ଚାଲବା । ଇ ଫିଲ୍ମୋତ୍ସବନେ ୪୭ଟା ଦେଶର ୯୦ଟା ଫିଲ୍ମ ଦେଖାଯିବା । ଇଟାଲିଏନ୍ ନିର୍ଦ୍ଦେଶକ ଉଲିସେ ଲିନାର୍ଡୋ ଆରୁ ଜିତେନ୍ଦ୍ରକଁର ପ୍ରଜୋଜନାଥି ୧୫ ମିନଟିଆ ଇ ଫିଲ୍ମ ଦେଖା ହେଇଛେ । କରୋନା କାଲଥି ଇ ଫିଲ୍ମଟା ତିଆର କରାଯାଇଥିଲା । ଇଟା ପହେଲା ଇଣ୍ଡୋ-ଇଟାଲି ଫିଲ୍ମ ଭାବେ ଅନ୍ତର୍ଜାତୀୟ ସ୍ତରନେ ଜାଗା ପାଇଛେ ।

କରୋନା କାଲଥି ଲୋକମାନକଁର ସଂଘର୍ଷ ଆରୁ ମୁନୁଷପଣିଆ ଉପରେ ଫିଲ୍ମଟା ତିଆର କରାଯାଇଛେ । ଫିଲ୍ମନେ ଆଘରର ମିସ୍ ଇଟାଲି ତଥା ଅଭିନେତ୍ରୀ ଆନ୍ନା ଭଲେ ମେନ୍ ରୋଲ୍‌ଥି ନଜର ଆସିଛନ୍ । ଜିତେନ୍ଦ୍ର ସବୁବେଲେ ନିଜର ଫିଲ୍ମ ଆଡୁ ଲୁକକୁଁ ଗୁଟେ ଭଲ ସନ୍ଦେଶ ଦେବାର ଲାଗି ଚେଷ୍ଟା କରିଆସିଛନ୍ । ଇହାଦେ ତକ୍ ଜିତେନ୍ଦ୍ର ଭିନ୍ ଭିନ୍ ବିଭାଗନେ ଶହେଟା ଫିଲ୍ମ ବନେଇସାରିଛନ୍ । ଜିତେନ୍ଦ୍ରକଁର ପ୍ରଜୋଜନା ଆରୁ ନାଁକରା ନିର୍ଦ୍ଦେଶକ ବିକାଶ ଖନ୍ନାକଁର ନିର୍ଦ୍ଦେଶିତ୍ ଫିଲ୍ମ ‘ଦି ଲାଷ୍ଟ କଲର’ ୫୦ଟା ଅନ୍ତର୍ଜାତୀୟ ଫିଲ୍ମ ଉତ୍ସବନେ ଦେଖା ହେଇଛେ । ଇତାର ସାଙ୍ଗେ ୧୫ଟା ବିଭାଗନେ ପୁରଷ୍କୃତ୍ ଭିଲ୍ ହେଇଛେ । ୨୫ଟା ଆନ୍ତର୍ଜାତୀୟ ଫିଲ୍ମ ଉତ୍ସବନେ ଜିତେନ୍ଦ୍ର ଜୁରି ସଦସ୍ୟ ଭାବେ ସାମିଲ୍ ହେଇଛନ୍ ।

Leave A Reply

Your email address will not be published.