ସମ୍ବଲପୁର୍ ଆସ୍‌ଲା କରୋନା ଟିକା କୋଭିସିଲ୍ଡ

0

କରୋନା ଟିକା କୋଭିସିଲ୍ଡ ବୁଧୁବାର୍ ଦିନ ସମ୍ବଲପୁର୍ କେ ପହଂଚିଛେ । ଟିକା ଦାନ୍ ଲାଗି ସମ୍ବଲପୁର୍ ଜିଲ୍ଲା ପ୍ରଶାସନ୍ ଆଡୁ ସବୁ ପ୍ରକାରର୍ ବେବସ୍ଥା କରାଯାଇଛେ । ସମ୍ବଲପୁର୍ କେ ବୁଧୁବାର୍ ଦିନ ୭୫୦୦ ଡୋଜ୍ ଆସିଥିବାର୍ ସୂଚନା ମିଲିଛେ । ଆଏବାର୍ ୧୬ ତାରିଖ୍ ଦିନ ସମ୍ବଲପୁର ଜିଲ୍ଲା ର୍ ୭ ଟା କେନ୍ଦ୍ର ନେ ଟିକା ଦାନ୍ କରାଯିବା । ବୁର୍ଲା ମେଡିକାଲ୍ କଲେଜ୍ ଆର୍ ଜିଲ୍ଲାର୍ ବଡ ଡାକ୍ତରଖାନା ସାଙ୍ଗେ କୁଚିଣ୍ଡା,ରେଢାଖୋଲ୍ ,ହୀରାକୁଦ୍ ଆର୍ ସମ୍ବଲପୁରର୍ ଅଇଁଠାପାଲି , ଧନକଉଡା ନେ ରହିଥିବାର୍ ଡାକ୍ତର୍‌ଖାନା ମାନକୁଁ ଟିକା ପ୍ରଦାନ୍ କରାଯିବା । ୧୬ ତାରିଖ୍ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ନେ ପହେଲା ଉଦ୍‌ଘାଟନ୍ କର୍‌ବେ ତାର୍ ଉତାରୁ ବାକି ସବୁ ଯାଗା ମାନକୁଁ ଟିକା ଦାନ କରାଯିବା । ପହେଲା ହେଲ୍‌ଥ କେୟାର୍ ୱାର୍କର୍ ମାନକୁଁ ଟିକା ଦିଆଯିବା । ସେ ଭିତ୍‌ରେ ଥିବାର୍ ସଫେଇ କର୍ମଚାରୀ ମାନକୁଁ ପହେଲା ଟିକା ଦାନ୍ କରାଯିବା । ୧୬ ତାରିଖ୍ ନେ ପହେଲା ଡୋଜ୍ ଦେବାର୍ ଉତାରୁ ତାର୍ ୨୮ ଦିନ ପରେ ୨ନଂ ଡୋଜ୍ ଦିଆଯିବା । ସରକାରୀ ଆର୍ ବେସରକାରୀ କର୍ମଚାରୀ ମାନକୁଁ ମିଶେଇକରି ମୋଟ୍ ୧୨୨୫୫ ଜନ୍ ହେଲ୍‌ଥ୍ ୱାର୍କର୍ ମାନକୁଁ ଟିକା ଦିଆଯିବା । ଟିକାଦାନ୍ ପ୍ରକ୍ରିୟା ଲାଗି ସବୁ ସେଣ୍ଟର୍ ମାନକୁଁ ଅଲ୍‌ଗା ବେବସ୍ଥା କରାଯାଇଛେ ।

Leave A Reply

Your email address will not be published.