ଆଏଜ୍ ମୂଲ୍ ହେଇଥିଲା ‘ସଚିନ୍ ଯୁଗ୍‌’

୧୬ ବରଷ୍ ହେଉଥିବାର୍ ବେଲକେ ଆଏଜ୍‌କା ଖେଲିଥିଲେ ପହେଲା ମେଚ୍ ।

ଆଏଜ୍‌ତକର୍ ଦୁନିଆଁଥି ଏନ୍ତା ବହୁତ୍ କମ୍ ଲୋକ୍ ବାହାରିଛନ୍ ଯେନ୍‌ମାନେ କି ନିଜର୍ କାମ୍‌କେ ଏତକି ଉଚ୍ଚା କେ ନେଇ ପାରସନ୍‌… ନିଜେ କରୁଥିବାର୍ କାମ୍ କେ ଏତକି ଭଲ୍ ହିସାବେ କରସନ୍ ଯେ ସେମାନଁର୍ ନାଁ ନେ ଯୁଗ୍ ଟେ ଯୁଡି ହେଇଯାଏସି । ସେନ୍ତା ଗୁଟେ ନାଁ ଟେ ହଉଛେ ‘ସଚିନ୍ ତେନ୍ଦୁଲକର୍’: ଦେଶର୍ ସବୁନୁ ଜନାଶୁନା, ଚର୍ଚ୍ଚିତ୍ ଖେଲାଲି ଆର୍ ସବୁଆଡୁ ଦେଖଲେ ଭାରତର୍ ଗରବ୍ ଆର୍ ଗୌରବ୍ । ଖାଲି ଭାରତ୍ କାଁ କରି ସାରା ଦୁନିଆଁର୍ ଖେଲ୍ ଜଗତ୍‌ର ଗୁଟେ ବଡଭାରି ନାଁ । ୧୯୮୯ ମସିହାର୍ ନଭେମ୍ବର୍ ମାସର୍ ୧୫ ତାରିଖ୍‌, ୩୧ ବରସ୍ ଆଗରୁ ଠିକ୍ ଆଜିର୍ ଦିନେ ପାକିସ୍ତାନ୍ ବିରୋଧ୍‌ନେ ଜୀବନର୍ ପହେଲା ଟେଷ୍ଟ୍ ମେଚ୍ ଖେଲିଥିଲେ ସଚିନ୍ । ଇ କଥା କେ ଆଏଜ୍‌କା ଖାଲି ଭାରତ୍ କାଁ କରି, ସାରା ଦୁନିଆଁର୍ କ୍ରିକେଟ୍ ସଉକିଆ ଲୁକେ ସୋର୍ ପକେଇଛନ୍ ଆର୍ ସଚିନ୍‌କୁଁ ସବୁଆଡୁ ଅଭିନନ୍ଦନ୍ ଆର୍ ଶୁଭେଚ୍ଛା ବାର୍ତ୍ତା ମାନେ ପଠେଇଛନ୍ ।

୧୯୮୯ ସାଲେ ଆମର୍ ଭାରତ୍‌ର କ୍ରିକେଟ୍ ଟିମ୍ ପାକିସ୍ତାନ୍ ଯେଇଥିଲା ଆର୍ ଦଲ୍‌ର କ୍ୟାପ୍‌ଟେନ୍ ଥିଲେ କ୍ରିଷ୍ଣାମାଚାରି ଶ୍ରିକାନ୍ତ୍ । ଆର୍ ସେ ଟିମ୍‌ନେ ୧୬ ବର୍ଷିଆ ସଚିନ୍ ତେନ୍ଦୁଲକର୍‌ବି ଯେଇଥିଲେ । ପାକିସ୍ତାନ୍‌ର କରାଚିନେ ନଭେମ୍ବର୍ ୧୫ନୁ ସିରିଜ୍‌ର ପହେଲା ଟେଷ୍ଟ ମେଚ୍ ଖେଲାଯାଇଥିଲା ଆର୍ ସେଥି ଭାରତ୍ ଆଡୁ ସଚିନ୍ ତାକଁର୍ ଜୀବନ୍‌ର ପହେଲା ଆନ୍ତର୍ଜାତୀୟ ମେଚ୍ ଖେଲିଥିବାର୍ ବେଲକେ ପାକିସ୍ତାନ୍‌ର କିମ୍ବଦନ୍ତି ବୋଲର୍ ୱାକାର୍ ୟୁ୍‌ନିସ୍‌ବି ସେ ମେଚ୍‌ନେ ଏକା ତାଁକର୍ କ୍ରିକେଟ୍ ଜୀବନ୍ ଆରମ୍ଭ୍ କରିଥିଲେ । ବାକି ତାଁକର୍ ଜୀବନ୍‌ର ପହେଲା ମେଚ୍ ନେ ସଚିନ୍ ବ୍ୟାଟିଂ କରବାର୍ ଆଗରୁ ବୋଲିଂ କରିଥିଲେ କାରଣ୍ ପହେଲା ପାକିସ୍ତାନ୍ ବ୍ୟାଟିଂ କରିଥିଲା ଆର୍ ସେ ଗୁଟେ ଓଭର୍ ବୋଲିଂ କରିକରି ବିନା ୱିକେଟ୍‌ଥି ୧୦ ରନ୍ ଦେଇଥିଲେ । ତାହାଁରୁ ଭାରତ୍‌ର ବ୍ୟାଟିଂ ବେଲକେ ସେ ୫ ନମ୍ବର୍‌ଥି ବ୍ୟାଟିଂ କରବାରକେ ଆସିଥିଲେ ଆର୍ ୨୪ ଟା ବଲ୍ ଖେଲିକରି ୧୫ ରନ୍‌ନେ ଆଉଟ୍ ହେଇଯେଇଥିଲେ । ତାର୍ ପରର୍ ଇନିଂସ୍‌ନେ ସଚିନ୍ ୪ ଓଭର୍ ବୋଲିଂ କରିଥିଲେ ବାକି କାହାକେ ଆଉଟ୍ ନି କରି ପାରିଥାଇ ଆର୍ ଭାରତ୍‌ର ଦୁଇ ନଂବର୍ ଇନିଂସ୍‌ନେ ତାହାଁକୁ ଆର୍ ବ୍ୟାଟିଂର୍ ସୁଯୋଗ୍ ନାଇଁ ମିଲିନ ଆର୍ ମେଚ୍ ଡ୍ର ହେଇଯେଇଥିଲା ।


ଯଦିଓ ଜୀବନ୍‌ର ପହେଲା ଆନ୍ତର୍ଜାତୀୟ ମେଚ୍‌ନେ ସଚିନ୍ ତେନ୍ଦୁଲକର୍ ବିଶେଷ କିଛି ନାଇଁ କରି ପାରିଥାଇ ବାକି ସେ ଯେ ଆଗକେ ଗୁଟେ ବହୁତ୍ ଭଲ୍ ଖେଲାଲି ହେବେ ସେ ଆଭାସ୍ ମିଲିଯାଇଥିବାର୍ ବହୁତ୍ ଟେ ଖେଲ୍ ସମିକ୍ଷକ୍‌ମାନେ କହିଥିଲେ ଆର୍ ସଚିନ୍ ଆଏବାର୍ ସମିଆନେ କ୍ରିକେଟ୍ ଦୁନିଆଁର୍ ସବୁନୁ ଜନାଶୁନା ଖେଲାଲି ହେଇଥିଲେ ଆର୍ ଦୁନିଆଁ ତାହାଁକୁ ମାଷ୍ଟର୍ ବ୍ଲାଷ୍ଟର୍ ବଲିକରି କହିଥିଲା । କ୍ରିକେଟ୍ ଦୁନିଆଁର ବହୁତ୍‌ଟେ ବଡ୍ ବଡ୍ ରେକର୍ଡସବୁ ତାଁକର୍ ନାଁରେ ଅଛେ । ତ ଆଜିର୍ ଦିନେ ତାଁକର୍ ପହେଲା ମେଚ୍‌ର କଥାକେ ସୋର୍ ପକେଇକରି କ୍ରିକେଟ ସଉକିଆ ଲୋକ୍ ମାନେ ତାହାଁକୁ ଶୁଭେଚ୍ଛା ଜନେଇଛନ୍ ।