ସରଲା ଟକା, ଆଏଲା କରୋନା ଟିକା

ପୁନେନୁ ଓଡ଼ିଶା ଆଏଲା କରୋନା ଟିକା, ଆଏବାର କାଲିନୁ ଟିକା ପଠାଯିବା ସବୁ ଜିଲ୍ଲା ମାନକେ

0

ଶେଷ ହେଲା ସବୁ ଟକା ରାଜ୍ୟନେ ପୁହୁଞ୍ଚିଲା କରୋନା ଟିକା । ଆଏଜ୍ ଓଡ଼ିଶାକେ ସ୍ପାଇସଜେଟ୍‌ର ସ୍ୱତନ୍ତ୍ର ବିମାନନେ ପୁନେର ସେରମ୍ ଇନଷ୍ଟିଚ୍ୟୁଟ୍‌ନୁ ଭୁବନେଶ୍ୱର ଆସିକରି ପୁହୁଞ୍ଚିଛେ କରୋନା ଟିକା । ରାଜ୍ୟନେ ପୁହୁଞ୍ଚିଲା ଉତାରୁ ଟିକା ମାନକୁଁ ଭୁବନେଶ୍ୱର ରାମ ମନ୍ଦିର ପାଶେ ଥିବାର ଔଷଧ ନିଗମ କାର୍ଯ୍ୟାଳୟନେ ରଖାଯାଇଛେ । ଆରୁ ଆଏବାର କାଲିନୁ ଭିନ୍ ଭିନ୍ ଜିଲ୍ଲା ମାନକେ ଟିକା ପଠାଯିବାର ବେବସ୍ଥା କରାଯିବା । ପହେଲା ଖେପ୍‌ନେ ୪୦ ହଜାର ୮ଶହ ସିସି କୋଭିସିଲ୍ଡ ଟିକା ଆସିଛେ ଓଡ଼ିଶାକେ । ଗୁଟେ ସିସିନୁ ୧୦ଟା ଡୋଜ୍ ଦିଆଯାଇପାରବା ।

ଇ ହିସାବେ ପହେଲା ଖେପ୍‌ନେ ୧ ଲାଖ୍ ୯୧ ହଜାର ସ୍ୱାସ୍ଥ୍ୟ କର୍ମୀକୁଁ ଦିଆଯାଇପାରବା ଟିକା । ଯେନମାନକୁଁ ଟିକା ଦିଆଯିବା ସେମାନକଁର ପାଶକେ ମେସେଜ୍ ପଠାଯିବା । ଗଲା ବଛରେ ହେଲା କରୋନା ବେମାର ଲାଗି ପୁରା ଦୁନିଆଁର ଲାଗି ଚିନ୍ତାର କାରଣ ବନିଥିଲା । ଇତାର ଟିକା ବନାବାରନେ ଲାଗିଥିଲେ ଦେଶ ବିଦେଶର ବୈଜ୍ଞାନିକ୍‌, ଡାକ୍ତର ଦଲ୍ । ଇହାଦେ କରୋନା ଟିକା ବାହାରିଥିବାର ବେଲକେ ଭାରତ ସରକାର ଦୁଇଟା ଟିକା ଲାଗି ଅନୁମତି ଦେଇଛନ୍ । ଗଲା କାଲି ପ୍ରଧାନମନ୍ତ୍ରୀ ସବୁ ମୁଖ୍ୟମନ୍ତ୍ରୀ ମାନକଁର ସାଙ୍ଗେ ଟିକାକରଣ ଲାଗି ଆଲୋଚନା କରିସାରିକରି ୧୬ନୁ ଟିକାକରଣର ଅନୁମତି ଦେଇଛନ୍ ।

Leave A Reply

Your email address will not be published.