କରୋନା ମହାମାରୀ ଭିତରେ ସ୍କୁଲ୍‌ କେ ସଜାଲେ ସୁରେଶ

0

କରୋନା ମହାମାରୀ ସମିୟାନେ ସବୁ ସ୍କୁଲ୍‌ କଲେଜ୍‌ ବନ୍ଦ ହେଇଥିବାର୍‌ ବେଲେ ସୋନପୁର ଜିଲ୍ଲା ଡୁଙ୍ଗରୀପାଲିର୍‌ ଜନେ ଶିକ୍ଷକ ସୁରେଶ ପୂଜାରୀ ତାକଁର୍‌ ପଢଉଥିବାର୍‌ ସମଲେଇଚୁଆ ସରକାରୀ ଉଚ୍ଚ ବିଦ୍ୟାଲୟ କେ ଗୁଟେ ସୁନ୍ଦର୍‌ ବଗିଚାର୍‌ ରୁପ୍‌ ଦେଇଛନ୍‌ । କରୋନା ସମିୟାନେ ସବୁ ଶିକ୍ଷକ୍‌ ମାନକଁର୍‌ ଛୁଟି ରହିଥିବାର୍‌ ବେଲ୍‌କେ ସୁରେଶ ସବୁଦିନ ସ୍କୁଲ୍‌ ଆସିକରି ଭିନ୍‌ ଭିନ ପ୍ରକାରର୍‌ ଗଛ ଲଗଉଥିଲେ ଆର୍‌ ସ୍କୁଲର୍‌ ଚାରିଆଡେ ଗୁଟେ ସୁନ୍ଦର୍‌ ମନଲୁଭା ବଗିଚାଟେ ତିଆରି କରିଛନ୍‌ । ସେ ବଗିଚା ନେ ୱାଟର୍‌ ଫାଉନଟେନ୍‌ କରିଛନ୍‌ ଯେନଟା ସମସ୍ତକଁର୍‌ ମନ ଲୁଭେଇ ଦେଇଛେ ।

 

ତାକଁର୍‌ ସ୍କୁଲ୍‌ ନେ କୋଭିଡ କେନ୍ଦ୍ର କରାଯାଇଥିଲେ ବି ସେ ସବୁଦିନ୍‌ ସ୍କୁଲ୍‌ ଆସିକରି ବଗିଚା ବନାବାର୍‌ ଥି ଲାଗିଯାଇଥିଲେ । ‘ସୋ’ ଗଛ୍‌ ହେଉ ,କି ଓଷଧୀୟ ଗଛ୍‌ ହେଉ ସେ ସବୁ ରକମ୍‌ର ଗଛ ଲଗେଇକରି ତାକଁର୍‌ ସ୍କୁଲ୍‌ କେ ଗୁଟେ ମିନି ପାର୍କ ବନେଇ ଦେଇଛନ୍‌ । ସେଭିତ୍‌ରେ ଦେଶୀ ,ବିଦେଶୀ କେତେ ରକମର୍‌ ଫୁଲ୍‌ ଗଛ ଯେନ୍ତା ଗେଣ୍ଡୁ ଫୁଲ୍‌ ,କାକ୍ଟସ୍‌ ,ବ୍ରହ୍ମ କମଲ୍‌, ପଦମ୍‌ ଫୁଲ୍‌ ,କଇଁ ଫୁଲ୍‌ ,ଗୁଲାପ ଫୁଲ୍‌ ,ସ୍ପାଇଡର୍‌ ଗ୍ରାସ୍‌ ଈତ୍ୟାଦି ସୁନ୍ଦର୍‌ ସୁନ୍ଦର୍‌ ଫୁଲ ଗଛ ଲଗେଇଛନ୍‌ । ସେ ଭିତ୍‌ରୁ ବିଜ୍ଞାନ୍‌ ଆର୍‌ ଭୁଗୋଲ ପାଠ୍‌ନେ ରହିଥିବାର୍‌ ଗଛ ମାନକୁଁ ଭିଲ୍‌ ସଂଗ୍ରହ କରିକିନା ସେ ବଗିଚା ନେ ଲଗେଇଛନ୍‌ ଯେନ୍‌ଟା ଛାତ୍ର ଛାତ୍ରୀ ମାନକଁର୍‌ ପ୍ରାକ୍ଟିକାଲ୍‌ ଶିକ୍ଷାକେ ବଢବା ବଲି ସେ କହିଛନ୍‌ । କରୋନା ସମିୟାନେ ଭିଲ୍‌ ସେ ସକାଲୁ ବେଲବୁଡା ତକ୍‌ ଦିନ୍‌ ମଜୁରିଆ ମାନକୁଁ ନେଇକରି ସ୍କୁଲ୍‌ କେ ସୁନ୍ଦର୍‌ କରବାର୍‌ କାମ୍‌ ଥି ଲାଗିଥିଲେ । 

Leave A Reply

Your email address will not be published.