ସମ୍ବଲପୁର ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ୍‌ ଶିଳାନ୍ୟାସ୍

ଭିଡିଓ କନଫରେନ୍ସିଂ ଆଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ଶିଳାନ୍ୟାସ୍‌

0

ସମ୍ବଲପୁରନେ ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ୍ ଲାଗି ଶିଳାନ୍ୟାସ୍ କରିଛନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇ ଉତ୍ସବନେ ଭର୍ଚୁଆଲ୍ ଭାବେ ଭିଡିଓ କନଫରନେସିଂ ଆଡୁ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକଁର ସାଙ୍ଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ ଭିଲ୍ ଯୋଗ ଦେଇଥିଲେ । ସମ୍ବଲପୁରନେ ଆଇଆଇଏମ୍‌ର ପ୍ରତିଷ୍ଠା କରାଯାଇଥିବାରନୁ କେନ୍ଦ୍ର ସରକାରକୁଁ ଧନ୍ୟବାଦ୍ ଜନେଇଛନ୍ । ସେ କହିଛନ୍ ଯେ ପୂର୍ବ ଭାରତନେ ଶିକ୍ଷାର ହବ୍ ହେବାକେ ଯାଉଛେ ଓଡ଼ିଶା । ଆରୁ ଇଥିର ଲାଗି ଓଡ଼ିଶାନେ ଅଏତକା କେନ୍ଦ୍ରୀୟ ଅନୁଷ୍ଠାନ୍ ଲାଗି ମୁଖ୍ୟମନ୍ତ୍ରୀ ନିବେଦନ୍ କରିଛନ୍ ।

କାର୍ଯ୍ୟକ୍ରମନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌କଁର ସାଙ୍ଗେ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଭିଲ୍ ଯୋଗ ଦେଇଥିଲେ । ଇ ଅବସରନେ ଆଂଚଳିକ୍ ବ୍ରାଣ୍ଡ ମାନକେ ବିଶ୍ୱସ୍ତରୟୀୟ ବ୍ରାଣ୍ଡନେ ପରିଣତ୍ କରବାର ଲାଗି କାମ୍ କରବାର ଦରକାର ବଲି କହିଥିଲେ ପ୍ରଧାନମନ୍ତ୍ରୀ । ଆଂଚଳିକ୍‌କେ ବିଶ୍ୱସ୍ତର କରବାର ଲାଗି ଆଇଆଇଏମ୍ ଛାତ୍ରଛାତ୍ରୀମାନେ ନୂଆଁ ନୂଆଁ ଉପାୟ କରବାର ଦରକାର ରହିଛେ ବଲି କହିଛନ୍ ମୋଦି । ଦେଶନେ ୨୦ଟା ଆଇଆଇଏମ୍ ଥିବାର ବେଲକେ ଆଗକେ ଇଠାନୁ ବାହାରିକରି ଛାତ୍ରଛାତ୍ରୀ ଆତ୍ମନିର୍ଭର ଭାରତ ବନାବାରନେ ସାହାଜ୍ କରବେ ।

Leave A Reply

Your email address will not be published.