ବିନା ମାସ୍କନେ ବାହାରିଲେ ପଡବା ମହଙ୍ଗା

ମାସ୍କ ନାଇଁ ପିନ୍ଧଲେ ଗୁଟେ ଘଣ୍ଟା ସାଫ୍ କରବେ ରାସ୍ତାଘାଟ୍‌:ବିଏମସି

0

ମାସ୍କ ନାଇ ପିନ୍ଧଲେ ଫାଇନ୍ ଦେବାରଟା ତ ସଭେ ଜାନିଥିବେ ହେଲେ ବାଢୁନ୍ ଧରିକରି ରାସ୍ତାଘାଟ ସାଫ୍ କରବାରଟା ଟିକେ ଅଡୁଆ ଲାଗୁଥିବା । ଇହାଦେ ଭିଲ ଦେଶେ କରୋନା ସଂକ୍ରମଣର ଡର ରହିଛେ । ଏନ୍ତାଥି ମୁମ୍ବାଇ ଲେଖେ ବଡ ସିଟିନେ ଲୋକମାନେ ମାସ୍କ୍ ନାଇ ପିନ୍ଧୁଥିବାର ଦେଖବାକେ ମିଲୁଛେ । କରୋନାନେ ଲୋକମାନ୍‌ଙ୍କର ଅବହେଲାକେ ଦେଖିକରି ଏନ୍ତା ନିୟମ ଲାଗୁ କରାଯାଇଛେ ଇଠାନେ ।

ନିୟମ ଅନୁସାରେ ମାସ୍କ୍ ନାଇ ପିନ୍ଧିକରି ଯେନ ଲୋକ ଫାଇନ୍ ଦେଇ ନାଇପାରବାର ସେ ଗୁଟେ ଘଣ୍ଟା ତକ୍ ରାସ୍ତା ସାଫ୍ କାମେ ଲାଗବେ । ହେଲେ ଇ ନିୟମକେ କେତେ ଲୋକ ବିରୋଧ କରିଥିବାର ବେଲେ ନିୟମ ନାଇଁ ମାନଲେ ପୁଲିସ ଆଡୁ କଡା ପାହା ନିଆଯିବା ବଲି ବିଏମସି ଆଡୁ କୁହାଯାଇଛେ । ବିଏମସି କମିଶନର ସୁରେଶ କକନୀ କହିଛନ ଯେ ଲୋକ ମାନଙ୍କରନୁ ଫାଇନ ନେବାରଟା ତାଙ୍କର ଉଦ୍ଦେଶ୍ୟ ନୁହେଁ ହେଲେ ଲୋକମାଙ୍କୁ ସଚେତନ କରବାରଟା ତାଙ୍କର ମେନ୍ ଲକ୍ଷ୍ୟ ଆଏ ।

Leave A Reply

Your email address will not be published.