ଅହମଦାବାଦ୍‌ନେ ତିନ୍ ନମ୍ବର୍ ଟେଷ୍ଟ ମ୍ୟାଚ୍ ଲାଗି ସଜ୍‌ବାଜ୍‌

0

ଭାରତ ଆର୍ ଇଂଲଣ୍ଡ ଭିତରେ ଚାଲିଥିବାର୍ ଟେଷ୍ଟ ସିରିଜ୍ ଇହାଦେ ଏକ୍‌ଦମ୍ ଜୋର୍‌ଦାରିଆ ଲଢେଇର୍ ଗୁଟେ ସିରିଜ୍ ହେଇସାରିଛେ । ଇହାଦେ ଦୁହି ଦଲ୍ ଗୁଟେ ଗୁଟେ ମ୍ୟାଚ୍ ଜିତବାର୍ ପରେ ସିରିଜ୍ ୧-୧ନେ ଅଛେ ଆର୍ ହେଥିର୍ ଲାଗି ଆଏବାର୍ ଟେଷ୍ଟ୍‌ନେ ଜୋର୍‌ଦାର ଫାଇଟ୍ ହେବା ବଲି ସଭେ ଆଶ୍ ରଖିଛନ୍ ।


ଆଏବାର୍ ୩ ଆର୍ ୪ ନମ୍ବର୍ ଟେଷ୍ଟ୍ ମାନେ ଅହମଦାବାଦ୍ ଠାନେ ହେବା । ୩ ନମ୍ବର୍ ଟେଷ୍ଟଟା ଡେ-ନାଇଟ୍ ଟେଷ୍ଟ୍ ହେବା ଆର୍ ହେଥିର୍ ଲାଗି ସେଟା ପିଙ୍କ୍ ରଙ୍ଗର୍ ବଲ୍‌ନେ ଖେଲାଯିବା । ସେ ଟେଷ୍ଟଲାଗି ସବୁ ଟିକଟ୍ ବି ବିକ୍ରି ସରିଗଲାନ । ଆଏବାର୍ ଦୁହି ଟେଷ୍ଟ୍ ଲାଗି ଭାରତ୍ ଦଲ୍‌ନେ ସାର୍ଦ୍ଦୁଲ୍ ଠାକୁର୍‌କଁର୍ ଜାଗାନେ ଉମେଶ୍ ଯାଦବକୁଁ ସାମିଲ୍ କରାଯାଇଛେ । ବାକି ଟିମ୍ ସମାନ୍ ରହିଛେ ।


ଭାରତ ଦଲ୍‌: ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ (ଉପଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ୍, ଚେତେଶ୍ଵର ପୂଜାରା, କେ.ଏଲ. ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (ଉଇକେଟ୍ କିପର), ରିଦ୍ଧିମାନ ଶାହ (ଉଇକେଟ୍ କିପର), ଆର. ଅଶ୍ଵିନ, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଇଶାନ୍ତ ଶର୍ମା, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ।

Leave A Reply

Your email address will not be published.