ଆମେରିକାର ପ୍ରଶାସନ୍‌ନେ ୨୦ ଭାରତୀୟ-ଆମେରିକୀୟ

ଆମେରିକା ରାଜନୀତିନେ ନୂଆଁ ଅଧ୍ୟାୟ, ବାଇଡେନ୍‌-ହାରିସ୍ ଶାସନ୍‌ନେ ଭାରତୀୟ-ଆମେରିକୀୟ ନିଯୁକ୍ତ

0

ଆମେରିକା ରାଜନୀତିନେ ଆର ଗୁଟେ ନୂଆଁ ଅଧ୍ୟାୟ ଆରମ୍ଭ ହେଇଛେ । ଟ୍ରମ୍ପ ଶାସନ୍ ଶେଷ୍ ହେବାର ସାଙ୍ଗେ ଜୋ ବାଇଡେନ୍‌କଁର ଶାସନ ମୂଲ ହେଇଛେ । ଗଲାକାଲି ରାଷ୍ଟ୍ରପତି ଜୋ ବାଇଡେନ୍ ଆରୁ ଉପରାଷ୍ଟ୍ରପତି କମଲା ହାରିସ ଶପଥ ନେଇକରି ଶାସନ୍ ଭାର ହାତକେ ନେଇଛନ୍ । ଉପରାଷ୍ଟ୍ରପତି କମଲା ହାରିସ ଭାରତୀୟ ବଂଶୋଦ୍ଭବ ଥିବାର ବେଲକେ ଆମେରିକା ପ୍ରଶାସନନେ ଇଥର ୨୦ନୁ ଅଏତକା ଭାରତୀ-ଆମେରିକୀୟ ନିଯୁକ୍ତ ହେଇଛନ୍ । ସେମାନକଁର ଭିତରୁ ୧୭ ଜନ୍ ହ୍ୱାଇଟ୍ ହାଉସ୍‌ନେ ଭିନ୍ ଭିନ୍ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱନେ ରହିଛନ୍ । ନୂଆଁ ନିଯୁକ୍ତ ହେଇଥିବାର ଭାରତୀୟ-ଆମେରିକୀୟକଁର ଲିଷ୍ଟନେ ଥିବାର କିଛି ସଦସ୍ୟକଁର ବାବଦେ ଜାନମା ଇଠାନେ…

ହ୍ୱାଇଟ୍ ହାଉସ୍ ଅଫିସ୍ ଅଫ୍ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ବଜେଟ୍ ର ନିର୍ଦ୍ଦେଶିକା ଭାବେ ନିଯୁକ୍ତ ହେଇଛନ୍ ନୀରା ତାନ୍ଦେନ୍ । ମାସାଚ୍ୟୁସେଟ୍‌ସ୍‌ର ବେଡ୍‌ଫୋର୍ଡନେ ଜନମ୍ ନେଇଥିବାର ଇ ଭାରତୀୟ ବଂଶୋଦ୍ଭବୀ ସେଣ୍ଟର ଫର୍ ଆମେରିକାନ୍ ପ୍ରୋଗ୍ରେସ୍ ର ଅଧ୍ୟକ୍ଷା ଅଛନ୍ ।

ୟୁଏସ୍ ଜେନେରାଲ୍ ସର୍ଜନ୍ ଭାବେ ମନୋନୀତ ହେଇଛନ୍ ୪୩ ବଷୀୟ ଡାକ୍ତର ବିବେକ ମୂତ୍ତି । ସେ ଓବାମା ଶାସନନେ ୧୯ ନମ୍ବର ୟୁଏସ୍ ଜେନେରାଲ୍ ସର୍ଜନ୍ ଭାବେ କାମ୍ କରିଥିଲେ ।

ଆସୋସିଏଟ୍ ଆଟର୍ଣ୍ଣି ଜେନେରାଲ୍ ଭାବେ ବନୀତା ଗୁପ୍ତକୁଁ ମନୋନୀତ କରିଛନ୍ ଜୋ ବାଇଡେନ୍ । ସାଧାରଣ ନାଗରିକ ସୁରକ୍ଷା, ଗଣତନ୍ତ୍ର ଆରୁ ମାନବ ଅଧିକାର ଅଣ୍ଡର ସେକ୍ରେଟେରି ଭାବେ ମନୋନୀତ ହେିଛନ୍ ଉଜ୍‌ରା ଜେୟା । ୧୯୯୦ନୁ ଆମେରିକାର ବିଦେଶ ସେବାନେ ଯୋଗ ଦେଇକରି ନୂଆଁଦିଲ୍ଲୀ, ସ୍କାଟ୍‌, ଡାମାସ୍‌କସ୍‌, କାଇରୋ ଆରୁ କିଙ୍ଗଷ୍ଟନ୍‌ନେ ରାଷ୍ଟ୍ରଦୂତ ଭାବେ କାମ୍ କରିଛନ୍ ।

ଭାଷଣ ଲେଖବାର ନିର୍ଦ୍ଦେଶକ ଭାବେ ବିନୟ ରେଡ୍ଡୀ ନିଯୁକ୍ତ ହେଇଛନ୍ । ସେ ଇତାର ଆଘୋନୁ ବାଇଡେନ୍ ଆରୁ ହାରିସ୍‌ର୍କର ଲାଗି ଭାଷଣ ଲେଖିସାରିଛନ୍ ।

ଭରତ ରାମମୂର୍ତ୍ତିକୁଁ ନ୍ୟାସନାଲ ଇକୋନୋମିକ୍ କାଉନ୍‌ସିଲ୍ ଫର୍ ପାଇନାନ୍ସିଆଲ ରିଫର୍ମ ଆଣ୍ଡ କଞ୍ଜମର୍ ପ୍ରୋଟେକ୍ସନ୍‌ର ଉପନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ ।

ଗୌତମ ରାଘବନକୁଁ ଅଫିସ୍ ଅଫ୍ ପ୍ରେସିଡେନସିଆଲ୍ ପର୍ସୋନେଲ ର ଉପନିର୍ଦ୍ଦୋକ ଭାବେ ନିଯୁକ୍ତି ଦେଇଛନ୍ ବାଇଡେନ୍ ।

ପଲିସି ଡାଇକ୍ଟେର ଭାବେ ନିଯୁକ୍ତି ଦେଇଛନ୍ ମାଳା ଆଡିଗାକୁଁ ନିଯୁକ୍ତି ମିଲିଛେ ହ୍ୱାଇଟ୍ ହାଉସ୍‌ନେ ।

ଗରିମା ବର୍ମା ନିଯୁକ୍ତି ପାଇଛନ୍ ଜିଲ୍ ବାଇଡେନ୍‌କଁର ଡିଜିଟାଲ ନିର୍ଦ୍ଦେଶିକା ଭାବେ ନିଯୁକ୍ତି ପାଇଛନ୍ ।

ତରୁଣ ଛାବ୍ରାକୁଁ ବାଇଡେନ୍ ପ୍ରଶାସନର ଜାତୀୟ ନିରାପତ୍ତା ପରିଷଦ୍‌ନେ ଟେକ୍ନୋଲୋଜି ଆଣ୍ଡ ନ୍ୟାସନାଲ ସିକ୍ୟୁରିଟିନେ ବରିଷ୍ଠ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ ।

ସୁମନା ଗୁହାକୁଁ ଦକ୍ଷିଣ ଏସୀୟ ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍‌ର ବରିଷ୍ଠ ନିର୍ଦ୍ଦେଶିକା ଭାବେ ନିଯୁକ୍ତି ମିଲିଛେ ।

ଶାନ୍ତି କଲଥିଲକଁ ବାଇଡେନ୍ ପ୍ରଶାସନର ଗଣତନ୍ତ୍ର ଆରୁ ମାନବ ଅଧିକାରର ସଂଯୋଜକ ଭାବେ ନିଯୁକ୍ତ କରାଯାଇଛେ ।

କ୍ଲାଇମେଟ୍ ପଲିସି ଆରୁ ଇନୋଭେସନ୍‌ର ଉପଦେଷ୍ଟା ଭାବେ ନିଯୁକ୍ତ ହେଇଛନ୍ ସୋନିଆ ଅଗ୍ରୱାଲ୍ ।

ଐଶା ଶାହାକୁଁ ନିଯୁକ୍ତି ମିଲିଛେ ବାଇଡେନ୍‌କଁର ହ୍ୱାଇଟ୍ ହାଉସ୍ ଅଫିସ୍ ଅଫ୍ ଡିଜିଟାଲ ସେକ୍ରେଟାରିର ପାର୍ଟନରସିପ୍ ମ୍ୟାନେଜର ।

ସମୀର ଫଜିଲ୍‌କୁଁ ନିଯୁକ୍ତି ମିଲିଛେ ହ୍ୱାଇଟ୍ ହାଉସର ନ୍ୟାସନାଲ ଇକୋନୋମିକ୍ କାଉନ୍‌ସିଲ୍‌ର ଉପନିର୍ଦ୍ଦେଶିକା ।

ବେଦାନ୍ତ ପଟେଲକୁଁ ମନୋନୀତ କରାଯାଇଛେ ବାଇଡେନ୍‌କଁର ସହକାରୀ ପ୍ରେସ୍ ସଚିବ ଭାବେ ।

ସ୍ୱାସ୍ଥ୍ୟ ନୀତି ବିଶେଷଜ୍ଞ ବିଦୁର ଶର୍ମା ନିଯୁକ୍ତ ହେଇଛନ୍ ବାଇଡେନ୍‌କଁର କୋଭିଡ୍‌-୧୯ ରେସପନ୍ସ ଟିମ୍‌ର ଟେ୍‌ଟିଙ୍ଗ ଆଡଭାଇଜର ଭାବେ ନିଯୁକ୍ତି ହେଇଛନ୍ ।

ନେହା ଗୁପ୍ତ ନିଯୁକ୍ତି ପାଇଛନ୍ ହ୍ୱାଇଟ୍ ହାଉସ୍ କାଉନସେଲ୍ ଅଫିସନେ ସହକାରୀ ପରାମର୍ଶଦାତା ଭାବେ ।

ରୀମା ଶାହାକୁଁ ନିଯୁକ୍ତି ମିଲିଛେ ହ୍ୱାଇଟ୍ ହାଉସ୍ କାଉନ୍‌ସେଲ୍ ଅଫିସନେ ଉପ-ସହକାରୀ ପରାମର୍ଶଦାତା ଭାବେ ।

ରୋହିତ ଚୋପ୍ରା ନିଯୁକ୍ତ ହେଇଛନ୍ କଞ୍ଜୁମର୍ ଫାଇନାନ୍‌ସିଆଲ ପ୍ରୋଟେକ୍ସନ୍ ବ୍ୟୁରୋ ନିର୍ଦ୍ଦେଶକ ।

Leave A Reply

Your email address will not be published.