କଳାହାଣ୍ଡି ଚାଷୀ ନମ୍ବର ୱାନ୍‌

‘କୃଷି ଓଡ଼ିଶା ୨୦୨୧’ ଉଦଘାଟନୀ ଉତ୍ସବନେ କଳାହାଣ୍ଡି ଚାଷୀକୁଁ ଉଦାହରଣ କହେଲେ ମୁଖ୍ୟମନ୍ତ୍ରୀ

0

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆର ଫିକି ସହଯୋଗନେ ଭୁବନେଶ୍ୱର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଲ ପଡିଆନେ ଉଦଘାଟିତ୍ ହେଇଯାଇଛେ ରାଜ୍ୟସ୍ତରୀୟ କୃଷି ମହାକୁମ୍ଭ କୃଷି ଓଡ଼ିଶା ୨୦୨୧ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମନେ କାର୍ଯ୍ୟକ୍ରମର ଉଦଘାଟନ୍ କରିଛନ୍ । କାର୍ଯ୍ୟକ୍ରମନେ ମନ୍ତ୍ରୀ ଅରୁଣ ସାହୁ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ପ୍ରମୁଖ୍ ଯୋଗ ଦେଇଥିଲେ ଉଦଘାଟନୀ ଉତ୍ସବନେ । ଇହାଦେ ବହୁତ୍ ଯୁଆନ୍ ଚାଷ କରବାର ଲାଗି ମନ୍ କରୁଛନ୍ । ବେଶୀକରି ଉଦ୍ୟାନକୃଷି କରୁଥିବାର ବେଲକେ ମିଲେଟ୍ ମିଶନନେ ଆମର ରାଜ୍ୟ ପୁରା ଦେଶନେ ଗୁଟେ ନାଁ କରିପାରିଛେ ଆରୁ ଗୁଟେ ଉଦାହରଣ ସାଜିଛେ । ମୁଖ୍ୟମନ୍ତ୍ରୀ ତାକଁର ଉଦବୋଧନ୍‌ଥି କହେଲେ ଯେ, କୃଷି ଓଡ଼ିଶା ରାଜ୍ୟର ସବୁ ସଫଲ୍ ଚାଷୀକଁର ସମାବେଶ୍ । ଇ କାର୍ଯ୍ୟକ୍ରମ୍ ଆଡୁ ଚାଷୀକଁର ଦକ୍ଷତାକେ ସୁଯୋଗ ଦିଯାଇପାରୁଛେ । ଇହାଦେ ଭିଲ୍ ଚାଷୀମାନକୁଁ ଋଣ ହିସାବେ ୨୦ ହଜାର କୋଟିରୁ ଅଏତକା ଟଙ୍କା ଯୁଗେଇଦିଆଯାଇଥିବାର କହିଛନ୍ ମୁଖ୍ୟମନ୍ତ୍ରୀ । ଇ ଅବସରନେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ଚାଷୀ ମାନକଁର ପ୍ରଶଂସା କରିଥିଲେ । କଳାହାଣ୍ଡିର ଚାଷୀ ଦୁଶରା ଚାଷୀ ମାନକଁର ଲାଗି ଉଦାହରଣ ବଲି କହେଲେ ମୁଖ୍ୟମନ୍ତ୍ରୀ ।

ଇଠାନର ମାଛ ଚାଷୀ ଇହାଦେ ଦେଶନେ ଗୁଟେ ଦୁଶରା ପରିଚୟ ପାଇଛନ୍ । ମାଛ ଚାଷନେ କଳାହାଣ୍ଡି ଜିଲ୍ଲା ପୁରା ଦେଶନେ ଏକ୍ ନମ୍ବରନେ ରହିଥିବାର ବେଲକେ ଇଟା ରାଜ୍ୟର ଲାଗି ଗୌରବର କଥା ଆଏ । ଚାଷୀ ମାନକୁଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇକରି କହିଛନ୍ ଯେ, ସରକାରୀ ଯୋଜନା ମାନକଁର ସୁଯୋଗ ନେବାର ସାଙ୍ଗେ ନୂଆଁ ବୈଷୟିକ୍ କୌଶଲର ଲାଭ ଉଠାବାର ଲାଗି କହିଛନ୍ । କରୋନା ଲାଗି ଯେତେବେଲେ ସମକଁର ଆର୍ଥିକ୍ ସ୍ଥିତି ଖରାପ୍ କରିଦେଇଥିଲା ସେ ସମିଆଁନେ ସଞ୍ଜିବନୀ ଲେଖେଁ କାମ୍ କରିଥିଲା କୃଷି । କୃଷି ଓଡ଼ିଶାର କାର୍ଯ୍ୟକ୍ରମନେ ୧୬୦ଟା ମଣ୍ଡପ୍ ଲାଗିଛେ । ଇ ସବୁ ଭିତରେ କୃଷି, ଉଦ୍ୟାନ କୃଷି, ମୂର୍ତ୍ତିକା ସଂରକ୍ଷଣ ଆରୁ ଜଳଛାୟା ଲେଖେଁ ଭିନ୍ ଭିନ୍ ବିଭାଗ ଭାଗ ନେଇଛନ୍ । ଇ ଅବସରନେ କଳାହାଣ୍ଡି, ସମ୍ବଲପୁର, ନୂଆଁପଡ଼ା, ବଲାଙ୍ଗିର ସାଙ୍ଗେ ୩୦ ଜିଲ୍ଲାର ସଫଲ ଚାଷୀକୁଁ ସମ୍ମାନିତ୍ କରାଯାଇଛେ । କୃଷି ଓଡ଼ିଶା ୨୦୨୧ର ଥିମ୍ ରହିଛେ ସମନ୍ୱିତ ଚାଷ ଆରୁ ଚାଷୀର ବିକାଶ । ଇ କୃଷି ମେଲାନେ ଛତୁକେ ମାସ୍କଟ ରଖାଯାଇଛେ । ଛତୁ ଚାଷ୍ ଇହାଦେ ଚାଷୀକଁର ଭିତରେ ବେଶୀ ଆଗ୍ରହ କରୁଥିବାର ବେଲକେ ମୋଟ୍ ଛତୁ ଉତ୍ପାଦନ୍‌ନେ ଦେଶନେ ଦୁଇ ନମ୍ବର ଆରୁ ପୁଆଲ ଛତୁ ଉତ୍ପାଦନନେ ପହେଲା ଜାଗାନେ ରହିଛେ ଓଡ଼ିଶା । ରାଜ୍ୟନେ ଇହାଦେ ମହିଲା ଚାଷୀ, ଯୁବଚାଷୀ ହେଲା ଭିନ୍ ଭିନ୍ ସ୍ୱଂୟ ସହାୟକ୍ ଗୋଷ୍ଠୀ ମାନେ ଛତୁ ଚାଷ କରୁଥିବାର କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ । କୃଷି ମେଲା ଆଡୁ ଚାଷୀକଁର ଲାଗି ନୂଆଁ ସୁଯୋଗ ସୃଷ୍ଟି କରାବା ବଲି ଆଶ୍ ରଖାଯାଇଛେ ।

Leave A Reply

Your email address will not be published.