ବଲାଙ୍ଗିରନେ ଅସିତ୍ ତ୍ରିପାଠୀ

ଭିନ୍ ଭିନ୍ କାମ୍‌ର କଲେ ସମୀକ୍ଷା, ଲୋୟର ସୁକତେଲ୍ ପ୍ରକଳ୍ପ କାମ୍ ଉପରେ ଦେଲେ ଗୁରୁତ୍ୱ

0

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲା ଉତାରୁ ଅସିତ ତ୍ରିପାଠୀକଁର ପହେଲା ବଲାଙ୍ଗିର ଗସ୍ତ । ଗସ୍ତ ସମିଆଁନେ ଜିଲ୍ଲାସ୍ତରୀୟ ସମୀକ୍ଷା କରିଛନ୍ ଅସିତ୍ ତ୍ରିପାଠୀ । ଇତାର ଆଘୋନୁ ଶ୍ରୀ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ୍ ସଚିବ ଦାୟିତ୍ୱନେ ରହିଥିବାର ବେଲକେ ଆଗୁଆ ଅବସର ନେଇଥିଲେ । ରାଜ୍ୟ ସରକାରକ ତାକୁଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଦାୟିତ୍ୱ ଦେଇଥିଲେ । ଦାୟିତ୍ୱନେ ଆଏଲା ଉତାରୁ ପହେଲା ଥର ଲାଗି ଜନମ୍ ମାଏଟ୍ ବଲାଙ୍ଗିର ଯାଇକରି ଭିନ୍ ଭିନ୍ କାମ୍‌ର ସମୀକ୍ଷା କରିଛନ୍ । ଦୀର୍ଘ ବରଷ୍ ଧରିକରି ଚାଲିଥିବାର ଲୋୟର ସୁକତେଲ ପ୍ରକଳ୍ପ ଉପରେ ଗୁରୁତ୍ୱ ଦେଇଥିଲେ । ଜିଲ୍ଲାପାଳକଁର ସାଙ୍ଗେ ଇତାର କାମ୍ ନେଇକରି ଆଲୋଚନା କରିଥିଲେ ଆରୁ ଜଲଦି ପ୍ରକଳ୍ପ କାମ୍ ଶେଷ ଯେନ୍ତା ହେବା ସେଥିର ଲାଗି ଗୁଟେ ନିର୍ଦ୍ଧିଷ୍ଟ ସମୟସୀମା ଭିଲ୍ ଦେଇଛନ୍ । ଜିଲ୍ଲାପାଲକଁର ସାଙ୍ଗେ ବଲାଙ୍ଗିର ଏସପି ଆରୁ ଦୁଶରା ଅଧିକାରୀ ଭିଲ୍ ବୈଠକନେ ସାମିଲ ଥିଲେ । ପହେଲା ସମ୍ବଲପୁର ବରଗଡ଼ ଜିଲ୍ଲା ଗସ୍ତ କଲା ଉତାରୁ ବଲାଙ୍ଗିର ଯାଇଛନ୍ ଶ୍ରୀ ତ୍ରିପାଠୀ । ସାମ୍ବାଦିକ୍ ସମ୍ମିଲନୀନେ ଭିନ୍ ଭିନ୍ ସମସ୍ୟାର ସମାଧାନ୍ ଦିଗନେ କାମ୍ ଆରମ୍ଭ ହେବାର ନେଇକରି ସୂଚନା ଦେଇଥିଲେ । ବଲାଙ୍ଗିର ପୁଓ ଆରୁ ଇଠାନର ସବୁ ସମସ୍ୟା ଜାନିଛେ ବଲି କହିଥିଲେ । ଲୋୟର ସୁକତେଲ ପ୍ରକଳ୍ପ ଲାଗି ବିସ୍ଥାପିତ ଲୋକକଁର ଥଇଥାନ୍ ଲାଗି ବେବସ୍ଥା କରାଯିବା । ଇହାଦେ ବିସ୍ଥାପିତ ମାନକୁଁ ବୁଝାସୁଝା କରିକିନା ଥଇଥାନ୍ କରବାର ଲାଗି କାମ୍ ଚାଲିଛେ । ଇ ପ୍ରକଳ୍ପ ହେଲେ ୫୧ ହଜାର ହେକ୍ଟର ଜମି ଜଳସେଚିତ୍ ହେଇପାରବା ।

Leave A Reply

Your email address will not be published.