ବିନା ରିପୋର୍ଟନେ ଭକତ୍ କଲେ ମହାପ୍ରଭୁକଁର୍ ଦର୍ଶନ୍

0

ପୁରୀ ମନ୍ଦିର୍ ଖୁଲ୍‌ବାର୍ ଉତାରୁ କରୋନା କଟକଣା ଭିତ୍‌ରେ ସବୁ ନିୟମ୍ ଆର୍ କୋଭିଡ ରିପୋର୍ଟ ଦେଖେଇକରି ଭକତ୍ ଦର୍ଶନ୍ କରୁଥିବାର୍ ବେଲ୍‌କେ ଆଏଜ୍ ନୁ ବିନା କୋଭିଡ୍ ରିପୋର୍ଟ ଦେଖେଇକରି ମହାପ୍ରଭୁକଁର୍ ଦର୍ଶନ୍ କର୍‌ଲେ ଭକତ୍ । ମହାପ୍ରଭୁକଁର୍ ଦର୍ଶନ୍ ଲାଗି ସବୁ ସୁରକ୍ଷା ବେବ୍‌ସ୍ଥା କରାଯାଇଛେ । ସକାଲର୍ ୬ ବଜେ ନୁ ପୁରୀ ର ସ୍ଥାନୀୟ ଲୋକମାନେ ଆଏଜ୍ ମହାପ୍ରଭୁକୁଁ ଦର୍ଶନ୍ କରିଛନ୍ । ଆଇନ୍ ମନ୍ତ୍ରୀ ପ୍ରତାପ୍ ଜେନା ପୁରୀ ଆସିକରି ଆଏଜ୍ ସବୁ ଦର୍ଶନ୍ ବେବସ୍ଥା ର୍ ଅନୁଧ୍ୟାନ୍ କରିଥିଲେ ତାକଁର୍ ସାଙ୍ଗେ ପୁରୀ ଜିଲ୍ଲାପାଳ, ଡିଆଇଜି , ମୁଖ୍ୟ ପ୍ରଶାସକ୍ ଆର୍ ପୁରୀର୍ ଏସ୍‌ପି ବି ମନ୍ଦିର୍ ବେବସ୍ଥା ଦେଖିଥିଲେ । ରିପୋର୍ଟ ନାଇ ଦେଖାଲେ ବି ସବୁ ସାନିଟାଇଜ୍ କର୍‌ବାର୍ ଆର୍ ମାସ୍କ୍ ପିନ୍ଧବାର୍ ଟା ବାଧ୍ୟତାମୂଲକ୍ କରାଯାଇଛେ । ତାର୍ ସାଙ୍ଗେ ମନ୍ଦିର୍ ର ଭିଲ୍ ସାନିଟାଇଜ୍ ଭଲ୍ ହିସାବେ କରାଯାଉଛେ । ମନ୍ଦିର୍ ନେ ଦିନ୍‌କ ୩୦ ହଜାର୍ ଲୁକକଁର୍ ଦର୍ଶନର୍ ସୁବିଧା ରହିଛେ । ଲୋକ ମାନେ ନିଜର୍ ପରିଚୟ ପତ୍ର ଦେଖେଇକରି ଦର୍ଶନ୍ କରିପାର୍‌ବେ ।

Leave A Reply

Your email address will not be published.