ରଖେ ହରି ତ, ମାରେ କିଏ

୪ ଦିନ୍ ପରେ ମାଏଟ ତଲୁ ମିଲଲା ୩ ବରଷ୍‌ର ଟୁକେଲ୍‌

0

୪ ଦିନ୍ ଉତାରୁ ମାଏଟ ତଲୁ ମିଲଲା ୩ ବରଷ୍‌ର ଛୋଟ ଛୁଆ । ତୁର୍କୀନେ ହେଇଥିବାର ଭୂମିକମ୍ପ୍‌ର ୪ ଦିନ୍ ବାଦ୍ ଇ ଛୁଆ ମାଟି ତଲୁ ବାହାର କରାଯାଇଛେ । ଉଦ୍ଧାର ହେଇଥିବାର ଛୁଆର ନାଁ ହେଉଛେ ଆୟଦା ଗେଜ୍‌ଗିନ୍ ବଲିକରି ଜନାପଡିଛେ । ଇଜମିର ସହରନେ ହେଇଥିବାର ଭୂକମ୍ପ୍‌ନେ ଗୁଟେ ୮ ମହଲା ଘର୍ ଧସ୍‌କି ଯାଇଥିଲା । ଇଥରେ ଗୁରଦୁଟେ ଲୁକକଁର ଜୀବନ୍ ଯାଇଥିଲା । ହେଲେ ଇତାର ୪ ଦିନ୍ ବାଦ୍ ଇଠାନୁ ଗୁଟେ ବଂଚିଥିବାର ଛୁଆକେ ବାହାର କରିଛନ୍ ଉଦ୍ଧାରକାରୀ ଦଲ୍ ।

କଥାଟା ଏନ୍ତାକି ମଲା ଦିହି ସବୁ ମାଏଟ ତଲୁ ବାହାର କରବାର ସମିଆଁନେ ଗୁଟେ ଛୋଟ୍ ଛୁଆର କାନ୍ଦବାର ଆବାଜ ଶୁନବାକେ ପାଇଥିଲେ ଲୁକେ । ଆରୁ ଖୁଜାଖୁଜି କଲା ଉତାରୁ ଗୁଟେ ୩ ବରଷର ଛୁଆକେ ପାଇଥିଲେ ମାଏଟ ତଲୁ । ଛୁଆକେ ବାହାର କରାଯାଇକରି ମେଡିକାଲନେ ଭର୍ତ୍ତି କରାଯାଇଥିଲା । ଛୁଆର ମାଁର ମଲାଦିହ ମାଏଟ ତଲୁ ଉଦ୍ଧାର ହେଇଥିବାର ଜନାପଡିଛେ । ସେଆଡେ ଏତେ ଦିନ୍ ଧରିକରି ଛୁଆଟା ବଂଚିକରି ରହିଥିବାରନୁ ସଭେ ଭଗବାନକୁଁ ଧନ୍ୟବାଦ ଜନେଇକରି ତାଲିମାରିକରି ସ୍ୱାଗତ୍ କରିଥିଲେ ।

Leave A Reply

Your email address will not be published.