ଏପ୍ରିଲ୍ ୧ନୁ ବିଦେଶ୍ କେ ନାଇ ଉଡେ ଉଡା ଜାହାଜ୍

0

କରୋନା ର୍ ସଂକ୍ରମିତ୍ ସଂଖ୍ୟା ଫେର୍ ଥରେ ଦେଶ୍‌ନେ ହୁ ହୁ କରି ବଢି ଚାଲିଛେ । ସେଥିର୍ ଲାଗି କେନ୍ଦ୍ର ସରକାର୍‌କଁର୍ ଆଡୁ କରୋନା କେ ନେଇକରି କେତେଟା ଗାଇଡ ଲାଇନ୍ ଲାଗୁ କରାଯାଇଛେ । ଯେନ୍‌ଟା ଏପ୍ରଲ୍ ୧ ତାରିଖ୍ ନୁ ୩୦ ତକ୍ ଲାଗୁ କରାଯିବା । କରୋନା ସଂକ୍ରମଣ ନେ କେନ୍ଦ୍ର ସରକାର୍ ଗୁଟେ ନୂଆ ଗାଇଡଲାଇନ୍ ଲାଗୁ କରିଛନ୍ ଯାହାକେ ଟେଷ୍ଟ-ଟ୍ରାକ୍‌-ଟ୍ରିଟ୍ ଯେନଟା କେ ପରୀକ୍ଷା-ଖୁଜ୍‌ବାର୍ ଆର୍ ଚିକିତ୍ସା କୁହା ଯାଉଛେ । ଯେନଥି ନମୂନା ମାନେ ପରୀକ୍ଷା କରିକିନା ସଂକ୍ରମିତ୍ ହେଇଥିବାର୍ ଲୋକ ମାନକୁଁ ବଛା ଯିବା ଆର୍ ତାର୍ ଉତାରୁ ତହାକୁଁ କ୍ୱାରେଣ୍ଟିନ୍ ଥି ରଖାଯିବା । ଯେନମାନେ ଆଗରୁ ସଂକ୍ରମିତ୍ ଲୋକମାନକଁର୍ ସଂସ୍ପର୍ଶ ଥି ଆସିଛନ୍ ସେ ମାନକୁଁ ଆଇସୋଲେସନ୍ ଥି ରଖାଯିବା ଆର୍ ତାର ସାଙ୍ଗେ ସେମାନକଁର୍ ଚିକିତ୍ସା କରାଯିବା । ସେନ୍ତା ସବୁ ରାଏଜ୍ ର୍ ଜିଲ୍ଲା ମାନକୁଁ କଣ୍ଟେନମେଣ୍ଟ ଜୋନ୍ କରାଯିବା । ନୂଆ ଗାଇଡ୍‌ଲାଇନ୍ ହିସାବେ ଦେଶର୍ ଭିନ୍ ଭିନ୍ ରାଏଜ୍ ରାଏଜ୍ ଭିତ୍‌ରେ ଯାତାୟତ୍ ଉପ୍‌ରେ କେନ୍‌ସି କଟକଣା ନାଇ ଲାଗେ । କିନ୍ତୁ ଦେଶ୍ ବାହାରୁ ଆସୁଥିବାର୍ ବିମା୍‌ନ୍ ଉପ୍‌ରେ କଟକଣା ଲଗାଯାଇଛେ । ଯେନଥିକି ନାଁ ଦେଶ୍ ଭିତ୍‌ରୁ ଦେଶ୍ ବାହାର୍‌କେ ବିମାନ୍ ଉଡବା । ନା ବିଦେଶ୍ ନୁ ବିମାନ୍ ଦେଶ୍‌କେ ଆସି ପାର୍‌ବା । କିନ୍ତୁ କେନ୍‌ସି ମାଲ୍ ପରିବାହନକାରୀ ବିମାନ୍ ମାନକୁଁ କଟକଣା ଲାଗୁ ନାଇ କରାଯାଏ ।

Leave A Reply

Your email address will not be published.