ସୁନ୍ଦରଗଡ଼ନେ ବିଗଡୁଛେ ସ୍ଥିତି

ରାଜ୍ୟନେ କରୋନା ପଜିଟିଭକଁର ସଂଖ୍ୟାନେ ଦୁଇ ନମ୍ବରନେ ସୁନ୍ଦରଗଡ଼ ଜିଲ୍ଲା, ପ୍ରଶାସନର ମୁଡଦୁଖା

0

ଯେନ୍ତା ଆମେ ସଭେ ଜାନିଛୁ କି ଇହାଦେ କରୋନାର ଦୁଇ ନମ୍ବର ଲହର ଚାଲିଛେ । ଫେର୍ ସମାନ୍ ହିସାବେ କରୋନା ଦେଶକେ ଫିରିଥିବାର ବେଲକେ ବେଲୁବେଲକେ କରୋନା ପଜିଟିଭ୍‌କଁର ସଂଖ୍ୟା ହୁ ହୁ ହେଇକରି ବଢତେଲ ଯାଉଛେ । ଭାରତ ସାଙ୍ଗେ ଦୁଶରା ଦେଶମାନକେ କରୋନା ସଂକଟ ଫେର ଦେଖାଦେଇଛେ । ଇ ସବୁ ଭିତରେ ଓଡ଼ିଶାନେ ଭିଲ୍ ସ୍ଥିତି ସାଂଘାତିକ୍ ହେବାରନେ ଲାଗଲାନ୍ । ସଂକ୍ରମଣ ବଢୁଥିବାରନୁ ଇହାଦେ ଇଟା ରାଜ୍ୟ ସରକାରକଁର ମୁଡଦୁଖା ବନିଛେ । ରାଜ୍ୟର ୧୦ ଜିଲ୍ଲାନେ ନାଇଟ୍ କଫ୍ରୁ୍ୟ ଭିଲ୍ ଲାଗୁ କରାଯାଇଛେ ଯଦି ଆଗକେ ସ୍ଥିତି ବିଗଡିବା ତ ଲକଡାଉନ୍ ହେବାର ଭିଲ୍ ଡର୍ ରହିଛେ । ରାଜ୍ୟର ଖୋର୍ଦ୍ଧା ଜିଲ୍ଲା ପଜିଟିଭ୍ ସଂଖ୍ୟାନେ ଆଗାଡେ ରହିଥିବାର ବେଲକେ ସୁନ୍ଦରଗଡ଼ ଜିଲ୍ଲା ୨ ନମ୍ବରନେ ରହିଛେ । ଜିଲ୍ଲାନେ ୧୬ ହଜାର ଉପରକେ କରୋନା ରୋଗୀକଁର ସଂଖ୍ୟା ପୁହୁଞ୍ଚିଲାନ । ଗଲା ୨୪ ଘଣ୍ଟା ଭିତରେ ଜିଲ୍ଲାନେ ଆହୁରି ୧୪୭ ପଜିଟିଭ୍ ଚିହ୍ନଟ ହେଇଥିବାର ନେଇକରି ସୂଚନା ରହିଛେ । ସେଆଡେ ଗଲାକାଲି ରାଉରକେଲା ରେଲୱେ ଷ୍ଟେସନନୁ ୭ ଜନ୍ ପଜିଟିଭ୍ ଚିହ୍ନଟ ହେଇଥିଲେ । ରେଲୱେ ଷ୍ଟେସନନେ ହେଉଥିବାର କରୋନା ଟେଷ୍ଟ୍ ଉତାରୁ ଜନାପଡିଥିବାର ବେଲେ ଇମାନକଁର ଭିତରୁ ଦୁଇ ଜନ୍ ମହିଲା ପଜିଟିଭ୍ ଚିହ୍ନଟ ହେଇଛନ୍ । ଲାଗ ଲାଗ ଜିଲ୍ଲାନେ ପଜିଟିଭକଁର ସଂଖ୍ୟା ବଢୁଥିବାରନୁ ଜିଲ୍ଲା ପ୍ରଶାସନର ମୁଡଦୁଖା ବନିଛେ । ଲୋକମାନକୁଁ ବାରମ୍ବାର ସଚେତନ୍ କରାଯାଉଛେ , ମାସ୍କ ପିନ୍ଧବାର ଆରୁ ସାମାଜିକ୍ ଦୂରି ରଖବାର ଲାଗି କୁହାଯାଉଛେ । କାମ୍ ନାଇଁ ଥିଲେ ଅଯଥା ଘରୁ ଭଟାକେ ନାଇଁ ଯିବାର ଲାଗି କୁହାଯାଉଛେ । ସ୍ଥିତି ସାଂଘାତିକ୍ ହେଲା ଉତାରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳକଁର ଅଫିସନେ ଗୁଟେ ବୈଠକ ଡକାଯାଇଥିଲା ଯେନଥିରେ ଦୁଶରା ଅଧିକାରୀ ମାନେ ଭିଲ୍ ସାମିଲ ହେଇକରି କରୋନା ମୁକାବିଲା ନେଇକରି ଆଲୋଚନା କରିଥିଲେ । ସୁନ୍ଦରଗଡ଼ ଜିଲ୍ଲାନେ ଇହାଦେ ନାଇଟ୍ କଫ୍ରୁ୍ୟ ଲାଗୁ କରାଯାଇଥିବାର ବେଲକେ ଯାଂଚ କଡାକଡି କରାଯାଇଛେ । ଇତାର ସତ୍ତେ ଭିଲ୍ ପଜିଟିଭ୍‌କଁର ସଂଖ୍ୟା ବଢି ବଢି ଚାଲିଛେ ।

Leave A Reply

Your email address will not be published.