ଟିକା ଦାମ୍‌କେ ନେଇକରି ଘିଚାଟନା ସରକାର ଆରୁ କମ୍ପାନୀ

ମାସ୍ ମାସ୍ ଧରିକରି ଟିକା ଦାମ୍ ନିର୍ଦ୍ଧାରଣ ଆଲୋଚନା ଚଲେଇଛନ୍ ସରକାର ଆରୁ କମ୍ପାନୀ

0

ଦୁନିଆଁର ବଡ ବିପତ୍ତି ହିସାବେ ଠିଆ ହେଇକରି ରହିଛେ କରୋନା ବେମାର । ଇହାଦେ ଫେର୍ କରୋନାର ନୂଆଁ ଷ୍ଟ୍ରେନ୍ ଚିନ୍ତାନେ ପକେଇଛେ ସମକୁଁ । କୋଭିଡ ଟିକା ବାହାର କରବାରନେ ବିଶ୍ୱର ସବୁ ଡାକ୍ତର, ବୈଜ୍ଞାନିକ୍ ଲାଗିକରି କିଛିଟା ଟିକା ବାହାର କରାଯାଇଛେ । ବ୍ରିଟେନ୍‌, ଆମେରିକା ଲେଖେଁ ଦେଶ ମାନକେ କରୋନା ଟିକାକରଣ ଭିଲ୍ ଆରମ୍ଭ ହେଇସାରିଥିବାର ବେଲକେ ଭାରତନେ ଇହାଦେ ତକ୍ ନିହେ ହେଇପାରେ । ଟିକାର ଦାମ୍ ନିର୍ଦ୍ଧାରଣ କରବାରନେ ସରକାର ଲାଗିଛନ୍ ଆରୁ ଇଟା ଇହାଦେ ତକ୍ ସ୍ଥିର ନାଇଁ ହେଇପାରୁଥିବାରନୁ ସମସ୍ୟା ଦେଖାଦେଇଛେ । ପୁଣେର ସିରମ୍ ଇନଷ୍ଟିଚ୍ୟୁଟ୍ ସାଙ୍ଗେ କୋଭିସିଲଡ୍ ଟିକା ଲାଗି ସରକାର ମାସ ମାସ ଧରିକରି କଥାବାର୍ତ୍ତା ଚଲେଇଥିଲେ ଭିଲ୍ ଇହାଦେ ତକ୍ ଦାମ୍ ନିର୍ଦ୍ଧାରଣ ନାଇଁ ହେଇପାରବାର ।

ଇହାଦେ ତକ୍ ଟିକା ଘିନାବିକାର ବାବଦନେ କେନସି ରାଜିନାମା ସ୍ୱାକ୍ଷର ନାଇଁ ହେଇପାରି । ଇହାଦେ ତକ୍ ଲଗଭଗ ୭ କୋଟି କୋଭିସିଲଡ୍ ସିରମ୍ ଇନଷ୍ଟିଚ୍ୟୁଟ୍ ଗୋଦାମନେ ପଡିରହିଛେ । ସିରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଆଦର ପୁନାୱାଲା କହିଛନ୍ ଯେ, ବ୍ରିଟେନ୍ ସରକାରକୁଁ ୪ନୁ ୫ ଡଲାର ଦାମ୍‌ନେ ଟିକା ଦିଆଯାଇଛେ । ଯେନଟାକି ଭାରତ ସରକାରକୁଁ ମାତ୍ର ପିଛା ଦୁଇଶହ ଟଙ୍କା ବା ୨.୭୪ ଡଲାର କମ୍ ଦାମ୍‌ନେ ପାଏବେ । ସେଆଡେ ଖାଲି କଥାରେ କଥାରେ ଟିକା ଘିନାଯିବାର ନେଇକରି କଥା ଚାଲିଥିଲେ ଭିଲ୍ ଆହୁରି ଦାମ୍ କମାବାର ଲାଗି ସରକାରୀ ସ୍ତରନେ ଚାପ ପକାଯାଉଥିବାର କୁହାଯାଇଛେ କମ୍ପାନୀ ଆଡୁ । ଇ ସବୁ ପରେ ଘରୋଇ ବଜାରନେ ହଜାରେ ଟଙ୍କା ଦାମ୍‌ନେ ଟିକା ବିକ୍ରି ନେଇକରି ଚିନ୍ତା କରୁଥିବାର କମ୍ପାନୀ ଆଡୁ କୁହାଯାଇଛେ । ଇ ସବୁ କଥା ନେଇକରି ଟିକା ବନେଇଥିବାର କମ୍ପାନୀ ଆରୁ ସରକାରକଁର ଭିତରେ ଘିଚାଟନା ଚାଲିଛେ ।

Leave A Reply

Your email address will not be published.