ପୂର୍ବ ଉତାରୁ ପଶ୍ଚିମ ଓଡ଼ିଶାନେ ନକଲି କାରବାର

ସମ୍ବଲପୁରନେ ଚାଲିଛେ ନକଲି କାରବାର, ସର୍ଫ ଉତାରୁ ନକଲି ମୋବିଲ କାରଖାନାନେ ଚଢାଉ

0

ପୂର୍ବ ଓଡ଼ିଶା ଉତାରୁ ଇହାଦେ ଫେର୍ ପଶ୍ଚିମ୍ ଓଡ଼ିଶାନେ ଭିଲ୍ ନକଲି ସମାନ୍ କାରବାର ଚାଲିଥିବାର ଜନାପଡିଛେ । ସମ୍ବଲପୁରନୁ ନକଲି ସର୍ଫ ଜବତ ହେଲା ଉତାରୁ ଇହାଦେ ଖାଦ୍ୟ ସୁରକ୍ଷା ବିଭାଗ ଆର ପୁଲିସ୍ ଆଡୁ ଭିନ୍ ଭିନ୍ ଜାଗାନେ ଚଢାଉ କରାଯାଉଛେ । ଗଲା ଶନିବାର ସମ୍ବଲପୁରର ଦୁଇଟା ଭିନ୍ ଭିନ୍ ଜାଗାନୁ ନକଲି ସର୍ଫ ଜବତ କରାଯାଇଥିଲା । ଘଟନାନେ ଗୁଦାମ୍‌ର ମାଲିକ ଆଶିଷ ଅଗ୍ରୱାଲ ଆରୁ ଦୁକାନ ମାଲିକ ନରେଶ ଅଗ୍ରୱାଲକୁଁ ଗିରଫ କରାଯାଇକରି ରଏବାର ଦିନ୍ କୋର୍ଟ ଚାଲାଣ କରାଯାଇଛେ । ହିନ୍ଦୁସ୍ତାନ ୟୁନି ଲିଭର କମ୍ପାନୀର ସର୍ଫ ଏକ୍ସେଲ ବ୍ରାଣ୍ଡର ନକଲି ଡିଟରଜେଣ୍ଟ କାରବାର କରାଯାଉଥିବାର ଜାନଲା ଉତାରୁ ଚଢାଉ କରରଯାଇଥିବାର କହିଛନ୍ ଏସପି ବି. ଗଙ୍ଗାଧର ।

ଖାଲି ସର୍ଫ ନୁହେଁ ନକଲି ମୋବିଲ୍ ଭିଲ୍ ଜବତ୍ କରାଯାଇଛେ । ୭୮୦ ଲିଟର ନକଲି ମୋବିଲ ଆରୁ ଇଥରେ ବେଭହାର ହେଉଥିବାର ଦୁଶରା ନକଲି ସାମାନ୍ ଭିଲ୍ ଜବତ୍ କରିଛେ ଧନୁପାଲି ପୁଲିସ । ନାମୀ କମ୍ପାନୀର ବ୍ରାଣ୍ଡ ଲୋଗୋ ଲଗେଇକରି ନକଲି କାରବାର ଚଲେଇଛନ୍ ସହରର କିଛି ଲୋକ୍ । ପହେଲାନୁ ନିଶା କାରବାର ସାଙ୍ଗେ ହତ୍ୟା ଅପରାଧ୍ ବଢତେଲ ଚାଲିଥିବାର ବେଲକେ ଇହାଦେ ଫେର୍ ଭେଜାଲ୍ ସାମାନ୍ ବନେଇକରି ବଜାରେ ଛଡାଯାଉଛେ । ଏନ୍ତା ଗଟନା ଉତାରୁ ପୁଲିସର ତଦନ୍ତ ଜୋରଦାର ଚାଲିଛେ ଆରୁ ଇତାର ପଛଆଡେ ଆର କେନ୍‌ମାନକଁର ସମ୍ପୃକ୍ତି ରହିଛେ ତାର ଭିଲ୍ ଛାନ୍‌ଭିନ୍ କରାଯାଉଛେ । ନକଲି ସାମାନ୍ ସମ୍ବଲପୁରନେ କାରବାର କରାଯାଉଥିବାର ଘଟନା ବାହାରିଲା ଉତାରୁ ଖାଉଟିକଁର ଭିତରେ ଅସନ୍ତୋଷ ଦେଖବାକେ ମିଲିଛେ ।

Leave A Reply

Your email address will not be published.