ମାଁ ମାଏଟ୍ ଲାଗି ଗରବ୍ ଆନ୍‌ଲେ ଜଗନ୍ନାଥ ସେଠ୍‌

ଅନ୍ତର୍ଜାତୀୟ ଫିଲ୍ମନେ କାମ୍ କରିଛନ୍ ଜଗନ୍ନାଥ

0

ଆମର ଦେଶ ଆରୁ ରାଜ୍ୟ ଲାଗି ସୁନାମ୍ ଆନିଦେଇଛନ୍ ବରଗଡ଼ ମାଏଟର ପୁଓ ଜଗନ୍ନାଥ୍ ସେଠ୍ । ଅନ୍ତର୍ଜାତୀୟ ଫିଲ୍ମନେ କାମ କରିକିନା କଲାର ଯାଦୁ ଦେଖେଇଛନ୍ । ଫିଲ୍ମଥି ଲିଡ୍ ରୋଲ୍‌ଥି ନଜର ଆସିଛନ୍ ଜଗନ୍ନାଥ । ଆସାମର ସେମଖୋର୍ ପାହାଡନେ ରହୁଥିବାର ଆଦିବାସୀକଁର ଉପରେ ଇ ଫିଲ୍ମଟା ତିଆର କରାଯାଇଛେ । ଇଠାନେ ରହୁଥିବାର ଇ ଆଦିବାସୀ ଆଏଜ ତକ୍ କେନ୍ତା ବିକାଶନୁ ଦୂରେ ରହିଛନ୍ ସେ ଉପରେ ଫିଲ୍ମଟା ଆଗକେ ବଢିଛେ । ଆଏଜ ଭିଲ୍ କେନ୍ତା ପିଲା ଟୁକେଲକୁଁ ୧୨ ବଛରନୁ ବିହା କରାଯାଉଛେ ସେ ଉପରେ ଭିଲ୍ ଦର୍ଶାଯାଇଛେ ।

ତେଭେ ବରଗଡ଼ ପଦମ୍‌ପୁରର ମହୁଲପାଲିର ଜଗନ୍ନାଥ ସେଠ୍ ଫିଲ୍ମନେ ଲିଡ୍ ରୋଲଥି କାମ କରବାର ସୁଯୋଗ ପାଇପାରିଛନ୍ । ଆରୁ ସବୁନୁ ବଡ କଥା ହେଲା ଜଗନ୍ନାଥ ଇ ଆଦିବାସୀକଁର ଭାଷା ଶିଖିକରି ଫିଲ୍ମ ଲାଗି ନିଜେ ଭଏସ ଡବିଂ କରେଇଛନ୍ । ଆଏବାର ବଛର ଫିଲ୍ମଟା ରିଲିଜ୍ କରାଯିବାର ନେଇ ଜନାପଡିଛେ । ଭାରତ ସାଙ୍ଗେ ଦୁଶରା ୧୦ଟା ଦେଶନେ ଭିଲ୍ ଫିଲ୍ମ ରିଲିଜ୍ ହେବା । ଜଗନ୍ନାଥକଁର କଥା କହେବା ଗଲେ ସେ ନ୍ୟାସନାଲ ସ୍କୁଲ୍ ଅଫ୍ ଡ୍ରାମାନୁ ୨୦୧୦ନେ ପାସ୍ କରିଛନ୍ । ୨୩ ବଛର ହେଲା ମଚାନ୍‌ନେ ନାଟକ ପରିବେଷଣ କରିଆସୁଥିବାର ଜଗନ୍ନାଥ ପହେଲା ଥର ଲାଗି ବଡ ପରଦାନେ ଅଭିନୟ ଯାତ୍ରା ମୁଲ କରିଛନ୍ ।

Leave A Reply

Your email address will not be published.