ଭାରତୀୟ ସେନା ବିଶ୍ୱର ଚତୁର୍ଥ ସ୍ଥାନରେ ରହିଛି

0

() ଭାରତୀୟ ସେନା ବିଶ୍ୱର ଚତୁର୍ଥ ସ୍ଥାନରେ ରହିଛି । ଏହାର ସୈନ୍ୟବଳ ଯେତିକି ସଶକ୍ତ ସେତିକି ସଜାଗ । ଭାରତୀୟ ସେନାରେ ଏମିତି ଏକ ଫୋର୍ସ ରହିଛି ଯାହା ଏହାର ସବୁଠୁ ବଡ ଶକ୍ତି । ଭାରତୀୟ ସ୍ଥଳ ସେନା ପାଖରେ ରହିଛି ସ୍ୱତନ୍ତ୍ର ଫୋର୍ସ । ଏହି ସ୍ପେଶାଲ ଫୋର୍ସ ଗୁଡିକ ଭିତରେ ରହିଛନ୍ତି ବ୍ଲାକ୍ କେଟ୍ କମାଣ୍ଡୋ । ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ବା ଏନଏସଜି ହେଉଛି ଭାରତୀୟ ସେନାବାହିନୀର ଏକ ସ୍ପେସାଲ ଫୋର୍ସ ଯାହା ଗୃହମନ୍ତ୍ରଳାୟ ଅଣ୍ଡରରେ ଆସେ । ୧୯୮୪ରେ ଏହି କମାଣ୍ଡୋଙ୍କ ଗଠନ କରାଯାଇଥିଲା । ଆତଙ୍କବାଦ କାର୍ଯ୍ୟକଳାପ ତଥା ଗତିବିଧି ଉପରେ ଏମାନେ ନଜର ରଖିବା ସହିତ ଏମାନଙ୍କ ମୂଳପୋଛ କରିବା କାମରେ ନିୟୋଜିତ । ଏହାର ମୂଳ ଲକ୍ଷ ହେଲା ସର୍ବୋତ୍ର, ସର୍ବତ୍ରମ, ସୁରକ୍ଷା । ଏହା ପୂର୍ଣ୍ଣତଃ ସେଂଟ୍ରାଲ ଆର୍ମ ପୋଲିସ ଫୋର୍ସର ନିୟମ ଅନୁସାରେ କାମ କରିଥାଏ । ତେବେ ଏନଏସଜି କମାଣ୍ଡୋ ଭିଆଇପି ସୁରକ୍ଷା କାର୍ଯ୍ୟରେ ମଧ୍ୟ ନିୟୋଜିତ ରହିଥାନ୍ତି । ଏନଏସଜିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଏସଏଜି ଓ ଏସଆରଜି । ଏସଏଜି ହେଲା ସ୍ପେସାଲ ଆକ୍ସନ ଗୃପ୍ ଓ ଏସଆରଜି ହେଲା ସ୍ପେସାଲ ରେଂଜର ଗୃପ୍ । ଏସଏଜି ଗୃପ୍ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ହେଉ କି ହାଇଜେକିଂ, ବମ୍ ଡିସ୍ପୋଜିଂ ଆଦି କାମରେ ନିୟୋଜିତ କରାଯାଇଥାଏ ।

Leave A Reply

Your email address will not be published.