କଚର୍ କଚର୍‌… ଲାବୁସେନ୍

0

ଯେତେବେଲେ ବି ଭାରତ ଆର୍ ଅଷ୍ଟ୍ରେଲିଆ ଭିତରେ କ୍ରିକେଟ୍ ମଏଦାନ୍‌ନେ ମୁକାବିଲା ହେସି କିଛି ନା କିଛି ଗରମା ଗରମ୍ କଥା ସାମ୍ନାକେ ଆସି ଏକା ଥିସି । ବ୍ୟାଟ୍ ଆର୍ ବଲ୍‌ର ମୁକାବୁଲା ସାଙ୍ଗେ ସାଙ୍ଗେ ଖିଲାଡି ମାନକର୍ ଭିତରେ ଗୁଟେ ମାଇଣ୍ଡ୍ ଗେମ୍ ବି ଚାଲିଥିବାର୍ ଦେଖାଯାଏସି । ଆର୍ ଅଷ୍ଟ୍ରେଲିଆ ଖିଲାଡି ମାନକର୍ ସ୍ଲେଜିଂ ବାବଦରେ କିଏ ନାଇଁ ଜାନି? ସାମ୍‌ନା ଖିଲାଡି ଜନକର୍ ଏକାଗ୍ରତା କେ ଭାଙ୍ଗବାର୍ ଲାଗି ସେମାନେ ନାନାଦି ପ୍ରକାରର୍ କଥାଭାଷା କହେସନ୍ । ତାଁକର୍ କଥାନେ ନାଇଁ ପଡିକରି ବଁକ୍‌(ବଗ) ବାଗିର୍ ଏକେସ୍ କଁଟି ନିଜର୍ ଖେଲ୍ ଉପରେ ଧ୍ୟାନ୍ ଅଛେ ତ ଅଛେ, ନାଇଁ ହେଲେ କେତେ ବେଲେ ନିଜର୍ ୱିକେଟ୍ ପଲେଇଯିବା ଟେର୍ ବି ନାଇଁ ପାଇ ହୁଏ । ଇ ଜିନିଷ୍ ଟାକେ ଅଷ୍ଟ୍ରେଲିଆ ଖିଲାଡି ମାନେ ଜିତ୍‌ବାର୍ ଗୁଟେ କୌଶଲ୍ ହିସାବେ ବ୍ୟବହାର୍ କରବାର୍ ଦେଖାଯାଏସି ।

ବାକି ଆଏଜ୍‌କା ଗୁଟେ ଅଲଗା ପ୍ରକାରର୍ ମାହୋଲ୍ ଦେଖ୍‌ବାର୍‌କେ ମିଲିଥିଲା । ଭାରତ ଆର୍ ଅଷ୍ଟ୍ରେଲିଆ ଭିତରେ ସିଡନିନେ ଚାଲିଥିବାର୍ ବର୍ଡର-ଗାଭାସ୍କର କପ୍‌ର ୩ ନମ୍ବର୍ ଟେଷ୍ଟ୍ ମ୍ୟାଚ୍‌ର ଆଏଜ୍ ଥିଲା ଦୁଇନମ୍ବର୍ ଦିନ୍ । ଅଷ୍ଟ୍ରେଲିଆ ଅଲ୍‌ଆଉଟ୍ ହେଲାପରେ ଭାରତ୍ ଆଡୁ ଇନିଂସ୍ ମୂଲ୍ କରିଥିଲେ ରୋହିତ୍ ଶର୍ମା ଆର୍ ଶୁଭ୍‌ମନ୍ ଗିଲ୍ । ସେମାନେ ଦୁହେ ବ୍ୟାଟିଂ କଲାବେଲକେ ଗୁଟେ ମଜା କଥାଟେ ଦେଖବାର୍ କେ ମିଲିଥିଲା । ସେ ସମିଆକେ ସର୍ଟ ଲେଗ୍‌ନେ ଫିଲ୍ଡିଂ କରୁଥିଲେ ଅଷ୍ଟ୍ରେଲିଆର୍ ନାଁକରା ଯୁଆନ୍ ଖିଲାଡି ମାରନସ୍ ଲାବୁସେନ୍ । ଷ୍ଟମ୍ପ୍ ମାଇକ୍‌ନେ ତାଁକର୍ କଥା ପୁରା ଫଟିକ୍ ଫଟିକ୍ ଶୁଭୁଥିଲା । ଶୁଭ୍‌ମନ୍ ଗିଲ୍ ବ୍ୟାଟିଂ କଲାବେଲକେ ଲାବୁସେନ୍ତାହାଁକୁ ପଚରଉଥିଲେ ଯେ ‘‘ଶୁଭମନ୍ କହ ତ…ତେନ୍ଦୁଲକର ଆର୍ କୋହଲୀ ଭିତରେ ତମକୁ କାହାକେ ସବୁନୁ ଜହ ଭଲ୍ ଲାଗସି ? ’’ ତାଁକର୍ ଇ ପ୍ରଶ୍ନ ଶୁନିକରି ଯେନ୍ତା ଶୁଭ୍‌ମନ୍ ଗିଲ୍ କିଛି ନାଇଁ କହିଥିଲେ ବେଲେ ଲେବୁସେନ୍ ପଚରଉଥିଲେ ‘‘ଆର୍ ଗୁଟେ ବଲ୍ କି ଆର୍ ଗୁଟେ ଓଭର୍ ଖେଲି ସାରଲା ପରେ କହେବ କାଏଁ? ’’ । ଇତାର୍ ପରେ ଯେନ୍ତା ରୋହିତ୍ ଶର୍ମା ବ୍ୟାଟିଂ କରିଆସଲେ ଲେବୁସେନ୍ ତାହାଁକୁ ‘‘ତୁମର୍ କ୍ୱାରେଇଟାଇନ୍ କେନ୍ତା କରି କାଟଲ୍‌… ଆର୍ ସବୁ ବନେ ବନେ ତ… ’’ ବଲି ପଚରଉଥିବାର୍ ଶୁନବାର୍‌କେ ମିଲିଥିଲା । ଇ ସବୁ ପରେ ଯେତେବେଲକେ ରୋହିତ୍ ଆର୍ ଶୁଭ୍‌ମନ୍ ଭିଲ୍ ନିଜର୍ ଭିତରେ କଥବାରତ୍ତ୍‌ା ହେଉଥିଲେ ସେମାନେ ବି ଗୁରଦୁ ହଁସୁଥିବାର୍ ଦେଖବାର୍‌କେ ମିଲିଥିଲା । ସତେ ଯେନ୍ତାକେ ରୋହିତ୍‌, ଶୁଭ୍‌ମନ୍‌କେ ବୁଝଉଛନ୍ ‘‘ ଇ ଲେବୁସେନ୍‌ର କଚର୍‌… କଚର୍‌… କେ ନାଇଁ ଶୁନ୍‌… ବ୍ୟାଟିଂ ଉପରେ ଧ୍ୟାନ୍ ଦେ…’’।

Leave A Reply

Your email address will not be published.