ସମ୍ବଲପୁରନେ ସେଞ୍ଚୁରୀ

କୋଭିଡ୍ ରୋଗୀକଁରନେ ଭର୍ତ୍ତି ଭିମସାର ମେଡିକାଲ, ବାହାର ଜିଲ୍ଲାନୁ ବେଶୀ ବେମାରୀ

0

କରୋନା ପଜିଟିଭ୍‌କଁର ସଂଖ୍ୟା କମବାର ନାଁ ନାଇଁ ନେବାର । ଗଲା ବଛରନୁ ଲେଖେଁ ଦୁଇ ନମ୍ବର ଲହରନେ ସଂକ୍ରମଣ ବଢୁଥିବାରନୁ ଚିନ୍ତା ବଢିଛେ । ପଶ୍ଚିମ ଓଡ଼ିଶାନେ ସୁନ୍ଦରଗଡ଼, ନୂଆଁପଡା, ବଲାଙ୍ଗିର ଲେଖେଁ ଜିଲ୍ଲା ମାନକେ ସ୍ଥିତି ଗମ୍ଭୀର ରହିଥିବାର ବେଲକେ ଇହାଦେ ସମ୍ବଲପୁର ସହରନେ ଭିଲ୍ କରୋନା କାୟା ମେଲେଇଛେ । ଆକ୍ରାନ୍ତକଁର ସଂଖ୍ୟା ବଢିକରି ଇହାଦେ ଶହେ ଉପରେ ସଂଖ୍ୟା ଆସୁଛେ । ଆଘୋ ଜିଲ୍ଲାନେ କରୋନା ସଂକ୍ରମଣ ସଂଖ୍ୟା ଗୁଟେ ଅଙ୍କନେ ରହୁଥିବାର ବେଲକେ ଇହାନେ ତିନି ଅଙ୍କନେ ଆସୁଛେ । ସଂକ୍ରମଣ ବଢୁଥିବାର ଦେଖିକରି ଜିଲ୍ଲାକେ ଅରେଞ୍ଜ ଜୋନ୍‌ନେ ରଖାଯାଇଛେ । ସେଆଡେ କୋଭିଡ୍ ହସ୍ପିଟାଲନେ ରୋଗୀ ଭର୍ତ୍ତି ହେଇଯାଇଥିବାର ବେଲକେ ଆହୁରି ବେଡ୍‌ର ଦରକାର ରହିଛେ ।

ସଭେ ଯେନ୍ତା ଜାନିଛନ୍ କି ଇହାଦେ ଦେଶନେ କରୋନାର ଦୁଇ ନମ୍ବର ଲହର ଚାଲିଛେ । ମାର୍ଚ୍ଚ ମାସନୁ ଫେର୍ ସଂକ୍ରମଣ ହାର ଭିଲ୍ ବଢିଛେ । କରୋନା କବଜାନେ ସମ୍ବଲପୁର ଜିଲ୍ଲା ଭିଲ୍ ରହିଛେ । ଜିଲ୍ଲାନେ ଫି ଦିନ୍ କରୋନା ରୋଗୀକଁର ସଂଖ୍ୟା ହୁ ହୁ ହେଇକରି ବଢିଚାଲିଛେ । ଆଘୋନୁ ଜିଲ୍ଲାନେ କରୋନା ଆକ୍ରାନ୍ତକଁର ସଂଖ୍ୟା ଗୁଟେ ଅଙ୍କନେ ରହୁଥିବାର ବେଲକେ ଇହାଦେ ସଂଖ୍ୟା ତିନି ଅଙ୍କନେ ଆସୁଛେ ଯେନଟା ଅଏତକା ମୁଡ ଦୁଖା ବନିଛେ । ଗଲା ୨୪ ଘଣ୍ଟା ଭିତରେ ଯଦି ଜିଲ୍ଲାନେ ସଂକ୍ରମଣ ସଂଖ୍ୟ ଦେଖମା ତ ଇଠାନେ ୧୧୪ଟା ପଜିଟିଭ୍ ଚିହ୍ନଟ୍ ହେଇଛନ୍ । ସେନ୍ତା ସୋମବାର ସମ୍ବଲପୁରନୁ ୧୧୨ ରୋଗୀ ଚିହ୍ନଟ ହେଇଥିଲା । ସଂଖ୍ୟାନୁ ବାରି ହେଇଯାଉଛେ ଯେ କେନ୍ ହିସାବେ ଜିଲ୍ଲାନେ ପଜିଟିଭ୍‌କଁର ସଂଖ୍ୟା ରହିଛେ । ସଂକ୍ରମଣ ସଂଖ୍ୟା ବଢବାରନୁ ଇହାଦେ ଇଟା ଅରେଞ୍ଜ ଜୋନ୍‌ନେ ରହିଛେ । ପୁଲିସ ପ୍ରଶାସନ ଆଡୁ ଲୋକମାନକୁଁ ସଚେତନ୍ କରାଯିବାର ସାଙ୍ଗେ ମାସ୍କ ଚେକିଂ କଡାକଡି କରାଯାଇଛେ । ଇତାର ସତ୍ତ୍ୱେ ଭିଲ୍ ପଜିଟିଭ୍ ସଂଖ୍ୟାନେ ବିରାମ୍ ନାଇଁ ଲାଗବାର । ସହରର ଛକ୍‌, ବଜାର, ରେଲୱେ ଷ୍ଟେସନ ସବୁନେ କଡା ଯାଂଚ କରାଯାଉଛେ ଆରୁ ଟେଷ୍ଟିଂ ଉପରେ ଭିଲ୍ ଗୁରୁତ୍ୱ ଦିଆଯାଉଛେ । ସେଆଡେ ଜିଲ୍ଲାର କୋଭିଡ୍ ହସ୍ପିଟାଲ ବନିଥିବାର ଭିମସାର ମେଡିକାଲନେ ରୋଗୀ ଭର୍ତ୍ତି ହେଇଗଲେନ୍ । ବାହାର ଜିଲ୍ଲାନୁ ଜହ ରୋଗୀ ଆସୁଥିବାର ଜନାପଡିଛେ । ଘରୋଇ ହସ୍ପିଟାଲନେ କୋଭିଡ୍ ଚିକିତ୍ସା ଆରମ୍ଭ ହେଇଥିଲେ ଭିଲ୍ ଭିମସାରନେ ଅଏତକା ରେଗୀ ରହୁଛନ୍ । ଭିମସାର ମେଡିକାଲନେ ବେଡ୍ ସଂଖ୍ୟା ବଢାବାର ଲାଗି ଭିଲ୍ କାମ୍ ଚାଲିଛେ । ନିଜେ ଜିଲ୍ଲାପାଳ ସୁଭମ୍ ସ୍କସେନା ଯାଇକରି କାମ୍‌ର ସମୀକ୍ଷା କରୁଛନ୍ । କୋଭିଡ୍ ରୋଗୀକଁର ଲାଗି ଇହାଦେ ଶହେଟା ବେଡ୍ ସାଙ୍ଗେ ୨୦ଟା ଆଇସିୟୁ ରହିଛେ । ଯେନଟାକେ ବଢେଇକରି ୧୭୫ ବେଡ୍ ଆରୁ ୫୦ ଆଇସିୟୁ ଖୁଲାଯିବାର ନେଇକାମ୍ ଚାଲିଛେ । ଦୁଶରା ଜିଲ୍ଲା ମାନକୁ ଆସୁଥିବାର ରୋଗୀକଁର ଲାଗି ବେଡ୍ ସଂଖ୍ୟା କମୁଥିବାର ଜନାପଡିଛେ । ସେଆଡେ ରାଜ୍ୟ ସରକାର ସବୁ ଜିଲ୍ଲା ମାନକେ କୋଭିଡ୍ ଚିକିତ୍ସା କେନ୍ଦ୍ର ଖୁଲାଯିବାର ନେଇକରି ଯୋଜନା କରିଛନ୍ ।

Leave A Reply

Your email address will not be published.