ଗୁଟେ କୁଟୁମ୍‌ନୁ‌ ୬ଜନକଁର ମର୍ଡର

ଫେର୍‌ ଥରେ ଚର୍ଚ୍ଚାନେ ପାଟନା୍‌ଗଡ୍

0

ବଲାଙ୍ଗୀର ଜିଲ୍ଲା ପାଟନାଗଡ୍‌ ଆର୍‌ଥରେ ଚର୍ଚ୍ଚାକେ ଆସିଛେ । ଇ କିଛି ବଛର ଆଗରୁ ପାଟନାଗଡ୍‌ ପାର୍ସଲ୍‌ବମ୍‌ ବ୍ଲାଷ୍ଟ୍‌ର ସେ ଘ୍‌ଟନା ଲୋକ ମାନକଁର୍‌ ମନୁ ନାଇ ଲିଭି ଥିବାର୍‌ ବେଲେ ଇହାଦେ ପାଟନାଗଡ୍‌ର ଆର୍‌ ଗୁଟେ କୁଟୁମ୍‌ନୁ‌ ୬ଜନକଁର ମର୍ଡର ହେଇଛେ । ବଲାଙ୍ଗୀର୍‌ ପାଟନାଗଡ୍‌ ବ୍ରହ୍ମପୁରା ପାସର୍‌ ସଅଁରପଡା କୁସୁମତଲ୍‌ ଠାନେ ଗୁଟେ ପରିବାରର ୬ଜନକୁ ଅତି ନିର୍ମମ୍‌ ହିସାବେ ମର୍ଡର କରାଯାଇଛେ । ସଅଁରପଡାନେ ରହୁଥିବାର ବୁଲୁ ଜାନୀ (୫୦ବରଷ) ,ତାକଁର ସ୍ତ୍ରୀ ଜ୍ୟୋତି (୪୮ବରଷ) ,ଦୁଇ ପୋ ଭୀଷ୍ମ ଜାନୀ (୫ବରଷ), ସଂଜୀବ ଜାନୀ(୨ବରଷ) ଆର୍‌ ଦୁଇ ଝି ସରିତା ଜାନୀ(୧୪ବରଷ) ,ଶ୍ରୀୟା ଜାନୀ (୩ବରଷ)କେ ଗଇଁତିନେ ପିଟିକରି ମାରିଦେଇଛନ୍‌ । ମଙ୍ଗଲବାର ରାତିନେ ଇ ହତ୍ୟାକଣ୍ଡ୍‌ କରାଯାଇଥିବାର ସନ୍ଦେହ୍‌ କରାଯାଉଛେ ।

ବୁଧବାର ସକାଲେ ୧୦ବଜେ ତକ୍‌ ବୁଲୁକଁର ଘରୁ କେହି ବାହାରି ନାଇଥିଲେ କି କାହାର ଆବାଜ୍‌ ଭିଲ୍‌ ନାଇ ଶୁଭୁଥାଇ ସେନେଇକରି ତାକଁର ପଡୋଶୀ ମାନେ ତାକଁର ଘର୍‌ ପହଁଚିଥିଲେ ଆର୍‌ ପୁଲିସ୍‌କେ ଖବର୍‌ ଦେଇଥିଲେ । ପୁଲିସ୍‌ ଆସବାର ଉତାରୁ କମ୍ବଲ୍‌ ଉଢିକରି ସଭେ ପଡିଥିଲେ ଆର୍‌ କମ୍ବଲନେ ସବୁଆଡେ ରକତ୍‌ ଛିଟା ଲାଗିଥିଲା । ଆର୍‌ ଘର୍‌ ବାହାରେ ଗୁଟେ ଧାର୍‌ ଗଇଁତିଟେ ଭିଲ୍‌ ଦେଖବାରକେ ପାଇଥିଲେ । ପାଟନାଗଡ ପୁଲିସର ଖବର ଉତାରୁ ଏସପିକଁର ସାଙ୍ଗେ ସାଇଣ୍ଟିଫିକ୍‌ ଟିମ୍‌ ,ଡଗ୍‌ ସ୍କ୍ୱାଡ୍‌ ପହଁଚି କରି ଛାନ୍‌ବିନ୍‌ କରିଥିଲେ । ପରିବାର ର ସବୁ ଲୋକକଁ ର ଦେହେ ଦାଗ୍‌ ଥିବାରନୁ ଗଇଁତିନେ ସବକୁ ମାରିଥିବାର ପୁଲିସ ସନ୍ଦେହ୍‌ କରୁଛେ ।

ବୁଲୁ ଜନେ ଫେରିବାଲା ଥିଲେ ତାକଁର୍‌ ପରିବାରନେ ତାଙ୍କର ଆର୍‌ ଦୁଇଟା ପୋ ଥିବାର ଜନା ଜାଇଛେ ଜେନମାନେକି ବାହାରେ ରହୁଛନ ବୋଲି ତାକଁର୍‌ ପାଖର୍‌ ଲୋକମାନେ କହୁଛନ୍‌ । ଆର୍‌ ପୁଲିସ ସେମାନକୁଁ ଭିଲ୍‌ କନଟାକ୍ଟ୍‌ କରବାର ଲାଗି ତାର ଚେଷ୍ଟା ଚଲେଇଛେ । ତାକଁର୍‌ ହତ୍ୟାକେ ନେଇକରି ବହୁତଟେ ପ୍ରଶ୍ନ ଉଠିଛେ କିଏ କହୁଛେ ପୁରନା ଦୁଶ୍‌ମନି ଲାଗି ତ ଆର୍‌ କିଏ କହୁଛେ ଗୁନିଗାରଡି ସନ୍ଦେହ୍‌ନୁ ମରାଯାଇଛେ । ତାକଁର୍‌ ପାସର ଦୁହି ପଡୋଶୀ ଘର୍‌ନେ ତାଲା ଝୁଲୁଥିବାର ବେଲେ ତାକଁର୍‌ ପଚରା ଉଚରା ଲାଗି ପୁଲିସ୍‌ ଚେଷ୍ଟା ଚଲେଇଛେ । ବଲାଙ୍ଗୀର ଏସ୍‌ପିକଁର ଟିମ୍‌ ଘଟନାଇର ମୁଲ୍‌କେ ପହଁଚିବାର ଲାଗି ସବୁରଥିର୍‌  ଯାନଚ୍‌ କରୁଛନ ।

Leave A Reply

Your email address will not be published.