‘ମାଁ ମାଏଟ୍ କାଁନ୍ଦୁଛେ’…

ମାଁ ମାଏଟ୍ କାଁନ୍ଦୁଛେ… ଇ ପଦେ କଥା ଶୁନିଦେଲେ ଇହାଦେ ଆମର୍ ଭିତରୁ ମାଁ ମାଏଟ୍ କେ ବଞ୍ଚାବାର୍ ଲାଗି ଶହ ଶହ ସଂଗ୍ରାମୀ ବାହାରି ପଡ଼ବେ । ଆର୍ ସୋସିଆଲ୍ ମିଡିଆଥି ତ କେତେ କେତେ ସଂଗ୍ରାମୀ ବାହାରିଯିବେ ଯେ ତାର୍ ହିସାବ୍ ନାଇଁ । ଇ କଥାର୍ ପରୀକ୍ଷା ଆପଣ୍ ନିଜେ ବି କରିନେଇ ପାରବେ । ବାକି ଯଦି ଆମେ ସତେ ଆମର୍ ମାଏଟ୍ କେ ମାଁ ବଲି ଭାବୁଥିତାଁ… ଆର୍ ଦୁନିଆଁର୍ ଆଘେ ସଭେ ଯେତକି ଭଲଲୋକ୍ ଦେଖେଇହେସାଁ ସତେ ହେତକି ଭଲ୍ ପାଉଥିତାଁ.. ବେଲେ ଆଏଜ୍ ସେ ମାଏଟ୍ କେ ଏତିକି ଗୁଲଗୁଲା ନାଇଁ କରୁଥିତାଁ । ଆଏଜ୍ ‘ବିଶ୍ବ ମାଏଟ୍ ଦିବସ୍’ ଦିନ୍ ନିଜର୍ ଅନ୍ତରାତ୍ମାକେ ଦୁଇ ପଦ୍ କଡା କଥା ପଚରେଇ କରି ତାର୍ ଉତ୍ତର୍ ପାଏବାର୍ ଚେଷ୍ଟା କରବାର୍ ସମିଆ ଆସିଛେ ।

ମାଏଟ୍ ଗୁଟେ ଏନ୍ତା ଜିନିଷ୍ ଯାହାର୍ କି ଇ ଦେଶଦୁନିଆଁର୍ ସବୁ ବିକାଶ୍ ର ମୂଲେ ସବୁଠାନୁ ଜହକରି ଯୋଗଦାନ୍ ଅଛେ । ଗୁଟେ ହିସାବେ କହେଲେ ମାଏଟ୍ ନାଇଁ ହେଲେ ଆମେ ବଞ୍ଚି ନାଇଁ ପାରୁଁ । ଆମର୍ ବିଜ୍ଞାନ୍ ଯେତକି ଆଗକେ ଗଲେବି ବିନା ମାଏଟ୍ ନେ ଆମେ ଖାଦ୍ୟ ପାଇ ପାରମା କାଏଁ ? ସିଧା ଉତ୍ତର ହେଉଛେ: ନାଇଁ । ଇ ସାରା ମୁନୁଷ୍ ଜାତିର୍ ଆର୍ ସଭ୍ୟତାର୍ ଯାହା ଯାହା ବି ବିକାଶ୍ ହେଇଛେ ସବୁଥିର୍ ମୂଲେ ମାଏଟ୍ ଅଛେ ବଲିକରି କହିପାରମା । କେଡେ ଚମତ୍କାରୀ ଆଏ ଇ ମାଏଟ୍ ବଲବାର୍ ଜିନିଷ୍ ଟା । ତାର୍ ଭିତରେ ଯେତକି ସଂପଦ୍.. ଉପରେ ସେତକି । ସେ ମାଏଟ୍ ଉପରେ ଏକା ଜନମ୍ ନୁ ମରବାର୍ ତକର୍ ସବୁ କାମ୍ କବାର୍ । ଆମେ ଯେନ୍ ଠାନେ ବି କାମ୍ କରୁଁ ଆର୍ ଯାଏଁ ବି କାମ୍ କରୁ ଇ ମାଏଟ୍ ଅଛେ ବଲି ଏତକି ନାଟ୍ । ମାଏଟ୍ ଉପରେ ବିହନ୍ ଦୁଇ ମୁଠା ପଡିଗଲେ ଆର୍ ପାଏନ୍ ଟିକେ ଝିଁଟି ହେଇଯିବାର୍ ପରେ ଯେନ୍ ଚମତ୍କାର ଜିନିଷ୍ ଟା ଆଗକେ ଘଟୁଛେ ତାର୍ ବୁତେ ଇ ମୁନୁଷ୍ ଜାତିର୍ ଏଡକି ତୋଡ୍ । ମାଏଟ୍ ଥି ହେ ହେତକି ଟିକେ କାମ୍ ବନ୍ଦ୍ ହେଇଗଲେ ଆମର୍ ପାହାଡ୍ ଟଡା… ସମୁଦ୍ର କୂଡା… ଆର୍ ଆକାଶେ ଉଡା… ସବୁଥି ଥରେକେ ହରିବୋଲ୍ ପଡିଯିବା । ଯେନ୍ ହିସାବେ ଦେଖଲେବି ମାଏଟ୍ ଏକା ଇ ସଭ୍ୟତା ଏତକି ଦୂର୍ ଆସିପାରିଥିବାର୍ ମୂଲପିଁଣ୍ଡ୍ ବଲି ସଭେ ମାନମା ।

ଏନ୍ତା ନାଇଁସେ ଯେ ଇ ସବୁ କଥା ଆମେ ନାଇଁ ଜାନି । ସଭେ ଜାନିଛୁଁ ଆର୍ ମାଏଟ୍ କେ ସଭେ ମାଁ ବଲି ଭିଲ୍ ମାନିଛୁଁ ଆର୍ ମାଁ ମାଏଟ୍ ବଲି କହୁଛୁଁ। ବାକି ଯଦି ମାଁ ବଲି ମାନିଛୁଁ ବେଲେ ସେ ମାଏଟ୍ ର ଏନ୍ତା ଗୁଲ୍ ଗୁଲା ଅବସ୍ଥା କାଁକରି ? ଯେନ୍ ଆଡର୍ ମାଏଟ୍ ଦେଖ ସେସବୁ ଦିନୁ ଦିନକେ ଖରାପ୍ ହେବାର୍ କେ ଲାଗିଛେ । କେନ୍ନେ ସେଥି ଅମ୍ଲର୍ ମାତ୍ରା ବଢ଼ି ଗଲାନ ତ ଆର୍ କେନ୍ନେ ଆର୍ କେନ୍ କେମିକାଲ୍ ମିଶିକରି ମାଏଟ୍ କେ ଖରାପ୍ କରି ଦେଲାନ । କେନ୍ନେ ବାଏଲ୍ ଚରି ଗଲାନ ତ ଆର୍ କେନଆଡେ ମାଏଟ୍ ଉପରୁ କେତେ ପରସ୍ତ୍ ଉହୁଲି ଗଲାନ ଯେ ତାର୍ ହିସାବ୍ ନାଇଁ । ଯାହିଁ ଦେଖ ଖାଲି କୁଢ଼ କୁଢ଼ ମଏଲା, ପ୍ଲାଷ୍ଟିକ୍ ର ପାହାଡ୍ ଆର୍ କେତେ କାଣା । ଆମେ କାଁ କରି ନାଇଁ ବୁଝି ପାରବାର୍ ଯେ ମାଏଟ୍ ମାଁର୍ ଦିହି ଭଲ୍ ନାଇଁନ । ଦିନୁ ଦିନକେ ଆର୍ ଆର୍ ଖରାପ୍ ହେଇ ଚାଲିଛେ । ଖରାପ୍ କରୁଛେ କିଏ ? ସିଧା ଉତ୍ତର : ଆମେ .. କିଏ ଟିକେ ଜହ..ଆର୍ କିଏ ଟିକେ କମ୍ ।

ଆମର୍ ମୁଡେଁ କାଁକରି ନାଇଁ ପଶବାର୍ ଯେ ଯଦି ମାଏଟ୍ ଖରାପ୍ ହେବା… ବଏଲେ ପାଏନ୍ ବି ଖରାପ୍ ହେବା… ପବନ୍ ବି ଖରାପ୍ ହେବା । ଆମେ ଖାଏମା କାଣା ଆର୍ ପିଇମା କାଣା ! ସମକର୍ ବଁଞ୍ଚବାର୍ ମୁସ୍କିଲ ହେଇଯିବା । ହେଇଯିବା କାଁ କରି.. ହେଇ ଗଲାନ । ହୁଏତ ଆମେ ଖବର୍ ନାଇଁ ପାଏବାର୍ । ଆର୍ ଖବର୍ ପାଏଲେ ବେ ଯେନ୍ତା ଧ୍ୟାନ୍ ଦେବାର୍ କଥା ସେନ୍ତା ନାଇଁ ଦେବାର୍ । ନିହେଲା କଥା ମାନକୁ ମାତିଛୁଁ । ବାକି ମାଏଟ୍ ମାଁର୍ ଖବର୍ ବୁଝବାର୍ ସମିଆ ନାଇଁନ । ଥରେ ତ ଖୁଜିକରି ଦେଖୁନ୍ ଯେ ଫି ବରଷ୍ ଖାଲି ମାଏଟ୍ ଦୂଷିତ୍ ହେଇଯାଉଛେ ବଲି କେତେ ଲୋକ୍ ମରିଯାଉଛନ୍ ଯେ ।

ମାଏଟ୍ କେ ସଫା ରଖବାର୍ ଲାଗି, ଠିକ୍ ରଖବାର୍ ଲାଗି ଅରବ୍ ଖରବ୍ ଟଁକା ସରୁଛେ । ପଞ୍ଚାୟତ୍ ନୁ ପାର୍ଲିଆମେଣ୍ଟ ଆର୍ ଜାତିସଂଘ ତକ୍ ଯୋଜନା କରାଯାଉଛେ । ବାକି ସେନ୍ତା ରକମର୍ ଫଲ୍ କାଇଛେ ? ଇହାଦେ ଆମର୍ ଭାରତର ୩୧% ମାଏଟ୍ ଧିରେ ଧିରେ ମରୁଭୂମି ହେବାର୍ ଉପରକେ ଯାଉଛେ ବଲି ସରକାରୀ କାଗଜ ପତର୍ କହୁଛେ । ଏନ୍ତା ହେଲେ ଆମର୍ ଅବସ୍ଥା କାଣା ହେବାଯେ ଭାବି ପାରୁଛନ୍ ତ ?

ପ୍ରଶ୍ନ ତ ବହୁତ୍ ପଚରେଇ ପାରମା । “ହେତାର୍ ଦୋଷ୍… ସେତାର୍ ଦୋଷ୍…” ବଲି କଥା ବି ବହୁତ୍ କହି ପାରମା । ବାକି ଲାଭ୍ କାଣା ହେବା ? ଆର୍ ଇ ହିସାବେ ଯଦି ସବୁ ଚାଲବା ବଏଲେ ଆମର୍ ଭବିଷ୍ୟତ୍ କାଣା ହେବା ?

ମାଏଟ୍ କେ ପଞ୍ଚଭୂତ ଭିତରୁ ଗୁଟେ ବଲି କହୁଛୁଁ.. ମାଁ ବଲି ବି କହୁଛୁଁ । ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରିୟସୀ’ ବଲି ମାଏଟ୍ କେ ମୁଁଡିଆ ମାରୁଛୁଁ । ଜୀବନଗଲା ପରେ ଆମକୁ ହେ ମାଁର୍ କୁଲେ ଶୁଏଇ ଦିଆଯାଉଛେ । ବାକି ଆମର୍ ସେ ମାଁ ମାଏଟ୍ କେ ଏନ୍ତା ଅସକଟ୍ କାଁକରି କରୁଛୁଁ ! ସତ୍ କଥା କହେବାର୍ କେ ଗଲେ ମାଏଟ୍ ମା କିଏ ଆଏ ଯେ ଆମେ ନାଇଁ ଚିହ୍ନି। ମାଏଟ୍ ର ଗୁଟେ ନାଁ ଟେ ନାଇଁ ହେବାର୍ ତକ୍ ମାଏଟ୍ ସାଂଗେ ଆମର୍ ସଂପର୍କ ହିଁ ନାଇନ ।

ମାଏଟ୍ ର ନାଁ ଯଦି ଯୋଗୀସର୍ଡା.. ଲୋଇସିଂହା… ବଲାଙ୍ଗୀର୍… ପଶ୍ଚିମ ଓଡିଶା… ଓଡ଼ିଶା… କି ଭାରତ୍.. କାଣା ଗୁଟେ ହେଲେ ଜାକିର୍ ତାର୍ ସାଂଗେ ଆମର୍ ଆମର୍ ସଂପର୍କ । ଆମକୁ ସବୁ ଦେଲେବି ଖାଲି ମାଏଟ୍ ମୁଠେକେ ପଚରେ କିଏ ! ନାଁ ଥିଲା ଗୁଟେ ମାଏଟ୍ ସାଂଗେ ଯୁଡି ହେଇଥିବାର୍ ଆମର୍ ଅହଂକାର୍ ର ଭବିଷ୍ୟତ୍ କାଣା ଆଏ !
ଆମର୍ ସମକର୍ ଆଏଁଖ୍ ସାମନେ ଝଲ୍ ଝଲ୍ ଦିଶୁଛେ । ଦେଖଲେ ଭଲ୍… ଆଏଁଖ୍ ମୁଜି ଦେଲେ ଭିଲ୍ ଭଲ୍ ।
ହେତକି ହେତକି ପ୍ରଜାତି ମାଏଟ୍ ଥି ମିଶିଗଲେ.. ବାକି ହେ ମାଏଟ୍ ଅଛେ । ଆମେ ବି ମିଶିଯିମା ।
ବେଲ୍ ଉଛୁର୍ ସିନା ହେଇଛେ, ବାକି ଫେର୍ ବି ସମିଆ ଅଛେ ।
ଆଜିର୍ ବାଗିର୍ ଦିନେ ଥରେ ଭାବୁନ୍ ଆର୍ ବାକି ଦିନେ କାଣା କରିପାରମା ଯେ କରଙନ୍,” ମାଏଟ୍ ଆମର୍ ମାଁ ଆଏ.. ଆର୍ ମାଏଟ୍ ମାଁ କାନ୍ଦୁଛେ ” ।