ବାଲିଜୁରୀ ହାଟ୍ ବନବା ବ୍ରାଣ୍ଡ୍‌

ଏସିଆର ବଡଖା ବାନ୍ଧ କପଡା ବଜାର ବନବା ବାଲିଜୁରୀ ହାଟ୍‌

0

ସମ୍ବଲପୁରୀ ଶାଢୀ । ପଶ୍ଚିମ ଓଡ଼ିଶାକେ କେତେନି , ନାଁ ଆନିଦେଇଛେ ! ଖାଲି ରାଏଜ କି , ଦେଶ ନାଇଁସେ ଦେଶ ବାହାରେ ବି ରହିଛେ ସମ୍ବଲପୁରୀ କପଡାର ଆଦର । ଯେତେବେଲେ ବି ସମ୍ବଲପୁରୀ ଶାଢୀ , କପଡାର କଥା ପଡସି, ମନକେ ଆଏସି ବରଗଡର ବାଏଲଜୁରି ହାଟର କଥା । ଇ ହାଟକେ ଆଗକେ ଏସିଆର ସବୁନୁ ବଡ ଖୁଲା ପଡିଆ କପଡା ବଜାର କରବାରକେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ । ଇନେଇକରି ତାକଁର୍ ଅଧ୍ୟକ୍ଷତାନେ ଗୁଟେ କମିଟି ବନାହେଇଛେ । ବରଗଡନେ ଥିବାର୍ ଇ ବାଏଲଜୁରି ହାଟେ ସବୁ ରକମର ସୁବିଧା କରାଯିବାର୍ ନେଇ ଆଗକେ ବ୍ୟବସ୍ଥା ହେବା । ବାନ୍ଧ କପଡାକେ ପୁରା ବିଶ୍ୱନେ ଗୁଟେ ବଡ ବ୍ରାଣ୍ଡ ବନାବାର୍ ଲାଗି ସରକାରକଁର୍ ତରଫୁଁ ଗୁଟେ ବଡଭାରି ଚେଷ୍ଟା ମୁଲ ହେଇଛେ ।

ପହେଲା ଖେପେ ପଶାପାଲି, ସୋନପୁରୀ, ବୋମକେଇ ଡିଜାଇନ ଉପରେ ସରକାର ଧିଆନ ଦେବେ । ଇହାଦେତକ୍ ୧୬୬ ପ୍ରକାର ଡିଜାଇନ ପ୍ରସ୍ତୁତ ହେଇଥିବାର୍ ବେଲକେ ଆଗକେ ଆହୁରି ବି ଡିଜାଇନ୍ କରାଯିବା । ଓଡ଼ିଶାର ଡିଜାଇନ ମାନକୁଁ ଆହୁରି ଭଲ କରବାର୍ ଲାଗି ଆନ୍ତାର୍ଜାତିକ ସ୍ତରନେ ନା ଥିବାର୍ ଡିଜାଇନର ମାନକୁଁ ଡାକବାର୍ ଲାଗି ବୈଠକନେ ନିଷ୍ପତି ହେଇଛେ । ଏନ୍ତାକି ଇ-କମର୍ସ ସାଙ୍ଗେ କପଡା ବଜାରକେ ଯୁଡବାର୍ ଲାଗି ଚାଲିଥିବାର ଚେଷ୍ଟାକେ ବି ଆଗକେ ବଢାଯିବା ବଲି ଆଲୋଚନା ହେଇଛେ । ବୁନାକାର ମାନକଁରଠାନୁ ଘିନବାର୍ ଲାଗି ବୟନିକା, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟକେ ବିନା ସୁଧନେ ଲୋନ୍ ଦିଆଯିବା । ଓଡ଼ିଶାର ଡିଜାଇନ ମାନକୁଁ ବଢାବାର୍ ଲାଗି ଏନ୍ତାକି କପଡା ଡିଜାଇନ ଲାଗି ଯୁଆନ ପିଢୀ ଭିତରେ ତହଁକ ଯେନ୍ତା ଆସବା, ସେଥିରଲାଗି ଇଣଟନସିପ, ସ୍କଲାରସିପର ବ୍ୟବସ୍ଥା ବି କରାଯିବା । ସେଆଡେ ଆନ୍ତର୍ଜାତିକ ସ୍ତରନେ ହେଉଥିବାର୍ ପ୍ରଦର୍ଶନୀ ମାନକଁର ଜରିଆନେ ଇ ସବୁର ପ୍ରଚାରପ୍ରସାର କରବାର୍ ଲାଗି ଚେଷ୍ଟା କରାଯିବା ।

Leave A Reply

Your email address will not be published.