ଦେଶେ ୯୦ ଲାଖ୍ ଟପଲା କରୋନା

ମଧ୍ୟପ୍ରଦେଶ, ଗୁଜୁରାଟ୍‌ର କେତେଟା ସହରନେ ରାତି କର୍‌ଫ୍ୟୁ ଲାଗୁ

0

ଦେଶେ ଫେର୍ ବିଗଡିବାରନେ ଲାଗିଛେ କରୋନା ସ୍ଥିତି । ୯୦ ଲାଖ୍ ଟପିଛେ କରୋନା ରୋଗୀକଁର ସଂଖ୍ୟା । ସେନ୍ତା କରୋନାନେ ଏକ ଲାଖ୍ ୩୨ ହଜାର ୧୬୨ଜନକଁର ଗଲାନ ଜୀବନ୍ । ଗଲା ୨୪ ଘଣ୍ଟା ଭିତରେ ୪୫ ହଜାର ୫୨୨ ନୂଆଁ କରୋନା ରୁଗୀ ଚିହ୍ନଟ ହେଇଥିବାର ବେଲକେ ୫୮୪ ଜନ୍‌କଁର ଜୀବନ୍ ଯାଇଛେ । ସେଆଡେ ୮୪ ଲାଖ୍ ୨୮ହଜାର ୪୦୯ ଜନ୍ କରୋନାନୁ ସୁସ୍ଥ ହେଇଛନ୍ । ଦିଲ୍ଲୀରେ ସବୁନୁ ଅଏତକା ସଂକ୍ରମଣ ମାମଲା ରହିଥିବାର ବେଲକେ ଚିନ୍ତା ବଢିଛେ । ହରିୟାଣା, ରାଜସ୍ଥାନ, ଗୁଜୁରାଟ ମେତାର ରାଜ୍ୟକେ ମନ୍ତ୍ରାଳୟ ଆଡୁ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଲ ପଠାଯାଇଛେ । କରୋନା ସଂଖ୍ୟା ବଢୁଥିବାରନୁ ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଗ୍ୱାଲୟର, ବିଦିଶା, ଆରୁ ରତଲମ୍ ଜିଲ୍ଲାନେ କର୍‌ଫ୍ୟୁ ଲାଗୁ କରାଯାଇାଛେ । ସେନ୍ତା ଗୁଜୁରାଟର ଭିନ୍ ଭିନ୍ ଜାଗା ମାନକେ ଭିଲ୍ ରାତି କରଫ୍ୟୁ ଲାଗୁ ହେଇଛେ ।

Leave A Reply

Your email address will not be published.