ଓସ୍କାର ରେସନେ ‘କାଲିର ଅତୀତ’

0

ଯେନ କେନସି ନିର୍ଦ୍ଦେଶକ୍ ହେଉନ କି ଅଭିନେତା ହେଉନ୍ ସମକଁର୍ ଲାଗି ଓସ୍କାର ଗୁଟେ ସପନ୍ । ଆର ସେ ଓସ୍କାର ରେସନେ ଅଛେ ଇହାଦେ ନାଁକରା ନିର୍ମାତା ନିର୍ଦ୍ଦେଶକ୍ , ସୋନପୁର ମାଟିର ପୁଓ ନୀଳମାଧବ ପଣ୍ଡାକଁର୍ ପହେଲା ଓଡ଼ିଆ ଫିଲ୍ମ ‘କାଲିର ଅତୀତ’ । ଆଜିକାର ତାରିଖନେ ଓଡ଼ିଆ ଭାଷାନନେ ବନା ହେଇଥିବାର୍ ଗୁଟେ ଫିଲ୍ମ ଏତେ ଦୂର ପହଞ୍ଚିବାର୍ ଟା ହିଁ ଓଡ଼ିଆ ଫିଲ୍ମ ଜଗତ୍ କେ ଗୁଟେ ନୂଆ ପରିଚୟ ଦେଇ ପାରିଛେ । ବାସ୍ତବିକ ଘଟନାକେ ନେଇକରି ବନା ହେଇଥିବାର୍ ଗୁଟେ ନିଚ୍ଛକ୍ ସିନେମା ହେଉଛେ ‘କାଲିର ଅତୀତ’ । ବେଷ୍ଟ ଫିଲ୍ମ, ବେଷ୍ଟ ଏକଟର, ବେଷ୍ଟ ନିର୍ଦ୍ଦେଶକ୍ ରେସନେ ଅଛେ ଇ ଫିଲ୍ମ ।

‘କାଲିର ଅତୀତ’ ଏନ୍ତା ଗୁଟେ ସିନେମା ଯେନେ ସମୁଦ୍ର ବି ଗୁଟେ ଚରିତ୍ର ଆଏ । ପୁରା ସିନେମାନେ ସମୁଦ୍ର ସାଙ୍ଗେ ଆର ଗୁଟେ ମୁଖ୍ୟ ଚରିତ୍ର ହେଉଛେ ଗୁନୁ । ଇ ଦୁହି ଚରିତ୍ରକେ ନେଇକରି ସିନେମାର କଥାନୀକେ ଜୀବନ୍ତ କରିଦେଇଛନ୍ ଆନ୍ତର୍ଜାତିକ୍ ନାଁକରା ସିନେମା ନିର୍ମାତା ନିର୍ଦ୍ଦେଶକ୍ ଶ୍ରୀ ନୀଳ ମାଧବ ପଣ୍ଡା ଆର୍ ହେଥିରଲାଗି ତାକଁର୍ ଫିଲ୍ମ ‘କାଲିର ଅତୀତ’ ଫିଲ୍ମ ଓସ୍କାର ରେସନେ ଅଛେ । ଆର୍ ଆଘୋନୁ ଗୋଆନେ ହେଇଥିବାର୍ ଇଣ୍ଟର ନେସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆନେ ଚର୍ଚ୍ଚାର କାରନ୍ ପାଲଟିଥିଲା ।

ଫିଲ୍ମ ଜଗତନେ ନୀଳ ମାଧବ ପଣ୍ଡା ହେଉଛେ ଗୁଟେ ଚର୍ଚ୍ଚିତ୍ ନାଁ । ଯିଏକି ବହୁତ୍ ଜୁଆନ୍ ବୟେସେ ତାକଁର୍ କାମ୍ ଲାଗି ପଦ୍ମଶ୍ରୀ ସମ୍ମାନନେ ସମ୍ମାନିତ୍ ହେଇଥିଲେ । ସେ ମୁନୁଷର ସାମାଜିକ୍ ଜନଜୀବନର ସମସ୍ୟା ମାନକୁଁ ନେଇକରି ସିନେମା ବନାସନ୍ କି ତାକଁର୍ ପ୍ରତିଟା ସିନେମାକେ ସମାଜିକ୍ ଜୀବନର ସେ ଜିନିଷ୍ ମାନେ ଆପେ ଆପେ ପଶି ଆସିଥିବାର୍ ସେଟା କହେବାରଟା ମୁସ୍କିଲ ଜଳବାୟୁ ପରିବର୍ତ୍ତନ୍ ଉପରେ ଆଘୋନୁ ୨ଟା ମନଛୁଆଁ ଫିଲ୍ମ ‘କୌନ୍ କିତନେ ପାନି ମେ’ ଆର୍ ‘କଡୱି ହୱା’ ଉତାରୁ ‘କାଲିର ଅତୀତ’ ହେଉଛେ ଶ୍ରୀ ପଣ୍ଡାକଁର ପହେଲା ଓଡ଼ିଆ ଫିଲ୍ମ ଏକା ଓସ୍କାର ରେସରେ ଥିବାର୍ ଟା ହିଁ ଏକା ଗୁଟେ ବହୁତ୍ ବଡ କଥା ଆଏ ।


ଜଳବାୟୁ ପରିବର୍ତ୍ତନର ସାମାଜିକ୍ ପରିଣାମ ଯେ କେତେ ଭୟଙ୍କର୍ ହେବାରକେ ଯାଉଛେ । ସେଟା ଇ ଫିଲ୍ମନେ ଗୁଟା ଗୁଟା ଉତରି ଆସିଛେ । ଗୁନୁ ଚରିତ୍ରକେ ପୀତବାସ ତ୍ରୀପାଠି ଜୀବନ୍ତ୍ କରିଦେଇଛନ୍ । ବିନା ଲାଇଟ ଆର୍ ସାଉଣ୍ଡ ଇଫେକଟ୍ ଥି ବି କେନ୍ତା ନିଚ୍ଛକ୍ ସିନେମା ବନେଇ ହେବାଯେ ସେଟାକେ ବି ଶ୍ରୀ ପଣ୍ଡା ଭଲ ହିସାବେ ଦେଖେଇ ପାରିଛନ୍ । ସମୁଦ୍ର ଭିତରେ ଗୁଟେ ନଲକୂଆଁକେ ଦେଖିକରି ଶ୍ରୀ ପଣ୍ଡା ଇ ସିନେମାର ପ୍ରେରଣା ପାଇଥିବାର୍ କହିଛନ୍ । ମୁଲୁ ଶେଷ୍ ତକ୍ ‘କାଲିର ଅତୀତ’ ଭବିଷ୍ୟତ୍‌କେ ଦେଖବାର୍ ଲାଗି ଆର୍ ତାର ବାବଦେ ଭାବବାର ଲାଗି ବାଧ୍ୟ କରୁଛେ । ଜଳବାୟୁ ପରିବର୍ତ୍ତନ୍ ହିଁ ଆଜି ଦୁନିଆର ଲାଗି ସବୁନୁ ବଡ ବିପଦ୍ । ଆର ବେଲ୍ ଥାଉ ଥାଉ ନାଇଁ ସଲଖିଲେ ଆମର ଆଜିର ସବୁ ସୁନ୍ଦର ଜିନିଷ୍ ଆର୍ ସୁନ୍ଦର୍ ସୁନ୍ଦର୍ ସପନ୍ ଯେ ‘କାଲିର ଅତୀତ’ ହେଇଯିବା । ସେଟା ଇ ସିନେମାନେ ଜଲ୍ ଜଲ୍ କରି ଦୁନିଆକେ ଦେଖେଇ ଦିଆଯାଉଛେ ।

Leave A Reply

Your email address will not be published.