ଅପନ୍ତରା ହେଇପଡିଛେ ରାଣୀପୁର ଝରିଆଲ

0

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସବଡିଭିଜନ୍ ବଙ୍ଗୋମୁଣ୍ଡା ବ୍ଲକଥି ଅଛେ ପ୍ରସିଦ୍ଧ ଯୋଗିନୀ ପୀଠ ରାଣୀପୁର ଝରିଆଲ । ସାରା ଭାରତଥି ଐତିହାସିକ୍ ଆର୍ ତନ୍ତ୍ରମନ୍ତ୍ର ପୀଠ ହିସାବେ ସଭେ ଜାନିଛନ୍ । ଚଉଷଠି ଯୋଗିନୀ ଆର୍ ଇନ୍ଦ୍ରଲାଠ ମନ୍ଦିର । ଇ ଅଞ୍ଚଲଥି ଶୈବ, ଶାକ୍ତ, ବୌଦ୍ଧ, ବୈଷ୍ଣବ, ତନ୍ତ୍ରମନ୍ତ୍ରର ପୀଠ ।ଭାରତୀୟ ସଂସ୍କୃତିର ଅଲଗା ପରିଚୟ କହେଲେ ବି ଭୁଲ ନାଇଁ ହୁଏ । ଗୁଟେ ଫାଲେ ଇ ପୀଠ ଐତିହ୍ୟକେ ଆବରି ରଖିଛେ ତ ଆର ଗୁଟେ ଫାଲେ ଆଧ୍ୟାତ୍ମିକ୍ ଆସ୍ଥା ଆର୍ ବିଶ୍ୱାସ୍‌କେ ସକଁଲି କରି ରଖିଛେ ।

ବଲାଙ୍ଗିର ଜିଲ୍ଲାର ରାଣୀପୁର ଝରିଆଲ । କାହିଁ କେତେ ପୁରନା ଇତିହାସ ଆର୍ ଐତିହ୍ୟର ମୁକସାକ୍ଷୀ ହେଉଛେ ଇ ରାଣୀପୁର ଝରିଆଲ । ପୁରନା ଇତିହାସର ବହୁତଟେ କୀର୍ତ୍ତିରାଜି ଇହାଦେ ବି ଦେଖବାରକେ ମିଲସି । ଚଉଷଠି ଯୋଗିନୀ ମନ୍ଦିର ତନ୍ତ୍ରମନ୍ତ୍ରର ପୀଠ ଥିଲା । ହେଲେ ଏତକି ଗୁଟେ ଐତିହାସିକ୍ ଜାଗା ହେଇଥିଲେ ବି ଜାଗାର ଯେନ୍ତା ଧିଆନ୍ ରଖାଯିବାର୍ କଥା ନାଁ ସେଟା କରାଯାଉଛେ ନାଁ ଯେତକି ପ୍ରଚାର ପ୍ରସାର ହେବାର୍ କଥା ସେଟା ହେଉଛେ । ପଥର ଖଁଡ ମାନେ ଖାଲି ଅଛେ । ପଥରଥି ବନା ହେଇଥିବାର୍ ମନ୍ଦିର ମାନେ ଭାଙ୍ଗିରୁଜିଗଲାନ । ଷଷ୍ଠନୂ ନବମ ଶତାଦ୍ଦୀ ଭିତରେ ଇ ଐତିହାସିକ୍ ମନ୍ଦିର ବନାହେଇଥିବାର୍ ଐତିହାସିକ୍ ମାନେ କହିଥିସନ୍ । ହେନ୍ତା ଇନ୍ଦ୍ରଲାଠ ମନ୍ଦିର ଇଟାନେ ବନାହେଇଥିବାର୍ ଗୁଟେ ମନ୍ଦିର ଇଟାନେ ବନାହେଇଥିବାର୍ ମନ୍ଦିର ଆର କେନେ ଅଛେ ଆପଣ ଦେଖିଛନ୍ କାଏଁ ।ଯେନଟା ସେତେଦିନୁ ଆଏଜ୍ ବି ହେନ୍ତା ଏକା ଅଛେ । ହେନ୍ତା ପୁନରୁଦ୍ଧାର ନାଇଁ ହେଇଥିବାର୍ ଲାଗି ୧୦୮ ବଁଧ ବୁ ତୁପିହେଇଗଲାନ । ଚଉଷଠୀ ଯୋଗିନୀ ମୂର୍ତ୍ତି ମାନକଁର୍ ଅବସ୍ଥା ଦିନୁ ଦିନକେ ବିଗଡିଯାଉଛେ । ଇ ପୀଠର ଠିକ୍ ଦେଖରେଖ୍ କରାଯିବାର୍ ସାଙ୍ଗେ ପ୍ରଚାର ପ୍ରସାର କରାଗଲେ ପର୍ଯ୍ୟଟକ୍ ମାନକଁର୍ ବୁଲବାର୍ ଲାଗି ଗୁଟେ ବଢିଆ ଜାଗା ହେଇ ପାରତା । ହେଲେ ଜଲଦି ଇ ସବୁ ଉପରେ ଧିଆନ୍ ନାଇଁ ଦେଲେ ଇ ଐତିହାସିକ୍ ପୀଠ ଖାଲି ଯେ ଇତିହାସ ପୃଷ୍ଠାନେ ରହିଯିବା ।

Leave A Reply

Your email address will not be published.