ସମ୍ବଲପୁରର ଦୁଃଖ୍

ଉତପାତ୍ ଚଲେଇଛନ୍ ଅପରାଧୀ, ଦେଖବାରକେ କିହେ ନାଇଁନ

0

ପଶ୍ଚିମ ଓଡ଼ିଶାର ଗୁଟେ ବଡ ଜିଲ୍ଲା । ହେଲେ ସହରେ ଅତି ଢିଲା ଆଇନ ଶୃଙ୍ଖଳା ବ୍ୟବସ୍ଥା । ଜୁନରୁ ଉତ୍ତରାଞ୍ଚଲ ଡିଆଇଜି ନାଇଁନ, ନଭେମ୍ବର ଅଧାରୁ ଏସପି ନାଇଁନ । ଘରର ବଡ କିହେ ନାଇଁ ଥଲେ ସେ ଘରର ଅବସ୍ଥା ଯାହା ହେବାର୍ କଥା ଇହାଦେ ସମ୍ବଲପୁରର ଅବସ୍ଥା ବିଲକୁଲ ସେନ୍ତା । ଗଲା ଦୁଇ ମାସ ଭିତରେ ସମ୍ବଲପୁର , ବୁର୍ଲା ଦୁହି ସହରେ ବନେ ବଢିଛେ ଅପରାଧ୍ । ଅପରାଧୀ ମାନକୁଁ କାହାର ଡର ନାଇଁନ । ଭିଡଭାଡ ଜାଗା ମାନକୁଁ ଦିନ୍ ଦାହାଡେ ଘଟନା ଘଟିଯାଉଛେ । ଆର ତାର ଟେର ବି ନାଇଁ ପାଏବାର୍ ପୁଲିସ । ଲୁକକୁଁ ମାସ୍କ ଲାଗି ହେଉ କି ହେଲମେଟ ଲାଗି ଫାଇନ୍ ପକାଲା ବେଲକେ, କି ଚେକିଂ ବେଲକେ ଯେତକି କଡା କଡି ହିସାବେ ଜଗୁଛେ ପୁଲିସ, ସେ ହିସାବେ ଦେଖଲା ବେଲକେ ଅପରାଧ ଲାଗି ସେନ୍ତା ନାଇଁ ହେଇପାରବାର୍ । ପୁଲିସ ଲାଗି ଅପରାଧୀକଁର୍ ଭିତରେ ଡର ନାଇଁନ । ଦିନୁ ଦିନକେ ବଢୁଥିବାର୍ ଅପରାଧକେ ନେଇ ଲୁକକଁର୍ ଭିତରେ ଗୁଟେ ଡର ତ ରହୁଛେ, ଆଜିର ଦିନେ ତାକେ ନେଇ ସବୁଆଡେ ଚର୍ଚ୍ଚା ବି ହେଉଛେ । କାରନ୍ ଯେନ୍ ଜାଗାରେ ଜିଲ୍ଲାପାଲ, ଏସପି, ଡିଆଇଜି, ଆରଡିସି ସମକଁର୍ ଅଫିସ ଅଛେ । ସେ ଜାଗାନେ ଏନ୍ତା ଢିଲା ବ୍ୟବସ୍ଥା ସମକଁର୍ ଚିନ୍ତା ବଢଉଛେ । ପେଟ୍ରୋଲିଂ ଠିକ୍ ସେ ହେଉଛେ କି ନାଇଁ, ପୁଲିସ କେନ୍ତା କାମ୍ କରୁଛେ ତାକେ ଦେଖବାର୍ ଲାଗି ବି ଇହାଦେ କିହେ ନାଇଁନ । ଇ ଭିତରେ ଗ୍ୟାଙ୍ଗ ୱାର ବି ବଢିଛେ ସହରେ ।

ଲକଡାଉନ୍ ପରେ ପରେ ଦୁକାନ୍ ବଜାର ସବୁ ଖୁଲଲା ଉତାରୁ ସେନେ ଏନ୍ତା ଅପରାଧୀ ମାନକଁର୍ ଆଡ୍ଡା ଜମୁଛେ । ଇ ମାନକୁଁ ଏନ୍ତା ଦୁକାନ୍ ମାନକୁଁ ନିଶା ହିସାବେ କୋରେକ୍ସ, ନିଶା ବଟିକା, ଇ ସବୁ ସହଜେ ମିଲୁଛେ । ସେସବୁ ନେଇ ନିଶାରେ ଅପରାଧୀ ମାନେ ଆର କାହାକେ ମାନବାର୍ ନାଇଁ । ରାତିରେ ପୁଲିସ୍ ପେଟ୍ରୋଲିଂ କେନ୍ତା ହେଉଛେ ସେନେଇ ବି ଇ ସବୁ ପ୍ରଶ୍ନ ଉଠଉଛେ । କାରନ୍ ଯଦି ପୁଲିସ ପେଟ୍ରୋଲିଂ ରାତି କଡାକଡି ହେଲେ ଅପରାଧୀ ମାନକଁର୍ ଭିତରେ ଗୁଟେ ଡର ରହେତା ।

ଗୁଟେ ମର୍ଡର ଘଟନାନେ ପୁଲି ଅଭିଯୁକ୍ତ ମାନେ ଧରିକରି ପ୍ରେସମିଟ୍ କଲା ବେଲକେ ସେହି ଦିନ ଆର ଗୁଟେ ମର୍ଡର ହେଇଯାଉଛେ ସହରେ । ପୁଲିସ ମାନକୁଁ ଖୁଲାଖୁଲି ଚ୍ୟାଲେଞ୍ଜ କରୁଛନ୍ । ଗୁଟେ ଉତାରୁ ଗୁଟେ ମର୍ଡର, ନିଶା କାରବାର୍ ବଢବାର୍‌, ଗ୍ୟାଙ୍ଗ ୱାର ହେବାର୍‌, ନୂଆ ନୂଆ ଗ୍ୟାଙ୍ଗ ମାନେ ବନବାର୍ ଇ ସବୁ ମାନେ ନିହାତି ଭାବେ ସମ୍ବଲପୁରନେ ଅଶାନ୍ତ କରୁଛେ । ଡିସେମ୍ବର ୬ରୁ ୧୫ ତାରିଖ ଭିତରେ ୪ଟା ମର୍ଡର, ସୁନାପାଲିନେ ଗୁଟେ ମର୍ଡର, ୧୩ ତାରିଖ ର୍ଫାର୍ମ ରୋଡ, ଗଲାକାଲି ସାକ୍ଷୀପଡା, କୁଚିଣ୍ଡାନେ ମର୍ଡର ହେଇଛେ ।

ରେଙ୍ଗାଲିନେ ହେଇଥିବାର୍ ଗୁଟେ ଘଟନାନେ ଝନେ ମହିଲା ଆହତ ଇହାଦେ ହସପିଟାଲନେ ଭର୍ତ୍ତି ହେଇଛନ୍ । ଚୋରି , ଡକାୟତି ଇ ସବୁ ଦିନ ଦାହାଡେ ହେଉଛେ । ସେନ୍ତା ଗଲା କେତେ ଦିନ୍ ତଲେ ତଅଁଲାପଡାନେ ବ୍ଲାଙ୍କ ଫାୟାରିଂ ହେଇଛେ । ଗଲାକାଲି ସାକ୍ଷୀପଡାନେ ହେଇଥିବାର୍ ମର୍ଡର ଅ।ଘୋନୁ ଦିନ୍ ବେଲାବି ସେନେ ୨ ଝନକଁର୍ ଭିତରେ ଝଗଡା ହେଇଥିଲା । ଝନେ ଆର୍ ଝନେକେ ମାରବାର୍ ଲାଗି ଆହତ୍ ହେଇଥିବାର୍ ଲୋକ୍ ଝନକ ଇହାଦେ ହସପିଟାଲନେ । ଚାହା, ପାନ ଦୁକାନ ମାନକୁଁ ଗୁହୁଡା ଗୁହୁଡା ହେଇ ଅପରାଧି ଜମୁଥିବାର୍ ବେଲକେ ନିଶା ନେଇ କରି ରାତି ୮ ବଜେ ଉତାରୁ ଏନ୍ତା ଅସମାଜିକ୍ କାମ୍ କରୁଛନ୍ ଆର୍ ରାଏତ୍ ସାରା ମାତୁଛନ୍ ।

ଇ ସବୁ ଘଟନାକେ ଦେଖି ଯଦି ଧକ୍ ନାଇଁ ପଶବା, ପରିସ୍ଥିତି ଆଗକେ ଆହୁରି ଖରାଫ୍ ହେବା । ସମ୍ବଲପୁର ବାଗିର ଜାଗାନେ ଯଦି ଏସପି କି ନାଇଁ ରହେବେ, ବଏଲେ ଅପରାଧୀ ମାନେ ଦିନୁ ଦିନକେ ଆହୁରି ଉତପାତ୍ ହେବେ । ତ ଏନ୍ତା ସ୍ଥିତିଥି ଜଲଦି ଝନେ ଭଲ ଅଫିସରକୁ ସମ୍ବଲପୁରକେ ଦେବାର୍ ଲାଗି ସହରବାସୀ ଇହାଦେ ଦାବି କରୁଛନ୍ । କାରନ୍ ଇହାଦେର ସ୍ଥିତି କେଦେଖଲେ ଭଗବାନ୍ ଭରସାନେ ଅଛନ୍ ସମ୍ବଲପୁରବାସୀ ।

Leave A Reply

Your email address will not be published.