ଆଏଜ୍‌ନୁ ମୁଲ ହେଲା ପଂଚକ୍

କରୋନା ବେମାରୀ ଲାଗି ଭକତକୁଁ ମନ୍ଦିର ମନା, ଧବଳେଶ୍ୱର ମନ୍ଦିରନେ ୧୪୪ ଧାରା ଲାଗୁ

0

ଆଏଜ୍‌ନୁ ମୁଲ୍ ହେଲା ପଂଚକ୍ । ପୁରୀ ଶ୍ରୀମନ୍ଦିରନେ କାର୍ତ୍ତିକ୍ ମାସ ସାରା ମାହାପୁରୁ ରାଧା ଦାମୋଦର ବେଶନେ ଦର୍ଶନ୍ ଦେଉଥିବା ବେଲକେ ମାସର ଶେଷ ୫ ଦିନ୍ ଦୁଶରା ୫ଟା ବେଶେ ଦର୍ଶନ ଦେଇଥିସନ୍ । ମାସ ଜାକି ବ୍ରତଧାରୀ ମାନେ ନିଷ୍ଠାଥି ମାହାପୁରୁକଁର ପୂଜା ପାଠ କରିଥିସନ୍ । କାର୍ତ୍ତିକ ମାସ ପୂଣ୍‌୍ୟର ମାସ ବଲିକରି କୁହାଯାଉଥିବାର ବେଲକେ ପଂଚକ ପାଂଚ ଦିନ୍‌ର ମାହତ୍ମ୍ୟ ଦୁଶରା ଆଏ । ଯେନଥିର ଲାଗି ଇ ଦିନ୍ ମାନକେ ସାଧାରଣ ଲୋକ୍ ମାନେ ଭିଲ୍ ନିରାମିଷ୍ ଖାନା ଖାଇଥିସନ୍ । ଇ ୫ ଦିନର ପହେଲା ଦିନ୍ ହରିଶୟନ ଉଥାନ ଏକାଦଶୀ ।

ଇ ଦିନ୍ ପୁରୀ ଶ୍ରମନ୍ଦିରନେ ପହେଲା କବାଟ୍ ଖୁଲଲା ଉତାରୁ ଅବକାଶ ନୀତି ହେଇଥିସି । ସେଆଡେ ପଂଚକ୍ ଲାଗି କଟକ ଆଠଗଡ଼ ଧବଳେଶ୍ୱର ମନ୍ଦିରନେ ଭିଲ୍ ସ୍ୱତନ୍ତ୍ର ପୂଜାପାଠ କରାଯାଉଛେ । ହେଲେ ଇ ବରଷ୍ କରୋନା ଲାଗି ମନ୍ଦିରକେ ଭକତ୍‌କୁଁ ବାରଣ କରାଯାଇଥିବାରନୁ ମନ୍ଦିର ବିନା ଭକତନେ ଖାଲିପଡିଛେ । ଆଗକେ କାର୍ତ୍ତିକ ପୁନି ଭିଲ୍ ଆସୁଥିବାରନୁ କରୋନା ବେମାର ଯେନ୍ତା ନାଇଁ ବଢବା ହେତିର ଲାଗି ଭକତକୁଁ ମନ୍ଦିର ମନା ହେଇଛେ । ପ୍ରଶାସନ ଆଡୁ ଧବଳେଶ୍ୱରନେ ୧୪୪ ଧାରା ଲାଗୁ କରାଯାଇଛେ । ମନ୍ଦିର ପାଶର ସବୁ ଦୁକାନ ବଜାର ଭିଲ୍ ବନ୍ଦ କରାଯାଇଛେ ।

Leave A Reply

Your email address will not be published.