ଗରିବକୁଁ ରୁଜଗାର ଯୁଗାବାରନେ ନାଇଁ ହୁଏ କେନ୍‌ସି ସମସ୍ୟା

ସବୁ ଜିଲ୍ଲାପାଲକୁଁ ଚେତାଲେ ମୁଖ୍ୟମନ୍ତ୍ରୀ, ମନରେଗା ଆରୁ ରାଜ୍ୟ ସରକାରକଁର ଯୋଜନା ଆଡୁ ମିଲବା କାମ୍‌

0

କରୋନା ଲାଗି ଇହାଦେ ଦେଶ ମାନକଁର ଅର୍ଥନୀତି ଦୁହୁଲି ଯାଇଛେ । ଇହାଦେ ଭିଲ୍ ସ୍ଥିତି ପୁରା ହିସାବେ ଠିକ୍ ନାଇଁ ହେଇଥିଲେ ଭିଲ୍ ଧୀରେ ଧୀରେ ଆଘରର ଲେଖେଁ କରାଯାଉଛେ । କରୋନା କାଲନେ ହେଇଥିବାର ଲକ୍‌ଡାଉନ୍ ସଟଡାଉନ୍ ଲାଗି କେତନି ଲୋକ୍ ରୁଜଗାର ହରେଇଥିବାର ବେଲେ ଇହାଦେ ଭିଲ୍ କେତେ ଲୋକ୍ କାମ୍‌ବୁତା ଲାଗି ଇଥିତାହିଁ ହେଇଯାଉଛନ୍ । ଏନ୍ତା ସମିଆଁନେ ଗରିବ ମାନକୁଁ ରୁଜଗାର ଯୁଗେଇ ଦିଆଯିବାର ଲାଗି ଓଡ଼ିଶା ସରକାର ଭିଲ୍ ଚେଷ୍ଟା ଚଲେଇଛନ୍ । ଗରିବ ମାନକୁଁ ରୁଜଗାର ଯୁଗେଇ ଦିଆଯିବାର କାମ୍ ମୋ- ସରକାରକଁର ପ୍ରାଥମିକତା ବଲି ମୁଖ୍ୟମନ୍ତ୍ରୀ କହିଛନ୍ ।

ମଙ୍ଗଲବାର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଆଡୁ ସବୁ ଜିଲ୍ଲାନେ ଥିବାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୁଜଗାର ଯୋଜନା ଆର ସହରାଂଚଳ ରୋଜଗାର ଯୋଜନାର ସମୀକ୍ଷା କରିଥିଲେ । ରୁଜଗାର ଅଭାବନୁ ଯେନ୍ତା ଗୁଟେ ଭିଲ୍ କୁଟୁମ୍ ଦୁଃଖ ନାଇଁ ପାଏବେ ସେ ଉପରେ ଅଏତକା ଗୁରୁତ୍ୱ ଦେବାର ଲାଗି ମୁକ୍ୟମନ୍ତ୍ରୀ ସବୁ ଜିଲ୍ଲାର ଜିଲ୍ଲାପାଳ ମାନକୁଁ କହିଥିଲେ । ମନରେଗା ସାଙ୍ଗେ ରାଜ୍ୟ ସରକାରକଁର ଭିନ୍ ଭିନ୍ ରୁଜଗାର ଯୋଜନା ଆଡୁ ଗରିବ ଲୁକକଁର ଲାଗି ନିଯୁକ୍ତି ଦିଆଯିବାର ଲାଗି ପଦକ୍ଷେପ୍ ନେଇଛନ୍ ରାଜ୍ୟ ସରକାର । ଇଆଡୁ ଇ ଆର୍ଥିକ ବରଷ୍‌ନେ ୨୦କୋଟିର କାମ୍ ଯୁଗାବାର ଲକ୍ଷ୍ୟ ରଖାଯାଇଛେ ।

ଇ ଯୁଜନା ଆଡୁ ଯେନ୍ତା ଠିକ୍ ସମିଆଁନେ ମଜରୀ ଯୁଗାଯିବା ତାର ଉପରେ ଅଏତକା ଗୁରୁତ୍ୱ ଦେବାର ଲାଗି କୁହାଯାଇଛେ । ରୁଜଗାର କି ମଜରୀ ନାଇଁ ମିଲବାର ନେଇକି କେହି ଭିଲ୍ ଅଭିଯୋଗ୍ କଲେ କଡା କାର୍ଯ୍ୟାନୁଷ୍ଠାନ୍ ନିଆଯିବା ବଲି କହିଛନ୍ ମୁଖ୍ୟମନ୍ତ୍ରୀ । ଯେନ୍ ସବୁ ଜିଲ୍ଲା ମାନକେ କାମ୍‌ବୁତା ଲାଗି ଦୁଶରା ରାଜ୍ୟକେ ପଲେଇଯଉଛନ୍ , ସେସବୁ ଜିଲ୍ଲା ଉପରେ ବେଶୀ ଫୋକସ୍ କରବାର ଲାଗି ମୁଖ୍ୟମନ୍ତ୍ରୀ କହିଛନ୍ । ଇ ସବୁ ଜିଲ୍ଲାନେ ପରିବାର ପିଛା ଶହେ ଦିନ୍‌ର ଅଏତକା ମଜରୀ ଦିଆଯିବାର ନେଇକରି ନିର୍ଦ୍ଦେଶ ଦେଇଛନ୍ ମୁକ୍ୟମନ୍ତ୍ରୀ ।

୨୦୨୧ ଜାନୁଆରୀ ପହେଲାନୁ ଜିଲ୍ଲାନେ ଇ ରୋଜଗାର ଯୋଜନା ବାବଦନେ ମୋ-ସରକାର ସେଲ୍ କାର୍ଯ୍ୟକ୍ଷମ କରବା । ଆଏବାର ମାର୍ଚ୍ଚ ଆଘୋନୁ ହଜାରେ ମିଶନ ଶକ୍ତି ଘର ଆର ଜାନୁଆରୀ ଶେଷ୍ ତକ୍ ଗୁଟେ ଲେଖାଁ ପରିଚୟ ଘର ବନାକାମ୍ ଶେଷ କରବାର ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସହରଂଚାଲ ରୁଜଗାର ଯୋଜନାନେ ଗରିବକୁଁ ଗୋଷ୍ଠୀ ସଂଘ ଆରୁ ମିଶନ ଶକ୍ତି ଆଡୁ କାମ୍ ଦିଆଯାଉଛେ ।

ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହେଲେ ଯେ, ରାଜ୍ୟର ୨୦ କୋଟିର କାମ୍ ଯୁଗାବାର ଲାଗି ମୁଖ୍ୟମନ୍ତ୍ରୀକଁର ନିର୍ଦ୍ଦେଶନେ ପ୍ରଶାସନ ଗୁରୁତ୍ୱ ଦେଇକରି କାମ୍ କରୁଥିବାର କହିଛନ୍ । ଇ ବରଷ୍ ମନରେଗା ଯୁଜନା ଆଡୁ ୭.୨୬ ଲାଖ୍ ଜବ୍‌କାର୍ଡ ଦିଆଯାଇଥିବାର କହିଛନ୍ ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହ । ଇହାଦେ ତକ୍ ୧୪.୫୦ କୋଟି କାମ୍ ଯୁଗାଯାଇଛେ ।

ସେନ୍ତା ସହରାଂଚଲନେ ୧୧୪ଟା ପୌରାଂଚଲନେ ୮ହଜାରଟା ପ୍ରକଳ୍ପ ହାତକେ ନିଆଯାଇଛେ । ଇତାର ଭିତରୁ ୫ହଜାରଟା ପ୍ରକଳ୍ପ ଶେଷ୍ ହେଇଛେ ଆର ବାକି କାମ୍ ଚାଲିଥିବାର ନେଇକରି ଗୃହ ଓ ନଗର ଉନ୍ନୟନ ପଅମୁଖ ସଚିବ ଜି.ମାଥିଭାତନନ୍ କହିଛନ୍ ।

Leave A Reply

Your email address will not be published.